ବଡ ଖବର : ଓଡ଼ିଶାରେ ଇଲୋକ୍ଟ୍ରୋନିକ ଭେଇକିଲ କିଣିଲେ,ଆପଣଙ୍କୁ ମିଳିବ ୧୫ ପ୍ରତିଶତ ରିହାତି |

0

Get real time updates directly on you device, subscribe now.

ବର୍ତ୍ତମାନ ଆପଣ ବୈଦ୍ୟୁତିକ ଯାନ କିଣିଲେ ଓଡ଼ିଶା ସରକାର ଆପଣଙ୍କୁ ୧୫ ପ୍ରତିଶତ ରିହାତି ଦେବେ ବୋଲି ଘୋଷଣା କରିଛନ୍ତି। ସୂଚନା ଅନୁସାରେ ଦୁଇ ଚକିଆ ଗାଡ଼ି କିଣିଲେ ୧୫ ପ୍ରତିଶତ ବା ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ ଆପଣଙ୍କୁ। ସେହିପରି ତିନି ଚକିଆ ଗାଡ଼ି କିଣୁଥିଲେ ୧୫ ପ୍ରତିଶତ ରିହାତି ଭାବରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଓ ଚାରି ଚକିଆ ଗାଡ଼ି କକିଣୁଥିଲେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଆପଣଙ୍କୁ ମିଳିବ।

ଏହି ରିହାତି ଯୋଜନା ଅନୁସାରେ ସେପ୍ଟେମ୍ବର ମାସ ପାଖରୁ କାର୍ଯ୍ୟକାରୀ ହେବାକୁ ଥିବା ସମୟରେ ରିହାତି ମୂଲ୍ୟ ପଞ୍ଜିକୃତ ହୋଇଥିବା ଆଞ୍ଚଳିକ ପରିବହନର ଅଧିକାରୀଙ୍କ କାର୍ଯ୍ୟାଳୟରୁ ହିତାଧିକୀରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ। ଏହି ଯୋଜନା ୨୦୨୫ ମସିହା ଡିସେମ୍ବର ୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏ ବିଷୟରେ ବାଣିଜ୍ୟ ଏବଂ ପରିବହନ ବିଭାଗ ତରଫରୁ ସୋମବାର ଦିନ ଏକ ବିଜ୍ଞପ୍ତି ଜାରି ପ୍ରକାଶ କରାଯାଇଛି।

ବୈଦ୍ୟୁତିକ ଯାନର ବିକ୍ରି, ରିହାତି ମୂଲ୍ୟର ହିସାବ ଓ ଋଣ ଉପରେ ରିହାତିର ହିସାବ ରଖିବା ଉପରେ ଏହି ସୂଚନା ପ୍ରଦାନ କରିବା ପାଇଁ ଏକ ପୋର୍ଟାଲ ରହିବ। ଓଡ଼ିଶା ବୈଦ୍ୟୁତିକ ଯାନ ନୀତି ୨୦୨୧ ଓ ନିତି ଆୟୋଗର ନିର୍ଦ୍ଦେଶ ଅନୁସାରେ ଏହି ନିଷ୍ପତ୍ତିକୁ ଗ୍ରହଣ କରାଯାଇଛି। ଓଡ଼ିଶା ସରକାର ଗତବର୍ଷ ଅକ୍ଟୋବର ମାସରେ ସମସ୍ତ ପ୍ରକାର ବୈଦ୍ୟୁତିକ ଯାନର ପଞ୍ଜୀକରଣର ଶୁଳ୍କ ଓ ମୋଟର ଯାନ ଉପରେ ଟ୍ୟାକ୍ସ ଛାଡ଼ ହେବ ବୋଲି ଘୋଷଣା କରିଥିଲେ। ମହାରାଷ୍ଟ୍ର ଓ ଗୁଜୁରାଟ ସହ ଅନେକ ରାଜ୍ୟ ସରକାର ମଧ୍ୟ ବୈଦ୍ୟୁତିକ ଯାନର ନୀତି ଆରମ୍ଭ କରିଛନ୍ତି ଓ ଯେଉଁଥିରେ ଆପଣଙ୍କର ରିହାତି ମଧ୍ୟ ସାମିଲ ରହିଛି।

Leave A Reply

Your email address will not be published.