ଆଜିଠାରୁ ବଦଳିଯିବ ଏହି ସବୁ ନିୟମ,ଜାଣନ୍ତୁ କ’ଣ କ’ଣ ?

0

Get real time updates directly on you device, subscribe now.

ଆଜି ଠାରୁ ଅର୍ଥାତ ଫେବୃଆରୀ ୧ ତାରିଖରୁ କିଛି ନୂଆ ନିୟମ ଲାଗୁ ହେବ। ବ୍ଯାଙ୍କ ଏବଂ ରନ୍ଧନ ଗ୍ୟାସ ସମ୍ବନ୍ଧିତ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଅଛି। ଯାହାର ସିଧାସଳଖ ପ୍ରଭାବ ଚାକିରି ସମେତ ଅନେକ ବ୍ୟବସାୟ ଉପରେ ପଡ଼ିବ। ତେବେ କ’ଣ ସବୁ ନୂଆ ନିୟମ ଅଛି ଜାଣିନିଅନ୍ତୁ। ବ୍ୟାଙ୍କ ଅଫ ବରୋଦା ଫେବୃୟାରୀ ୧ ତାରିଖରୁ ଚେକ କ୍ଲିୟରାନ୍ସ ସହିତ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ କରିବା ପାଇଁ ଯାଉଛି। ବ୍ୟାଙ୍କ ତରଫରୁ ଦିଆଯାଇଥିବା ଏହି ସୂଚନା ଅନୁସାରେ ଫେବୃଆରୀ ୧ ତାରିଖରୁ ଚେକ ପେମେଣ୍ଟ ପାଇଁ କନଫରମେସନ ବାଧ୍ୟତାମୂଳକ ହେବ। କନଫରମେସନ ନମିଳିଲେ ଚେକକୁ ଫେରାଇ ଦିଆଯିବ।

ସେହିପରି ଏସବିଆଇର ଗ୍ରାହକମାନଙ୍କୁ ବର୍ତ୍ତମାନ ଟଙ୍କାର ଟ୍ରାନ୍ସଫର କରିବା ମଧ୍ୟ ମହଙ୍ଗା ପଡ଼ିପାରେ। ଏସିଆଇର ୱେବସାଇଟ ଅନୁଯାୟୀ ବ୍ୟାଙ୍କ ଫେବୃଆରୀ ୧ ତାରିଖରୁ ଆଇଏମପିଏସ ଟ୍ରାଞ୍ଜାକ୍ସନରେ ଏକ ନୂଆ ସ୍ଲାବ ଜୋଡ଼ିବାକୁ ଯାଉଛି। ଏଥିରେ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାର ଶୁଳ୍କ ରହିବ। ଫେବୃୟାରି ୧ ତାରିଖରୁ ୨ ରୁ ୫ ଲକ୍ଷ ଟଙ୍କା ଆଇଏମପିଏସ କରିଲେ ୨୦ ଟଙ୍କା ଶୁଳ୍କ ସହିତ ଜିଏସଟି ମଧ୍ୟ ଦେବା ପାଇଁ ପଡ଼ିବ।

ଏହାସହିତ ରନ୍ଧନ ଗ୍ୟାସକୁ ନେଇ ମଧ୍ୟ କିଛି ନିୟମରେ ପରିବର୍ତ୍ତନ ହେବା ପାଇଁ ଯାଉଛି। ପ୍ରତି ମାସ ଆରମ୍ଭର ପ୍ରଥମ ତାରିଖରୁ ଏଲପିଜି ଗ୍ୟାସର ଦର ସ୍ଥିର କରାଯାଇଥାଏ। ଫେବୃୟାରୀ ୧ ତାରିଖରେ ବଜେଟ ଉପସ୍ଥାପନ ହେବାକୁ ଯାଉଥିବାରୁ ଏହାକୁ ନେଇ ସମସ୍ତଙ୍କର ନଜର ରହିଛି। ଯଦି ସିଲିଣ୍ଡର ଦାମ ବଢ଼େ ତେବେ ଏହାର ସିଧାସଳଖ ପ୍ରଭାବ ସାଧାରଣ ଖାଉଟିଙ୍କ ପକେଟ ଉପରେ ପଡ଼ିବ। ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧୀତ ତୈଳର ଦାମ ବ୍ୟାରେଲ ପିଛା ୯୦ ଡଲାର ଅତିକ୍ରମ କରିଛି। ତେଣୁ ଏଲପିଜି ଗ୍ୟାସର ଦର ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଅଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ବାଲାନ୍ସ କମ ଥିଲେ ଏଥର ଫାଇନ ପଡିବ। ଫାଇନ ର ଫିସ ବଢିଲା ୧୦୦ ରୁ ୨୫୦ ଟଙ୍କା।

Leave A Reply

Your email address will not be published.