୯ ବର୍ଷ ପିଲାଟି ପାଖରେ ରହିଛି ଆରବ ଆରବ ଟଙ୍କାର ସମ୍ପତ୍ତି,ପିଲାଟିର ଜୀବନଶୈଳୀ ଆଗରେ ଅମ୍ବାନୀ ମଧ୍ୟ ଫେଲ,ଜାଣନ୍ତୁ ଏହି ପିଲାଟି ବିଷୟରେ

0

Get real time updates directly on you device, subscribe now.

ଜୀବନର ସବୁଠାରୁ ସ୍ବର୍ଣ୍ଣଭରା ସମୟ ହେଉଛି ପିଲାବେଳ। ଏହି ସମୟରେ ନାକୌଣସି ଚିନ୍ତା ଥାଏ ନା କୌଣସି ଇଛା। ପ୍ରାୟ ଲୋକ ଏହି ପିଲାବେଳକୁ ପାଇବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ଜୀବନରେ ପିଲାବେଳ ଠାରୁ କିଛି ଭଲ ନଥାଏ। ଯେତେବେଳେ ପିଲାବେଳ ଚାଲିଯାଏ ସେତେବେଳେ ବହୁତ ଅଫସୋସ ଅନୁଭବ ହୋଇଥାଏ।

ଆଜିକାଲି ପିଲାଙ୍କ ପିଲାବେଳ କଥା କହିବାକୁ ଗଲେ ଅଧିକରୁ ଅଧିକ ସେମାନଙ୍କ ପାଖରେ କପଡ଼ା, କ୍ରିକେଟ କିଟ, ଭିଡ଼ିଓ ଗେମ୍ସ, ଖେଳନା ଓ ବହି ଭଳି କିଛି ଜିନିଷ ରହିଥିବ। ଯଦି ଆମେ ଆପଣଙ୍କୁ କହିବୁ ଜଣେ 9 ବର୍ଷର ପିଲା ଆରବ ଟଙ୍କାର ମାଲିକ ଅଟେ, ତାଙ୍କ ପାଖରେ ନିଜର ପ୍ରାଇଭେଟ ଜେଟ, ଆଲିଶାନ ଗାଡ଼ି ଆଦି ରହିଛି। ଆସନ୍ତୁ ଆଜି ଆମେ ଆପଣଙ୍କୁ ଏହିପରି ଏକ ପିଲା ସହ ଭେଟ କରାଇବୁ।

ଆଜି ଆମେ ଯେଉଁ ପିଲା କଥା କହିବୁ ସେ ଏକ ସାଧାରଣ ପିଲା ପରି ନଜର ଆସୁଛି କିନ୍ତୁ ତାଙ୍କର ରହିବା ଓ ଖାଇବା ପିଇବା ସମ୍ପୂର୍ଣ୍ଣ ଭିନ୍ନ ଅଟେ। ପିଲାଟି ଏହି ଛୋଟ ବୟସରୁ ହିଁ କୋଟି, ଆରବ ରେ ଖେଳୁଛି। ଏହି 9 ବର୍ଷର ପିଲାଟିର ନାମ ମହମ୍ମଦ ଅବଲ ମୁସ୍ତାଫା ଅଟେ।

ଏହି ପିଲାଟିର ଘର ନାଇଜେରିଆରେ ଅଟେ। ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ। ପିଲାଟିର ଚର୍ଚ୍ଚା ବର୍ତ୍ତମାନ ସାରା ଦୁନିଆରେ ହେଉଛି। କାରଣ ସେ ଅନ୍ୟ ପିଲାଠାରୁ ଟିକେ ଅଲଗା ଅଟନ୍ତି। ତାଙ୍କର ଜୀବନ ଓ ପିଲାବେଳ ଅନ୍ୟ ପିଲାଙ୍କ ପରି ନୁହେଁ।

ମାତ୍ର 6 ବର୍ଷ ବୟସରେ ସେ ହୋଇଥିଲେ ଏକ ଆଲିଶାନ ବଙ୍ଗଳା ମାଲିକ:-

ମାତ୍ର 6 ବର୍ଷ ବୟସରେ ତାଙ୍କୁ ତାଙ୍କ ପିତା ଏକ ଆଲିଶାନ ବଙ୍ଗଳା ଉପହାର ରୂପରେ ଦେଇଥିଲେ। ଆଜି ତାଙ୍କୁ 9 ବର୍ଷ ହୋଇଯାଇଛି ଓ ତାଙ୍କ ଲାଇଫ ଷ୍ଟାଇଲ ଅଏଶ ଆରାମରେ କଟୁଛି। ମହମ୍ମଦ ମୁସ୍ତାଫାଙ୍କ ଟଙ୍କା ଆଗରେ ଦୁନିଆର ବଡ଼ ବଡ଼ ଧନୀ ମଧ୍ୟ ଫେଲ ମାରିଯିବେ।

ନିଜର ପ୍ରାଇଭେଟ ଜେଟ ଓ ଲକଜୁରୀ ଗାଡ଼ି:-

ଗୋଟିଏ କ୍ଷଣରେ ଭାରତୀୟ ମହାଧନୀ ମୁକେଶ ଅମ୍ବାନୀ ମଧ୍ୟ ମୁସ୍ତାଫାଙ୍କ ଲାଇଫ ଷ୍ଟାଇଲ ଦେଖି ଆଚମ୍ବିତ ହୋଇଯାଇଥିଲେ। ମହମ୍ମଦଙ୍କ ପାଖରେ ବହୁତ ଲକଜୁରୀ ଗାଡ଼ି ରହିଛି। ଏହାର ଦାମ କୋଟିଏ ଟଙ୍କା ମଧ୍ୟରେ ଅଟେ। ସେହିପରି ମୁସ୍ତାଫାଙ୍କ ପାଖରେ ନିଜର ପ୍ରାଇଭେଟ ଜେଟ ମଧ୍ୟ ରହିଛି।

ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ ଚର୍ଚ୍ଚା:-

ମହମ୍ମଦଙ୍କ ପିତାଙ୍କ ନାମ ଇସମାଇଲିୟା ମୁସ୍ତାଫା ଅଟେ। ସେ ଜଣେ ନାଇଜେରିଆର ଧନୀ ସେଲିବ୍ରେଟି ଅଟନ୍ତି। ମୁସ୍ତାଫା ଇଂଷ୍ଟାଗ୍ରାମରେ ମଧ୍ୟ ବହୁତ ଚର୍ଚ୍ଚିତ ତାଙ୍କୁ 34 ହଜାର ଲୋକ ଫଲୋ ମଧ୍ୟ କରନ୍ତି।

Leave A Reply

Your email address will not be published.