ପ୍ରଥମେ ହନିଟ୍ରାପରେ ଫସାଇଲା, ଆଉ ତାପରେ ଯୁବତୀ ମାଗିଲେ ୧୦ ଲକ୍ଷ ଟଙ୍କା କିନ୍ତୁ ଏମିତି ଭାବରେ ବଞ୍ଚିଲା ଯୁବକଙ୍କ ଜୀବନ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ନିଜ ଉପରେ କଣ୍ଟ୍ରୋଲ ରଖିପାରୁ ନଥିବା ଲୋକମାନେ ସବୁବେଳେ ଫସିଥାନ୍ତି | ଏହିପରି ଗୋଟିଏ ଜାଲ କିମ୍ବା ଟ୍ରାପ ହେଉଛି ହନିଟ୍ରାପ, ଯାହା ଏପରି ଲୋକମାନଙ୍କୁ ନିଜ ଜାଲରେ ଫସାଇ ବହୁତ ରୋଜଗାର କରିଥାଏ | ବିଚଳିତ ହୋଇ ଯେତେବେଳେ ଏପରି ଲୋକଙ୍କ ସାହସ ଜବାବ ଦିଏ, ସେତେବେଳେ ସେମାନଙ୍କୁ ପୋଲିସ ସାମ୍ନାରେ ସବୁ କଥା କହିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥାଏ | ଏମିତି ଏକ ମାମଲା ରାଜସ୍ଥାନର ଦୋଉସାରୁ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ଯୁବତୀଙ୍କ ହନିଟ୍ରାପରେ ଫସିଯାଇ ବହୁତ ଚିନ୍ତିତ ହୋଇପଡିଲା ଏବଂ ତାଙ୍କୁ ପୋଲିସର ସାହାଯ୍ୟ ନେବାକୁ ପଡିଲା | ତେବେ ଚାଲନ୍ତୁ ଜାଣିବା କଣ ରହିଛି ପ୍ରକୃତ ମାମଲା |

୧୦ ଲକ୍ଷ ଟଙ୍କା ନ ଦେଲେ ଫସାଇ ଦେବି :-

ରାଜସ୍ଥାନର ଦୋଉସା ଜିଲାରେ ହନିଟ୍ରାପର ମାମଲାରେ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି | ସୁମନ ମିଶ୍ର ନାମକ ଏହି ମହିଳା ପ୍ରଥମେ ଲୋକଙ୍କ ସହିତ ବନ୍ଧୁତା କରୁଥିଲେ, ପରେ ସେମାନଙ୍କ ଉପରେ ରେପର ମିଛ କେସ କରିବା ନାମରେ ବ୍ଲାକମେଲିଙ୍ଗ କରି ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ | ନିକଟରେ ସୁମନ ଜଣେ ବ୍ୟକ୍ତିଙ୍କୁ ଦୁଷ୍କର୍ମ କେସରେ ଫସାଇବା ନାମରେ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ ଏବଂ ୧.୫ ଲକ୍ଷ ଟଙ୍କା ସେ ପୂର୍ବରୁ ହିଁ ଏହି ବ୍ୟକ୍ତିଙ୍କ ଠାରୁ ଲୁଟି ନେଇସାରିଥିଲେ |

ପୂର୍ବରୁ ୫ଟି ମିଛ ଅଭିଯୋଗ କରିଛନ୍ତି ମହିଳା :-

ପୋଲିସ ଅନୁଯାୟୀ ସୁମନ ଏହିପରି ପାଞ୍ଚଟି ମିଛ ମାମଲା ଜୟପୁରର ଅଲଗା ଅଲଗା ଥାନାରେ ପଞ୍ଜିକରଣ କରିଛନ୍ତି | ସୁମନଙ୍କ ବିରୋଧରେ ଜୟପୁରର ଅନେକ ଥାନାରେ ବ୍ଲାକମେଲିଙ୍ଗ ଏବଂ ଧୋକାର କେସ ରହିଛି |

କୋଟବାଲି ଥାନାର ଏସଏଚଓ ଲାଲ ସିଂହ କହିଛନ୍ତି ଯେ ସୁମନଙ୍କ ବିରୋଧରେ ୨୦୨୦ ଅକ୍ଟୋବର ମାସରେ ଗୋଟିଏ ଅଭିଯୋଗ କରାଯାଇଥିଲା | ଯେଉଁଥିରେ ଏହି ବ୍ଲାକମେଲିଙ୍ଗ ବିଷୟରେ କୁହାଯାଇଥିଲା | ତାକୁ ଆଧାର କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୁମନଙ୍କୁ ଗିରଫ କରିଛି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି |

ଜୟପୁରରେ ମଧ୍ୟ ସାମ୍ନାକୁ ଆସିଛି ଏପରି ମାମଲା :-

ଏହା ପୂର୍ବରୁ ମଧ୍ୟ ଜୟପୁରରୁ ଏପରି ହନିଟ୍ରାପ ମାମଲା ସାମ୍ନାକୁ ଆସିଥିଲା, ଯେଉଁଥିରେ ଅଭିଯୁକ୍ତ ମହିଳାଙ୍କୁ ତିନି ଲକ୍ଷ ଟଙ୍କା ନେଉଥିବା ବେଳେ ପୋଲିସ ଗିରଫ କରିଥିଲା | ପୋଲିସ ଥାନାରେ ଜଣେ LDC ବିବେକ ଶର୍ମା ଏବଂ ଟଙ୍କା ସ୍ତ୍ରୀ ପ୍ରିୟ ଶର୍ମାଙ୍କ ବିରୋଧରେ ବ୍ଲାକମେଲ କରି ପଇସା ମାଗିବାର ମାମଲା ପଞ୍ଜିକରଣ କରିଥିଲା | ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପଇସାର ସଉଦା କରୁଥିବା ଶିବରାମ ମିନାଙ୍କୁ ମଧ୍ୟ ଗିରଫ କରିଥିଲା |

Leave A Reply

Your email address will not be published.