ପତ୍ନୀ ଓ ପତି ମଧ୍ୟରେ କଣ୍ଟ୍ରାକ୍ଟ ସାଇନ: ଅନ୍ୟ ପୁରୁଷ ସହ ସମ୍ବନ୍ଧ ବନାଇପାରିବେ ସ୍ତ୍ରୀ,ଜାଣନ୍ତୁ ସମ୍ପୂର୍ଣ ମାମଲା

0

Get real time updates directly on you device, subscribe now.

ଜଣେ ଦମ୍ପତି ସେକ୍ସ ଲାଇଫକୁ ନେଇ ଏକ ବଡ଼ କଣ୍ଟ୍ରାକ୍ଟ କରିଛନ୍ତି। ପତି ଓ ପତ୍ନୀ ଦୁହେଁ ପେଶାରେ ଓକିଲ ଅଟନ୍ତି ଓ ସେମାନଙ୍କ ବିବାହ ପାଖାପାଖି ଏକବର୍ଷ ହୋଇଗଲାଣି। ଉଭୟ ସ୍ୱତନ୍ତ୍ର ରୂପରେ କାମ କରୁଥିଲେ ଯାହାପାଇଁ ସେମାନଙ୍କ ମଧ୍ୟରେ ସମସ୍ୟା ଦେଖାଦେଲା। ଏଥିପାଇଁ ଦମ୍ପତି ନିତିଦିନିଆ ଏହି ସମସ୍ୟାକୁ ଦୂର କରିବାପାଇଁ ଏକ କଣ୍ଟ୍ରାକ୍ଟ ସାଇନ କରିଛନ୍ତି।

ଆମେରିକାର ଏକ ପୋଡ଼କାଷ୍ଟ ଶୋରେ ପତ୍ନୀ ଏନି କହିଲେ କି, କଣ୍ଟ୍ରାକ୍ଟ ଦ୍ୱାରା ଏବେ ସେ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଜେ ନେଇପାରିବେ। କଣ୍ଟ୍ରାକ୍ଟ ଦ୍ୱାରା ପତ୍ନୀ ବର୍ତ୍ତମାନ ଘର ବେଡ଼ରୁମର ଇନଚାର୍ଜ ହୋଇଯାଇଛନ୍ତି।

ସାଧାରଣତଃ ସମାଜରେ ପୁରୁଷ ମୁଖ୍ୟ ପରିବାରରେ ହୋଇଥାନ୍ତି କିନ୍ତୁ ଏହି କପଲ ଦୁହେଁଙ୍କ ମଧ୍ୟରେ ପତ୍ନୀ ମୁଖ୍ୟ ଅଟନ୍ତି। ଏନିଙ୍କ କହିବା ହେଲା କଣ୍ଟ୍ରାକ୍ଟ ହେବାପରେ ତାଙ୍କ ଜୀବନରେ ପଜିଟିଭ ଚେଞ୍ଜ ଆସିଥିଲା। ଏହାପୂର୍ବରୁ ପତି ପତ୍ନୀଙ୍କ ମଧ୍ୟରେ ପାୱାରକୁ ନେଇ ପାଟିତୁଣ୍ଡ ଲାଗୁଥିଲା।

ପତି ନିଜେ ବ୍ୟାକସିଟ ବାଛିଥିଲେ:-

ଏନିଙ୍କ କହିବା ହେଲା ତାଙ୍କ ପତି ନିଜେ ଆଗୁଆ ଆସି ରିଲେସନସିପରେ ପଛୁଆ ରହିବାକୁ ଚାହିଁଥିଲେ। କିନ୍ତୁ ପତି ଯେତେବେଳେ ନିଜେ ଏହି ଅଫର ଦେଇଥିଲେ ସେତେବେଳେ ତାଙ୍କୁ ବହୁତ ଭଲ ଲାଗିଥିଲା।

ପତ୍ନୀଙ୍କୁ ଦିଆଗଲା ସେକ୍ସ ସ୍ୱାଧୀନତା:-

ପତି ପତ୍ନୀଙ୍କ ମଧ୍ୟରେ ହୋଇଥିବା ଏହି କଣ୍ଟ୍ରାକ୍ଟରେ ପତ୍ନୀଙ୍କୁ ଏହା ମଧ୍ୟ ସ୍ୱାଧୀନତା ଦିଆଗଲା କି, ସେ ଅନ୍ୟ ପୁରୁଷ ସହିତ ମଧ୍ୟ ଶାରିରୀକ ସମ୍ୱନ୍ଧ ରଖିପାରିବେ। ସେ ଯେମିତି ଚାହଁନ୍ତୁ ସେକ୍ସୁଆଲ ଫ୍ରିଡ଼ମ କୁ ଆପଣାଇ ପାରିବେ। କିନ୍ତୁ ପତିଙ୍କ ଉପରେ ଏମିତି କୌଣସି ଆଜାଦୀ ମିଳିନଥିଲା, ପତିଙ୍କୁ ଏହା କରିବା ସମ୍ପୂର୍ଣ ରୂପରେ ବ୍ୟାନ ଲଗାଇ ଦିଆଯାଇଛି।

ଏନି ବର୍ତ୍ତମାନ କହିଛନ୍ତି କି, ଏବେ କପଡ଼ା ସଫା କରିବା ତାଙ୍କ ପତି କରୁଛନ୍ତି ଓ ଖାଦ୍ୟ ମଧ୍ୟ ସେ ବନାଉଛନ୍ତି। ଏନିଙ୍କ କହିବା ହେଲା ଏବେବି ସେ ଏମ୍ପାୱାର ଅନୁଭବ କରୁଛନ୍ତି ଓ ପରିବାର ହିତରେ କୌଣସି ଫଇସଲା ନେଇପାରିବେ। ଆରମ୍ଭରୁ ଏହି ଫଇସଲା ସ୍ୱାମୀଙ୍କ ବିପକ୍ଷରେ ନଜର ଆସିଥିଲା।

Leave A Reply

Your email address will not be published.