ଦିନଥିଲା ବାପାଙ୍କ ସହିତ ମିଶି ଚା’ ବିକୁଥିଲେ କିନ୍ତୁ ଆଜି IAS ଅଫିସର, ଗାଆଁରେ ରହି ଏମିତି ପ୍ରସ୍ତୁତି କରିଥିଲେ…ଜାଣନ୍ତୁ ତାଙ୍କ ସଫଳତାର ରହସ୍ୟ
ସିଭିଲ ସର୍ଭିସ କରିବା ପାଇଁ ପ୍ରତ୍ୟେକ ଯୁବା ୟୁପିଏସସି ପରୀକ୍ଷା କ୍ରାକ କରିବା ଦିଗରେ ଆଗକୁ ବଢ଼ିଥାନ୍ତି। ଏଥିପାଇଁ ଲକ୍ଷ ଲକ୍ଷ ଯୁବା ବର୍ଷ ବର୍ଷ ଧରି ଲଗାତାର ଦିନକୁ 10 ରୁ 12 ଘଣ୍ଟା ପର୍ଯ୍ୟନ୍ତ ପଢ଼ିଥାନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଯୁବକ ସଫଳତା ହାସଲ କରିଥାନ୍ତି। ଏହି ପରୀକ୍ଷାର ପ୍ରସ୍ତୁତି ଆରମ୍ଭ କରିବା ପାଇଁ ଯୁବକ ମାନେ ଗାଆଁ ରୁ ସହରକୁ ଯାଇଥାନ୍ତି। ଗାଆଁରେ ରହି ଏହି ପରୀକ୍ଷାର ପ୍ରସ୍ତୁତି ଆରମ୍ଭ କରିବା କେବେ ଭାବି ହେବନାହିଁ।
ଯୁବକ ମାନଙ୍କ ଏହି ଭ୍ରମକୁ ଦୂର କରି ଦେଇଛନ୍ତି ୟୁପିଏସସି ପରୀକ୍ଷା 2020 ରେ ସଫଳତା ପ୍ରାପ୍ତ କରିଥିବା ହିମାଂଶୁ ଗୁପ୍ତା। ହିମାଂଶୁ ଗ୍ରାମରେ ରହି ଥରେ ନୁହେଁ ବରଂ ତିନିଥର ଏହି ପରୀକ୍ଷାକୁ କ୍ରାକ କରିଛନ୍ତି। ଆସନ୍ତୁ ଜାଣିବା ହିମାଂଶୁଙ୍କ ସଫଳତା କାହାଣୀ ଉପରେ।
ସଂଘର୍ଷ ଭରା ଥିଲା ହିମାଂଶୁଙ୍କ ପିଲାବେଳ:-
ଉତ୍ତରାଖଣ୍ଡର ଉଧମସିଂହ ଜିଲ୍ଲାର ସୀତାରଗଞ୍ଜରେ ଜନ୍ମ ଲାଭ କରିଥିବା ହିମାଂଶୁ ଗୁପ୍ତାଙ୍କ ପିଲାବେଳ ବରେଲୀ ଜିଲ୍ଲା ଏକ କୁଡ଼ିଆରେ କଟିଥିଲା। ସେ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ ତାଙ୍କର ପିଲାବେଳେ ସାଧାରଣ ପିଲାଠାରୁ ବହୁତ ଭିନ୍ନ ଥିଲା ଓ ତାଙ୍କର ଆର୍ଥିକ ସ୍ଥିତି ମଧ୍ୟ ବହୁତ ଖରାପ ଥିଲା। ସେ ନିଜର ପିଲାବେଳ ବହୁତ ଗରିବୀରେ କାଟିଛନ୍ତି।
ହିମାଂଶୁଙ୍କ ପିତା ପ୍ରଥମେ ଦିନ ମଜୁରିଆ ଥିଲେ ଓ ଏହାପରେ ସେ ଚା’ ଦୋକାନ କଲେ। ହିମାଂଶୁ ମଧ୍ୟ ସ୍କୁଲ ପରେ ବାପାଙ୍କୁ ଏହିକାମରେ ସାହାର୍ଯ୍ୟ କରୁଥିଲେ। ପରବର୍ତ୍ତୀ ସମୟରେ ପୁରା ପରିବାର ବରେଲି ଜିଲ୍ଲାର ସିରୋଲିକୁ ଚାଲି ଯାଇଥିଲେ, ଯେଉଁଠାରେ ତାଙ୍କ ପିତା ଜେନେରାଲ ଷ୍ଟୋର ଖୋଲିଥିଲେ। ହିମାଂଶୁ କହିଥିଲେ, ଆଜି ପର୍ଯ୍ୟନ୍ତ ତାଙ୍କ ପିତା ସେହି ଦୋକାନକୁ ଚଳାଉଛନ୍ତି।
ସ୍କୁଲ ଯିବାପାଇଁ 70 କିଲୋମିଟର ଯାତ୍ରା କରିବାକୁ ପଡ଼ୁଥିଲା:-
ହିମାଂଶୁଙ୍କ ପରିବାର ବରେଲୀ ଆସିବାପରେ ମଧ୍ୟ ସମସ୍ୟା ଦୂର ହୋଇନଥିଲା। ସେଠାରେ କୌଣସି ବିଦ୍ୟାଳୟ ନଥିଲା। ଯେଉଁ ଇଂଲିଶ ମିଡିୟମ ସ୍କୁଲ ଥିଲା ତାହା ତାଙ୍କ ଘର ଠାରୁ 35 କିଲୋମିଟର ଦୂରରେ ଥିଲା। ସେଥିପାଇଁ ତାଙ୍କୁ ପ୍ରତିଦିନ 70 କିଲୋମିଟର ଯିବାଆସିବା କରିବାକୁ ପଡ଼େ। ହିମାଂଶୁ ପାଠ ପଢ଼ାରେ ବହୁତ ହୁଶିଆର ଥିଲେ ଓ ଦ୍ୱାଦଶ କକ୍ଷ ପାସ କରିବା ପରେ ତାଙ୍କୁ ଦିଲ୍ଲୀର ହିନ୍ଦୁ କଲେଜରେ ଆଡ଼ମିଶନ ମିଳିଯାଇଥିଲା।
ସବୁଠାରୁ ବଡ଼ ସମସ୍ୟା ଟଙ୍କାର ଥିଲା। ସେଥିପାଇଁ ସେ ନିଜ ପଢ଼ା ସହିତ ଟ୍ୟୁସନ ପଢ଼ାଇବା ଆରମ୍ଭ କରିଥିଲେ ଓ ପେଡ଼ ବ୍ଲଗସ ମଧ୍ୟ ଲେଖିଥିଲେ ଓ କେତେକ ସ୍କଲାରଶିପ ମଧ୍ୟ ହାସଲ କରିଥିଲେ। ଗ୍ରାଜୁଏସନ ପରେ ହିମାଂଶୁ ଡିୟୁରେ ସାଇନ୍ସରେ ମାଷ୍ଟର ଡ଼ିଗ୍ରୀ ହାସଲ କରି ଟପ କରିଥିଲେ। ଏହାପରେ ହିମାଂଶୁଙ୍କ ପାଖରେ ବିଦେଶକୁ ଯାଇ ପିଏଚ ଡ଼ି କରିବାର ମୌକା ଥିଲା କିନ୍ତୁ ସେ ଦେଶରେ ରହିବାକୁ ନିର୍ଣ୍ଣୟ ନେଇଥିଲେ।
ଘରେ ରହି ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ:-
ଏଜୁକେସନ ପୂରଣ ହେବାପରେ ହିମାଂଶୁ ଘରକୁ ଫେରିଥିଲେ ଓ ସିଭିଲ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। କଠିନ ପରିଶ୍ରମ କରିବାପରେ ସେ 2018 ପରୀକ୍ଷା ଦେଇଥିଲେ ଓ ତାଙ୍କର ଚୟନ ରେଲୱେର (IRTC) ରେ ହୋଇଥିଲ। ଏହାସହ ସେ ଚାକିରୀ କରି 2019 ସିଭିଲ ସର୍ଭିସ ପାଇଁ ମଧ୍ୟ ପଢ଼ିବା ଜାରି ରଖିଲେ।
ଏହି ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହେବାପରେ ତାଙ୍କୁ ପୋଲିସ ସେବା (IPS) ପାଇଁ ଚୟନ କରାଗଲା। ଏହାପରେ ନିଜର ତୃତୀୟ ପ୍ରଚେଷ୍ଟା ଦ୍ୱାରା ସେ ଭାରତୀୟ ପ୍ରଶାସନିକ ସେବା IAS ରେ ଚୟନିତ ହୋଇଥିଲେ। ହିମାଂଶୁ ଏହାମଧ୍ୟରେ ନାକୌଣସି କୋଚିଂ ର ସହାୟତା ନେଇଥିଲେ ନାକୌଣସି ବଡ଼ ସହରକୁ ଯାଇ ପ୍ରସ୍ତୁତି କରିଥିଲେ। ସେ ଘରେ ହିଁ ରହି ପ୍ରସ୍ତୁତି ଆରମ୍ଭ କରିଥିଲେ ଓ ଲଗାତାର ତିନିଥର ଏହି ପରୀକ୍ଷାକୁ କ୍ରାକ କରିଥିଲେ।
ଜାଣନ୍ତୁ ତାଙ୍କ ପ୍ରସ୍ତୁତିର ରଣନୀତି ବିଷୟରେ:-
ସାଧାରଣତଃ ଏହି ପରୀକ୍ଷାର ପ୍ରସ୍ତୁତି ଆରମ୍ଭ ପାଇଁ ଯୁବକ ମାନେ ବଡ଼ ସହରକୁ ଯାଇ ପ୍ରସ୍ତୁତି ଆରମ୍ଭ କରିଥାଆନ୍ତି କିନ୍ତୁ ହିମାଂଶୁ ନିଜର ଏକ ଇଣ୍ଟରଭ୍ୟୁ ସମୟରେ କହିଥିଲେ କି, ସେ ସର୍ବପ୍ରଥମେ NCERT ଶେଷ କରିଥିଲେ ଓ ପରେ ଷ୍ଟାଣ୍ଡର୍ଡ଼ ବୁକ ଶେଷ କଲେ।
ଏହାସହ ଯେତେବେଳେ ତାଙ୍କୁ ଦରକାର ପଡିଲା ସେତେବେଳେ ସେ ଇଣ୍ଟରନେଟର ବ୍ୟବହାର କରି ନୋଟ ବାହାର କରିଥିଲେ। ଇଣ୍ଟରନେଟ ଜରିଆରୁ ତାଙ୍କୁ ପରୀକ୍ଷା ପ୍ରସ୍ତୁତି କରିବା ପାଇଁ ବହୁତ ସାହାର୍ଯ୍ୟ ମିଳିଥିଲା। ହିମାଂଶୁଙ୍କ କହିବା ହେଲା ସେ ଖବର କାଗଜ ପଢ଼ିବା କେବେ ଛାଡ଼ିନଥିଲେ। କାରଣ ଏଥିରୁ ତାଙ୍କୁ କରେଣ୍ଟ ଆଫେୟାର୍ସର ସମସ୍ତ ସୂଚନା ମିଳୁଥିଲା। ତାଙ୍କର ମାନିବା ହେଉଛି ପ୍ରସ୍ତୁତି ଆରମ୍ଭ ସମୟରେ ପ୍ରତ୍ୟେକଙ୍କୁ ଖବର କାଗଜ କିମ୍ବା ମାଗାଜିନ ପ୍ରତିଦିନ ପଢ଼ିବା ଉଚିତ।
ଅଭ୍ୟାର୍ଥୀଙ୍କୁ ହିମାଂଶୁଙ୍କ ଉପଦେଶ:-
ଏହି ପରୀକ୍ଷାର ପ୍ରସ୍ତୁତି ଆରମ୍ଭ କରିବାପାଇଁ ଅଭ୍ୟାର୍ଥୀଙ୍କୁ ହିମାଂଶୁ ଉପଦେଶ ଦେଇଛନ୍ତି କି, ସେମାନେ ଏକ ଭଲ ଯୋଜନା ବଦ୍ଧ କରନ୍ତୁ। ଯେଉଁ ଅଭ୍ୟାର୍ଥୀ ମାନେ ଗ୍ରାମାଞ୍ଚଳର ଅଟନ୍ତି ସେମାନେ ଖାଆସ କରି ଇଣ୍ଟରନେଟର ସାହାର୍ଯ୍ୟ ନେଇ କଠିନ ପରିଶ୍ରମ କରନ୍ତୁ। ହିମାଂଶୁଙ୍କ ଏହାମଧ୍ୟ କହିଛନ୍ତି କି, ପ୍ରତିଦିନ ଖବର କାଗଜ ପଢନ୍ତୁ, ଇଣ୍ଟରନେଟରେ ନୋଟସ ଦେଖନ୍ତୁ ଓ ନିଜର ଟାଇମ ଟେବୁଲ ବନାନ୍ତୁ। ହିମାଂଶୁଙ୍କ ମୁତାବିକ, ଏହି ଛୋଟ ଛୋଟ କଥାର ଧ୍ୟାନ ରଖି ଆପଣ ଏହି ପରୀକ୍ଷାକୁ କ୍ରାକ କରିପାରିବେ।