ପ୍ରଥମେ ୧୯ ବର୍ଷୀୟ ମଡେଲଙ୍କର ଲୁଚିଛପି କଲା ଭିଡିଓ,ତାପରେ ବ୍ଲାକମେଲ କରି ମଡେଲଙ୍କୁ କହିଲା ମନ୍ତ୍ରୀଙ୍କୁ ହନିଟ୍ରାପରେ ଫସାଅ,ଆଉ ତାପରେ ମଡେଲ ଜଣକ ଯାହା କଲେ…..ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ରାଜସ୍ଥାନର ଯୋଧପୁରରେ ମଡେଲଙ୍କ ଆତ୍ମହତ୍ୟା ଚେଷ୍ଟା ମାମଲାରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି | ପୋଲିସ ଅନୁଯାୟୀ ହନିଟ୍ରାପ ଗ୍ୟାଙ୍ଗ ପ୍ରଥମେ ୧୯ ବର୍ଷୀୟ ମଡେଲଙ୍କର ଲୁଚିଛପି ଗାଧୋଉ ଥିବା ସମୟର ଭିଡିଓ କରିନେଲେ | ତାପରେ ସେ ମଡେଲଙ୍କୁ ବ୍ଲାକମେଲ କରୁଥିଲେ | ମଡେଲଙ୍କ ଉପରେ ରାଜସ୍ଥାନର ଜଣେ ମନ୍ତ୍ରୀଙ୍କୁ ହନିଟ୍ରାପରେ ଫସାଇବାର ଚାପ ପକାଯାଉଥିଲା | ଏହି ହନିଟ୍ରାପ ଗ୍ୟାଙ୍ଗ କବଳରେ ଫସିଥିବା ଯୁବତୀ ଯେତେବେଳେ ଏସବୁ ପାଇଁ ବିରକ୍ତ ହୋଇ ଥକିଗଲେ, ସେତେବେଳେ ସେ ହୋଟେଲର ବିଲଡିଂରୁ ଡେଇଁ ପଡି ସୁସାଇଡ କରିବାକୁ ଚେଷ୍ଟା କଲେ |

ଯୁବତୀଙ୍କର ଭିଡିଓ କଲା :-

ଯୋଧପୁରରେ ୧୯ ବର୍ଷୀୟ ମଡେଲ ବ୍ଲାକମେଲିଙ୍ଗ ଦ୍ୱାରା ଥକି ଯାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ | ମଡେଲଙ୍କର ହନିଟ୍ରାପ ଗ୍ୟାଙ୍ଗର ଜଣେ ଯୁବକ ଏବଂ ଯୁବତୀ ଗାଧୋଉ ଥିବା ସମୟରେ ଲୁଚିଛପି ଆପତ୍ତିଜନକ ଭିଡିଓ ତିଆରି କରିନେଇଥିଲେ | ପରେ ସେହି ବଳରେ ତାଙ୍କୁ ବ୍ଲାକମେଲ କରାଯାଉଥିଲା | ତାଙ୍କୁ ରାଜସ୍ଥାନର ରାଜସ୍ୱ ମନ୍ତ୍ରୀ ରାମଲାଲ ଜାଟଙ୍କୁ ହନିଟ୍ରାପରେ ଫସାଇବା ପାଇଁ ବାଧ୍ୟ କରାଯାଉଥିଲା | ଏଥିପାଇଁ ସମ୍ପୂର୍ଣ ପ୍ରସ୍ତୁତି ମଧ୍ୟ କରାଯାଇଥିଲା | ହନିଟ୍ରାପ ଗ୍ୟାଙ୍ଗ ମଡେଲଙ୍କୁ ମନ୍ତ୍ରୀଙ୍କ ସହିତ ଦେଖା କରିବାପାଇଁ ଭୀଲବାଡା ମଧ୍ୟ ନେଇ ଯାଇଥିଲେ | କିନ୍ତୁ ମଡେଲ ଏସବୁ କରିବାକୁ ମନା କରିଦେଲେ | ପରେ ବ୍ଲାକମେଲିଙ୍ଗ ଦ୍ୱାରା ବିଚଳିତ ହୋଇ ସେ ଯୋଧପୁରରେ ଗୋଟିଏ ହୋଟେଲର ସାତ ମହଲାରୁ ଡେଇଁ ପଡ଼ିଥିଲେ |

ଯୁବତୀ ପୋଲିସ ସାମ୍ନାରେ ଏହାର ଖୁଲାସା କରିଛନ୍ତି | ସେ ପୋଲିସକୁ କହିଛନ୍ତି ଯେ ସେ ଜାନୁଆରୀ ୨୦ ତାରିଖରେ ଉଦୟପୁର ଗଲେ | ସେଠାରୁ ଜାନୁଆରୀ ୨୮ ତାରିଖରେ ତାଙ୍କୁ ଦୀପାଳି ଏବଂ ଜିଲ ନାମକ ଯୁବତୀ ତାଙ୍କୁ ଭୀଲବାଡା ନେଇଗଲେ | ଭୀଲବାଡାରେ ତାଙ୍କୁ କୁହାଗଲା ଯେ ତୁମକୁ ମନ୍ତ୍ରୀଙ୍କ ଦ୍ୱାରା ଗୋଟିଏ କାମ କରାଇବାକୁ ପଡିବ | ଏଥିପାଇଁ ଆମେ ତୁମକୁ ପଇସା ମଧ୍ୟ ଦେବୁ | କିନ୍ତୁ ମଡେଲ ପଇସା ନେବାକୁ ମନା କରିଦେଲେ ଏବଂ ସେଠାରୁ ବାହାରି ଗଲେ |

ହୋଟେଲର ସାତ ମହଲାରୁ ଡେଇଁଲେ :-

ଭୀଲବାଡାରୁ ମଡେଲ ପୁଣି ଉଦୟପୁର ଫେରିଆସିଲେ | ତାପରେ ଦୀପାଳି ତାଙ୍କୁ ଅଧିକ ହଇରାଣ କରିବା ଆରମ୍ଭ କରିଦେଲା | ଏହାଦ୍ୱାରା ବିରକ୍ତ ଏବଂ ବିଚଳିତ ହୋଇ ମଡେଲ ନିଜ ବାପାଙ୍କୁ ଏହାର ସୂଚନା ଦେଲେ ଏବଂ ଯୋଧପୁର ଫେରିବାକୁ କହିଲେ | ଜାନୁଆରୀ ୩୦ ତାରିଖରେ ମଡେଲ ଉଦୟପୁରରୁ ବାହାରିଲେ ଏବଂ ଯୋଧପୁର ପହଂଚିବା ପରେ ଘରକୁ ଯିବା ବଦଳରେ ସିଧା ହୋଟେଲ ଲର୍ଡ଼ ଇନ ଗଲେ | ସେଠାରେ ହୋଟେଲର ସାତ ମହଲାର ଛାତରୁ ଡେଇଁ ପଡିଲେ |

ଉଲ୍ଲେଖନୀୟ ଯେ ହୋଟେଲର ସାତ ମହଲାରୁ ଡେଇଁବା ପରେ ମଡେଲ ଗୁରୁତର ଭାବେ ଆହତ ହୋଇ ଯାଇଛନ୍ତି | ତାଙ୍କର ଗୋଡରେ ଫ୍ରାକ୍ଚର ହୋଇଯାଇଛି | ମଡେଲଙ୍କର ବର୍ତ୍ତମାନ ଯୋଧପୁରର ମଥୁରା ଦାସ ମାଥୁର ହସ୍ପିଟାଲର ଆଇସିୟୁରେ ଚିକିତ୍ସା ଚାଲିଛି | ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ଆସିଛି ବୋଲି କୁହାଯାଉଛି | ବର୍ତ୍ତମାନ ମଡେଲଙ୍କ ଘର ଲୋକେ ଅଭିଯୋଗ କରିବା ପରେ ପୋଲିସ ସେହି ଗ୍ୟାଙ୍ଗକୁ ନେଇ ଯାଞ୍ଚ କରୁଛି |

Leave A Reply

Your email address will not be published.