ଚାଞ୍ଚଲ୍ୟକର ଘଟଣା : ମର୍ସିଡିଜ ଓ ୧୨ ଲକ୍ଷର ବାଇକ ଭାଙ୍ଗିଦେଲା ପ୍ରେମ ସମ୍ପର୍କ ! ପ୍ରେମରେ ବିଫଳ ହେବାରୁ ଆତ୍ମହତ୍ୟା କଲେ ପ୍ରେମିକ ।
ନନ୍ଦନବିହାର ଅଞ୍ଚଳରେ ରହୁଥିବା ଜଣେ ମଡେଲ ତଥା କାଫେ ମାଲିକ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କର ଆତ୍ମହତ୍ୟାର ଖବର ବର୍ତ୍ତମାନ ସାରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବହୁତ ଖୁସିରେ ରହୁଥିବା ଜଣେ ଯୁବକ ଏମିତି ଚରମ ପଦକ୍ଷେପ କାହିଁକି ନେଲେ ତାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଘଟଣାସ୍ଥଳରୁ ଏକ ସୁଇସାଇଟ ନୋଟ ମଧ୍ୟ ଜବତ ହେବା ପରେ ବର୍ତ୍ତମାନ ଏହି ମାମଲା ରହସ୍ୟମୟ ହୋଇପଡିଛି। ଆଉ ପରିବାରର ଲୋକ ଅଭିଯୋଗ କରି କହିଛନ୍ତିକି ପ୍ରେମିକା ପାଇଁ ପ୍ରେମିକ ସୌମ୍ୟରଞ୍ଜନ ଜୀବନ ହାରି ଦେଇଛନ୍ତି।
ସୌମ୍ୟରଞ୍ଜନ ପାଣିଗ୍ରାହୀ। ସେ ମଡେଲିଂ କରନ୍ତି ଓ ରାଜଧାନୀ ଭୁବନେଶ୍ୱରରେ ଏକ କାଫେ କରି ସେ ବହୁତ ଖୁସିରେ ଥିଲେ। ହଠାତ ତାଙ୍କ ଜୀବନରେ ଏହି ଯୁବତୀ ଜଣକ ଆସିଲେ। ତାପରେ ସୌମ୍ୟରଞ୍ଜନଙ୍କର ଖୁସି ଦୁଇଗୁଣ ହୋଇଗଲା। ତା ପରେ ଏକାଠି ରହିବା ପାଇଁ ଉଭୟ ଯୋଜନା କରୁଥିଲେ, କେତେ କଣ ସ୍ୱପ୍ନ ମଧ୍ୟ ଦେଖିଥିଲେ।
କିନ୍ତୁ ମର୍ସିଡିଜ ଭାଙ୍ଗିଦେଲା ସବୁ ପ୍ରେମ ସମ୍ପର୍କ! ୧୨ ଲକ୍ଷର ବାଇକ ଫାଟ ସୃଷ୍ଟି କଲା ! ସୌମ୍ୟରଞ୍ଜନଙ୍କର ଜୀବନରେ ଏକ ଝଡ ଆସିଗଲା। ସୌମ୍ୟଙ୍କ ପ୍ରେମିକା ତଥା ଗାୟିକା ଯୁବତୀ ଜଣକ ଆଉ ଜଣେ ଯୁବକଙ୍କର ସମ୍ପର୍କରେ ଆସିଗଲେ। ତାଙ୍କ ସହିତ ପ୍ରେମ ମଧ୍ୟ ହୋଇଗଲା। ଆଉ ଏପଟେ ସୌମ୍ୟରଞ୍ଜନ ହୋଇଗଲେ ଏକା।
ସୌମ୍ୟଙ୍କର ଭଉଣୀ କହିଛନ୍ତିକି, ୧୨ ଲକ୍ଷର ବାଇକ ଓ ମର୍ସିଡିଜ ବେଂଜ କାର ଯୋଗୁଁ ଯୁବତୀଜଣକ ଅନ୍ୟ ଜଣଙ୍କ ସହିତ ସମ୍ପର୍କ ରଖି ସୌମ୍ୟରଞ୍ଜନଙ୍କୁ ଧୋକା ଦେଇଥିଲେ। ଆଉ ଯାହାକୁ ସୌମ୍ଯ ସହିନପାରି ନିଜର ଜୀବନ ହାରିଛନ୍ତି। ସୌମ୍ୟଙ୍କର ପୋଷ୍ଟମର୍ଟମ ସହ ସୁଇସାଇଡ ନୋଟକୁ ନେଇ ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି। ଅତିଶୀଘ୍ର ଯୁବତୀଙ୍କୁ ପୁଲିସ ଏ ବାବଦରେ ପଚରାଉଚରା କରିବ। ତାପରେ ଯାଇ ସମ୍ପୂର୍ଣ ଘଟଣା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଅଛି।