ବଡ ଖବର : ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଝଟକା, ୮ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ

0

Get real time updates directly on you device, subscribe now.

ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ଏକ ବଡ ଝଟକା ଲାଗିଲା। ବର୍ତ୍ତମାନ ଭାରତୀୟ ଦଳର ଆଠ ଜଣ ଖେଳାଳି କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିରେ ଶିଖର ଧାଓ୍ଵନ, ଶ୍ରେୟସ ଅୟର, ଋତୁରାଜ ଗାଏକଓ୍ଵାଡ ସମେତ ଆଠ ଜଣ ଖେଳାଳି ସାମିଲ ଅଛନ୍ତି। ବାକି ପାଞ୍ଚ ଜଣ ଖେଳାଳିଙ୍କର ନାମ ବର୍ତ୍ତମାନ ସାମ୍ନାକୁ ଆସିନାହିଁ।

କରୋନା ପଜିଟିଭ ହୋଇଥିବା ସମସ୍ତ ଖେଳାଳିମାନଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି। ଭାରତୀୟ ଦଳର ଖେଳାଳି ଓ୍ଵେଷ୍ଟଇଣ୍ଡିଜ ବିରୁଦ୍ଧରେ ଦିନିକିଆ ସିରିଜ ପାଇଁ ଅହମ୍ମଦାବାଦରେ ପହଞ୍ଚି ସାରିଛନ୍ତି। ଏଠାରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ମାତ୍ର ଏହା ପୂର୍ବରୁ ଭାରତୀୟ ଦଳରେ କରୋନାର ବୋମା ଫୁଟିଛି। ଭାରତୀୟ ଦଳର ୮ଜଣ ଖେଳାଳି କରୋନାରେ ସଂକ୍ରମିତ ଚିହ୍ନଟ ହୋଇଥିବାର ଜଣାପଡିଛି। ତିନି ଖେଳାଳିଙ୍କର ନାମ ଜଣା ପଡିଥିବା ସମୟରେ ବାକି କେଉଁ ଖେଳାଳି କରୋନା ପଜିଟିଭ ତାହା ବର୍ତ୍ତମାନ ପର୍ଯ୍ଯନ୍ତ ଜଣା ପଡିନାହିଁ। ଭାରତୀୟ ଦଳକୁ ଏହି ସିରିଜ ପୂର୍ବରୁ ନେଟରେ ଅଭ୍ୟାସ କରିବାର ଥିଲା ବାକି ସୂଚନା ପାଇଁ ବିସିସିଆଇର ମେଡିକାଲ ଦଳର ବୟାନକୁ ବର୍ତ୍ତମାନ ଅପେକ୍ଷା କରାଯାଇଛି।

ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ୧୮ ଜଣିଆ ଦଳ ଘୋଷଣା କରିଥିଲା। ତେବେ ବଡ କଥା ହେଉଛିକି, ପରେ ଦଳରେ ଆଉ ଦୁଇ ଜଣ ଖେଳାଳିଙ୍କୁ ରିଜର୍ଭ ଭାବରେ ସାମିଲ୍ କରାଯାଇଛି। ବର୍ତ୍ତମାନ ଦେଖିବା ବାକି ରହିଲାକି, ଏପରି ସ୍ଥିତିରେ ବିସିସିଆଇ କଣ ନିଷ୍ପତ୍ତି ନେଉଛି।

ଦିନିକିଆ ଦଳ:-

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଶିଖର ଧାଓ୍ଵନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଦୀପକ ହୁଡ୍ଡା, ଋଷଭ ପନ୍ତ(ଓ୍ଵିକେଟ କିପର), ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଓ୍ଵାଶିଂଟନ ସୁନ୍ଦର, ରବି ବିଶ୍ନୋଇ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଓ ଅବେଶ ଖାନ।

ଟି-୨୦ ଦଳ:-

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଭେଙ୍କଟେଶ ଆୟର, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ରବି ବିଶ୍ନୋଇ, ଅକ୍ଷର ପଟେଲ୍, ୟୁଜବେନ୍ଦ୍ର ଚହଲ, ଓ୍ଵାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ଭୁବନେଶ୍ଵର କୁମାର, ଅବେଶ ଖାନ ଓ ହର୍ଷଲ ପଟେଲ।

Leave A Reply

Your email address will not be published.