କରୋନା ଟୀକା ନେବା ପରେ ଚାଲିଗଲା ଝିଅର ଜୀବନ ! ସରକାରଙ୍କ ବିରୋଧରେ ଡାକ୍ତର ବାପା ଲଗାଇଲେ ଆରୋପ ଏବଂ ମାଗିଲେ ୧୦୦୦ କୋଟିର କ୍ଷତିପୂରଣ
ସାରା ଦେଶରେ କରୋନା ଭାଇରସ୍ ବିରୋଧରେ ଭ୍ୟାକସିନ୍ ଅଭିଯାନ ଜୋର-ସୋର ସେ ଚାଲିଛି | ସରକାରଙ୍କ ଅନୁସାରେ 150 କୋଟିରୁ ଅଧିକ ଲୋକଙ୍କୁ କରୋନା ଭ୍ୟାକସିନ୍ ଦିଆ ସରିଛି | ଏହି ଭିତରେ ମହାରାଷ୍ଟ୍ରରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି | ଏଠାରେ ଜଣେ ପିତା ଅଭିଯୋଗ କରିଛନ୍ତି ଯେ କୋଭିଶିଲ୍ଡ ଭ୍ୟାକସିନ୍ ନେବା ପରେ ତାଙ୍କ ଡାକ୍ତର ଝିଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା ଆଉ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଗଲା | କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଆପଣଙ୍କୁ ଆଗକୁ ଜଣାଇବୁ :-
ପିତା କଲେ ହାଇକୋର୍ଟରେ ପିଟିସନ :-
ପୀଡିତ ପିତା ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ତାଙ୍କ ଡାକ୍ତରୀ ପ୍ରଫେସର ଝିଅର ମୃତ୍ୟୁ ପାଇଁ 1,000 କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।ଏହି ପିଟିସନରେ ସେ ଏହି ଆରୋପ ଲଗେଇଥିଲେ ଯେ ତାଙ୍କ ଝିଅଙ୍କର ମୃତ୍ୟୁ କରୋନା ଭ୍ୟାକସିନ୍ ର ସାଇ-ଡିଫେକ୍ଟ ଯୋଗୁଁ ହୋଇଛି | ଏହି ପିଟିସନରେ କୋଭିଡଶିଲ୍ଡ ଭ୍ୟାକସିନ୍ ତିଆରି କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଏହାର ସହଯୋଗୀ ବିଲ୍ ଗେଟ୍ସ, କେନ୍ଦ୍ର ସରକାର ଆଉ ରାଜ୍ୟ ସରକାର ଙ୍କ ଅଧିକାରୀମାନଙ୍କୁ କରାଯାଇଛି। ପକ୍ଷକାର ବନିଆ ଯାଇଛି |
ପିତାଙ୍କ ଗଭୀର ଆରୋପ :-
ଆବେଦନକାରୀ ଦିଲୀପ ଲୁନାବତଙ୍କ ଅନୁଯାୟୀ, ତାଙ୍କର 33 ବର୍ଷର ଝିଅ ସ୍ନେହାଲ ଲୁନାବତ ନାଗପୁରର ଏକ ମେଡିକାଲ କଲେଜରେ ଜଣେ ସିନିୟର ଲେକଚର ଥିଲେ |ସେ 28 ଜାନୁଆରୀ 2021 ରେ କୋଭିଶିଲ୍ଡର ପ୍ରଥମ ଡୋଜ ନାଶିକରେ ନେଇଥିଲେ | 5 ଫେବୃଆରୀ ରେ ତାଙ୍କ ମୁଣ୍ଡରେ ବହୁତ ଯନ୍ତ୍ରଣା ହେଲା| ଡାକ୍ତରଙ୍କ ସହ ଯୋଗାଯୋଗ କରିବା ପରେ ତାଙ୍କୁ ମାଇଗ୍ରେନ୍ ର ଔଷଧ ଦିଆଯାଇଥିଲା, ଯାହା ପରେ ତାଙ୍କୁ ଟିକେ ଭଲ ଅନୁଭବ ହେଲା | ତା’ପରେ 6 ଫେବୃଆରୀରେ ସେ ଗୁଡ଼-ଗାଓଁ ଯାତ୍ରା କରିଥିଲେ ଆଉ 7 ଫେବୃଆରୀ ସକାଳ 2 ଟାରେ ତାଙ୍କୁ ଥକାପଣ ଅନୁଭବ ହେବା ସହିତ ତାଙ୍କର ବାନ୍ତି ହେଲା |
ଟୀକା ସୁରକ୍ଷିତ ଥିବା ଦାବି ଉପରେ ପ୍ରଶ୍ନ
ଲୁନାୱତ କହିଛନ୍ତି ଯେ ଚୁଙ୍କି ତାଙ୍କ ଝିଅ ଜଣେ ସ୍ୱାସ୍ଥ୍ୟ କର୍ମୀ ଥିଲେ । ସେଥିପାଇଁ ତାଙ୍କୁ ଟିକା ନେବାକୁ ବାଧ୍ୟ କରାଯାଇଥିଲା । ତାଙ୍କ କହିବାନୁସାରେ,ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଏବଂ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏଆଇଆଇଏମଏସ) ଟୀକା ସୁରକ୍ଷା ଉପରେ ମିଥ୍ୟା ବୟାନ ଦେଇଛନ୍ତି। ଆବେଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ ଉପରେ ମିଛ ପତିକ୍ରିୟା ଦେଇଥିବାର ମଧ୍ୟ ଅଭିଯୋଗ କରିଛନ୍ତି। ତାଙ୍କର କହିବାର କଥା ହେଉଛି କି ଟୀକାର କୌଣସି ସାଇଡ ଇଫେକ୍ଟ ମିଳିନାହିଁ,ଏହା କହିବା ଭୁଲ ଅଟେ ।
ଏହି ଆବେଦନରେ ଏହା ଦାବି କରାଯାଇଛି କି କେନ୍ଦ୍ର ସରକାର ଙ୍କ ଆଫ୍ଟର ଇଫେକ୍ଟ ଫୋଲାଇଙ୍ଗ ଇମ୍ୟୁନାଇଜେସନ୍ (ଏଇଏଫଇ) କମିଟି ୨ଅକ୍ଟୋବର ୨୦୨୧ରେ ସ୍ୱୀକାର କରିଛି କି ସ୍ନେହଲର ମୁତ୍ୟୁ ଟୀକାର ସାଇଡ ଇଫେକ୍ଟ ଯୋଗୁ ହେଇଛି ।
ଲୁନାୱତ କହିଛନ୍ତି କି ରାଜ୍ୟର ଦାଇତ୍ଵବାନ ଅଧିକାରୀମାନେ ତଥା କୋଭିଶିଲ୍ଡ ଟିକା ଉତ୍ପାଦନ କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ପୁଣେ ରୁ କ୍ଷତିପୂରଣର ମୂଲ୍ୟ ମିଳିବା ଦରକାର । ଆବେଦନରେ ଏହା ମଧ୍ୟ କୁହାଯାଇଛି କି ସ୍ନେହଲଙ୍କୁ ସହିଦ ଘୋଷିତ କରାଯିବା ସହ ତାଙ୍କ ନାମରେ ଏକ ଉତ୍ସର୍ଗୀକୃତ ଅନୁସନ୍ଧାନ ପ୍ରତିଷ୍ଠାନ ମଧ୍ୟ ଖୋଲାଯିବା ଉଚିତ ।