୯୫ ବର୍ଷୀୟ ବୃଦ୍ଧା ଓହ୍ଲାଇଲେ ନିର୍ବାଚନର ମଇଦାନକୁ ,ସେପଟେ ଗୋଟିଏ ପଞ୍ଚାୟତରେ ମୁହାଁମୁହିଁ ୨୭ ସରପଞ୍ଚ ପ୍ରାର୍ଥୀ

0

Get real time updates directly on you device, subscribe now.

ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ଅନେକ ପ୍ରକାର ରୋଚକ ଜିନିଷ ଦେଖିବା ପାଇଁ ମିଳୁଛି। କେଉଁଠି ପରିବାରର ଏକାଧିକ ସଦସ୍ୟ ପରସ୍ପର ବିରୋଧରେ ଲଢୁଛନ୍ତି। ଭଦ୍ରକର ଭଣ୍ଡାରିପୋଖରୀ ଅଞ୍ଚଳର ଜଣେ ୯୫ ବର୍ଷୀୟ ବୃଦ୍ଧା ଏ ବୟସରେ ମଧ୍ୟ ନିର୍ବାଚନର ମଇଦାନକୁ ଓହ୍ଲାଇଛନ୍ତି। ଆଉ ସମ୍ବଲପୁରର ଗୋଟିଏ ପଞ୍ଚୟାତରେ ୨୭ ଜଣ ପ୍ରାର୍ଥୀ ସରପଞ୍ଚ ପାଇଁ ମଇଦାନକୁ ଓହ୍ଲାଇଛନ୍ତି।

ବୟସ ସିନା ୯୫ ହେଲେ କଣ ହେଲା ମନରେ ଅଦମ୍ୟ ଇଚ୍ଛା ଅଛି। ନିଜ ଅଞ୍ଚଳର ଲୋକମାନଙ୍କ ପାଇଁ ଅନେକ କିଛି କରିବାର ଇଚ୍ଛା ଅଛି। ସେଥିପାଇଁ ତ ବୟସର ଅପରାହ୍ନରେ ମଧ୍ୟ ସେ ୱାର୍ଡମେମ୍ବର ପ୍ରାର୍ଥୀ ଭାବର ଚଳିତ ପଞ୍ଚାୟତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଭଦ୍ରକର ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଜାୟତ ୪-ନମ୍ବର ୱାର୍ଡର ହେଉଛନ୍ତି ମିନି ଜେନା। ସ୍ଥାନୀୟ ଅଞ୍ଚଳରେ ସେ ମିନି ଅପା ଭାବରେ ବହୁତ ପରିଚିତ। ପ୍ରାୟ ଦୁଇ ହଜାରରୁ ଅଧିକ ପ୍ରସୂତିଙ୍କର ଗର୍ଭ ଯନ୍ତ୍ରଣା ଲାଘବ କରିଥିବା ସମୟରେ ମିନି ଅପାଙ୍କୁ ସ୍ଥାନୀୟ ଲୋକେ ଖୋଜିଥାନ୍ତି। ଯେଉଁଥି ପାଇଁ ସେ ମିନି ଧାଇ ଭାବରେ ମଧ୍ୟ ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଛନ୍ତି।

ଚଳିତ ନିର୍ବାଚନରେ ଲୋକମାନଙ୍କ ସେବାକୁ ଆହୁରି ବଢାଇବା ପାଇଁ ସେ ୪-ନଂ ୱାର୍ଡର ୱାର୍ଡସଭ୍ୟ ଭାବରେ ନିର୍ବାଚନର ମଇଦାନକୁ ଓହ୍ଲାଇଛନ୍ତି। ଯେଉଁ ବୟସରେ ସେ ଘରେ ରହି ବିଶ୍ରାମ ନେବାକଥା ସେହି ସମୟରେ ସେ ଘରକୁ ଘର ବୁଲି ଲୋକମାନଙ୍କୁ ନିଜ ପାଇଁ ଭୋଟ ମାଗୁଛନ୍ତି। ସେ କହିଛନ୍ତିକି ବହୁବର୍ଷ ଧରି ଲୋକମାନଙ୍କ ସେବା ସହ ପ୍ରତ୍ୟେକ୍ଷ ଭାବରେ ଜଡିତ ଅଛନ୍ତି। ବର୍ତ୍ତମାନ ସେ ନିର୍ବାଚନ ଜିତି ଲୋକମାନଙ୍କ ପାଇଁ ଅଧିକ କିଛି କରିବାର ସୁଯୋଗ ପାଇବେ। ପରିବାର ତରଫରୁ ମଧ୍ୟ ତାଙ୍କୁ ବହୁତ ସମର୍ଥନ ମିଳୁଅଛି।

ସେହିପରି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଝାଙ୍କରପାଲି ପଞ୍ଚାୟତ। ଚଳିତ ବର୍ଷ ନିର୍ବାଚନରେ ଏଠାରୁ ୨୭ ଜଣ ପ୍ରାର୍ଥୀ ସରପଞ୍ଚ ପ୍ରାର୍ଥୀ ପାଇଁ ଲଢୁଛନ୍ତି। ପଞ୍ଚାୟତର ଭୋଟରଙ୍କ ସଂଖ୍ୟା ୫ ହଜାର ୫୯ ଥିବା ସମୟରେ ୨୭ ଜଣ ସରପଞ୍ଚ ପ୍ରାର୍ଥୀ, ୬ ଜଣ ସମିତି ସଭ୍ୟ ପ୍ରାର୍ଥୀ ଓ ୨୩ ଜଣ ୱାର୍ଡମେମ୍ବର ପାଇଁ ନିର୍ବାଚନର ମଇଦାନକୁ ଓହ୍ଲାଇଛନ୍ତି। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ, ବୟସ୍କ ଏବଂ ଯୁବ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି। ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ଏହି ପଞ୍ଚାୟତ ଏକ ପ୍ରକାର ରେକର୍ଡ ସୃଷ୍ଟି କରିଛି। ପ୍ରତି ୱାର୍ଡରୁ ପାଖାପାଖି ଜଣେ ଲେଖାଏଁ ସରପଞ୍ଚ ପ୍ରାର୍ଥୀ ଛିଡା ହୋଇଛନ୍ତି। ଏତେ ସଂଖ୍ୟକ ପ୍ରାର୍ଥୀ ଲଢୁଥିବା କାରଣରୁ ଚିହ୍ନ ଓ ପ୍ରାର୍ଥୀଙ୍କୁ ନେଇ ଭୋଟର ଦ୍ଵନ୍ଦରେ ପଡିଛନ୍ତି। ଏତେ ଗୁଡାଏ ଚିହ୍ନ ଓ ପ୍ରାର୍ଥୀମାନଙ୍କୁ ମନେ ରଖିବା ସେମାନଙ୍କ ପାଇଁ କଷ୍ଟ ହୋଇପଡୁଛି।

ଏହି ପଞ୍ଚାୟତରେ ଏତେ ଜଣ ପ୍ରାର୍ଥୀ ମଇଦାନରେ ଥିବା ସମୟରେ କିନ୍ତୁ ଭାଇଚାରର ନିଦର୍ଶନ ଦେଖିବା ପାଇଁ ମିଳିଛି। କେହି କାହା ବିରୋଧରେ ପ୍ରଚାର ନକରି ଜିତିଲେ ଲୋକମାନଙ୍କ ପାଇଁ କଣ କରିବେ ସେ ବିଷୟରେ ଭୋଟରମାନଙ୍କୁ ଜଣାଉଛନ୍ତି। ଏହା ସହିତ ଗୋଟିଏ ମଞ୍ଚ ଉପରେ ଛିଡାହୋଇ ଶାନ୍ତି ମୈତ୍ରୀର ବାର୍ତ୍ତା ସେ ଦେଉଛନ୍ତି।

Leave A Reply

Your email address will not be published.