ମହେନ୍ଦ୍ର ସିଂହ ଧୋନୀଙ୍କ ନୂଆ ଲୁକରେ ଫିଦା ହେଲେ ଫ୍ୟାନ୍ସ ,ରିଲିଜ ହେଲା ‘ଅର୍ଥବ ଦି ଅରିଜିନ୍’ ଟିଜର,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଭାରତୀୟ ଦଳର ଜଣେ ସଫଳ ଅଧିନାୟକ। ଓ କିମ୍ବଦନ୍ତୀ ୱିକେଟ କିପର ମଧ୍ୟ। ଧୂରନ୍ଧର ଏମିତି ଅନେକ କିଛିରେ ଯାହା ତାଙ୍କ ପାଇଁ ପ୍ରଜୁଯ୍ୟ ଅଟେ। ତାଙ୍କର ଅନେକ କିଛି ଗୁଣ ମଧ୍ୟ ଅଛି ଯାହା ପ୍ରଶଂସକମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥାଏ। ଏଥିପାଇଁ ତାଙ୍କୁ କିଙ୍ଗସ ଆଲା କେତେ କଣ ଉପାଧିରେ ମଧ୍ୟ ମଣ୍ଡିତ କରାଯାଇଛି। କ୍ରିକେଟ ପଡିଆରେ ଯେତିକି ଆକ୍ଟିଭ ରିଜର୍ଭ ବି ସେତିକି।

କେବଳ ପଡିଆରେ ନୁହେଁ ପଡିଆ ବାହାରେ ଓ ରିଅଲ ଲାଇଫରେ ମଧ୍ୟ ସେ ସେତିକି ରିଜର୍ଭ ଅଟନ୍ତି। ସେ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି, ସେ ମଧ୍ୟ ଏମଏସ ଧୋନି ନାମରେ ଜଣାଶୁଣା। ସେ ମାହୀ ନାମରେ ମଧ୍ୟ ବେଶ ପରିଚିତ। ବର୍ତ୍ତମାନ ଏହି କ୍ରିକେଟର ଗ୍ରାଫିକ୍ସ ନୋବେଲ ଅର୍ଥବରେ ମଧ୍ୟ ନଜର ଆସିବେ। ଯାହାର ପ୍ରଥମ ଲୁକ ରିଲିଜ ହୋଇସାରିଛି। ଏହି ଭିଡିଓ କ୍ଲିପ ମାଧ୍ୟମରେ ଆନିମେଟେଡ ଅବତାରରେ ମହେନ୍ଦ୍ର ସିଂ ଧୋନୀ ନଜର ଆସିଛନ୍ତି।

ଏହି ଗ୍ରାଫିକ ଉପନ୍ୟାସର ଆଖ୍ୟା ହେଉଛି ଅଥର୍ବ- ଦି ଅରିଜିନ। ଏହା ରମେଶ ଥାମିଲାନୀଙ୍କର ଏକ କାହାଣୀ ଉପରେ ଆଧାରିତ ଯାହାକି ଧୋନି ମନୋରଞ୍ଜନ କରୁଥିବାର ନଜର ଆସିବେ। ପ୍ରଥମ ଲୁକ କ୍ଲିପରେ ମହେନ୍ଦ୍ର ସିଂ ଧୋନି ଯୁଦ୍ଧ କ୍ଷେତ୍ରରେ ଏକ ଆନିମେଟେଡ ଅବତାରରେ ନଜର ଆସିଛନ୍ତି। ତାଙ୍କର ଏଥିରେ ଅବତାର ଦାନବ ଭଳି ହୋଇଛି, ଯେଉଁଥିରେ ସେ ସୈନ୍ୟ ବିରୁଦ୍ଧରେ ଲଢେଇ ମଧ୍ୟ କରୁଛନ୍ତି।

ସୂଚନା ଅନୁସାରେ, ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ନୂଆ ଉପାୟ ସବୁ ଅନୁସନ୍ଧାନ କରୁଛନ୍ତି। ଏବଂ ‘ଅଥର୍ବ’ ସେମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ। ଧୋନି ଆଇପିଏଲର ପରବର୍ତ୍ତୀ ସିଜନରେ ଚତୁର୍ଥ ଥର ଚାମ୍ପିଅନ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ପ୍ରତିନିଧିତ୍ଵ କରୁଥିବାର ଦେଖିବାକୁ ପାଇବେ। ଧୋନିଙ୍କର ଅଧିନାୟକତ୍ୱରେ ଦଳ ଗତ ସିଜନରେ ଚାମ୍ପିୟନ ହୋଇଥିଲା।

Leave A Reply

Your email address will not be published.