ମୃ-ତ୍ୟୁ-କୁ ୯ ମାସ ଥିବା ପତ୍ନୀର ଶେଷ ଇଚ୍ଛା ଶୁଣି ସ୍ବାମୀର ଉଡ଼ିଲା ହୋସ୍,ଜାଣନ୍ତୁ କଣ ଥିଲା ସ୍ତ୍ରୀଙ୍କର ଶେଷ ଇଛା ?
ସ୍ବାସ୍ଥ୍ୟଅବସ୍ଥା ବିଗିଡ଼ିବା ପରେ ଏକ ଦମ୍ପତି ଡାକ୍ତରଙ୍କ ନିକଟକୁ ଯାଇଥିଲେ। ସେଠାରେ ପତ୍ନୀଜଣକ ଏକ ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି ବୋଲି ଜଣାପଡିଥିଲା ଓ ତାଙ୍କର ୯ ମାସ ମଧ୍ୟରେ ମୃତ୍ୟୁ ହୋଇଯିବ ବୋଲି ଡାକ୍ତର କହିଥିଲେ। ଏହାକୁ ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିବା ସହ ପତ୍ନୀଙ୍କର ସମସ୍ତ ସ୍ବପ୍ନକୁ ପୁରଣ କରିବା ପାଇଁ ସ୍ଵାମୀ ଅଣ୍ଟା ଭିଡିଥିଲେ। ହେଲେ ପତ୍ନୀ ମୃତ୍ୟୁ ପୂର୍ବରୁ ନିଜର ଯେଉଁ ଶେଷ ଇଚ୍ଛା ସ୍ବାମୀକୁ ଜଣାଇଥିଲେ, ତାହା ଶୁଣିବା ପରେ ସ୍ବାମୀଙ୍କର ପାଦ ତଳୁ ମାଟି ଖସିଯାଇଥିଲା। ପତ୍ନୀ ନିଜର ମୃତ୍ୟୁ ପୂର୍ବରୁ ତାଙ୍କ ସହ ନୁହେଁ ବରଂ ନିଜର ପୂର୍ବ ପ୍ରେମିକଙ୍କ ସହିତ ଶାରୀରିକ ସଂପର୍କ ରଖିବା ପାଇଁ ଚାହୁଁଥିବା ସହ ତାଙ୍କ ସହ ସମୟ କଟାଇବାକୁ ଚାହୁଁଥିବା କଥା ଶୁଣି ସ୍ବାମୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସୂଚନା ଅନୁସାରେ, ପରୀକ୍ଷା ପରେ ଡାକ୍ତର କହିଥିଲେଯେ, ମହିଳାଙ୍କର ଆଗାମୀ ୪-୫ମଧ୍ୟରେ ହ୍ବିଲ ଚେୟାରରେ ବସିବା ଭଳି ଅବସ୍ଥା ହୋଇଯିବ। ଏହା ସହିତ ୯ମାସ ମଧ୍ୟରେ ସେ ନିଜର ଶେଷ ନିଶ୍ବାସ ତ୍ୟାଗ କରିବେ। ମୃତ୍ୟୁ କଥା ଶୁଣିବା ପରେ ପତ୍ନୀ କହିଥିବା ଶେଷ ଇଚ୍ଛା ବିଷୟର ଯୁବକ ଜଣକ ଏକ ପୋଷ୍ଟ କରିଛନ୍ତି, ଯାହା ବର୍ତ୍ତମାନ ବହୁତ ଭାଇରାଲ ହୋଇଛି।
ଏହି ଭାଇରାଲ ହେଉଥିବା ପୋଷ୍ଟରେ ଲେଖାଯାଇଛିକି,’ଆମେ ୧୦ବର୍ଷ ଧରି ଏକାଠି ଅଛୁ। ମୋ ପତ୍ନୀ ଏକ ଗୁରୁତର ରୋଗ ସହିତ ଲଢ଼ୁଛନ୍ତି ଏବଂ ତାଙ୍କ ପାଖରେ କେବଳ ୯ମାସ ବାକି ଅଛି। ମୁଁ ମୋ ଜୀବନରେ ତାଙ୍କ ବିନା ବଞ୍ଚିବାକୁ ହେବ ବୋଲି କେବେବି ଭାବି ନଥିଲି। କିନ୍ତୁ ମୋ ପତ୍ନୀ ଶେଷ ସମୟରେ ମୋ ସହିତ ନୁହେଁ ବରଂ ନିଜର ପୂର୍ବ ପ୍ରେମିକ ସହ ସମୟ ବିତାଇବାକୁ ଓ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିବା କଥା ଶୁଣି ବର୍ତ୍ତମାନ ମୁଁ କ’ଣ କରିବି କିଛି ଜାଣିପାରୁନି। ଯୁବକଙ୍କର ଏହି ପୋଷ୍ଟ ଦେଖି ବର୍ତ୍ତମାନ ଲୋକଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଆସିବାରେ ଲାଗିଛି।