ପ୍ରଥମେ ଅଫେୟର,ତାପରେ ନିର୍ବନ୍ଧ,ତାପରେ ଲିଭ-ଇନ ରିଲେସନସିପ, ଆଉ ବିବାହର ୧୩ ଦିନ ପୂର୍ବରୁ ଯୁବତୀ କଲେ ଆତ୍ମହତ୍ୟା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

କଣ ପ୍ରେମ ଠାରୁ ପଇସା ବଡ଼ ହୋଇଥାଏ, କଣ ସମ୍ପର୍କଠାରୁ ପଇସା ବଡ଼ ହୋଇଥାଏ | ପ୍ରକୃତରେ ଖୁସି ଏବଂ ସୁଖ ପାଇବାପାଇଁ ହିଁ ପଇସା ଦରକାର ହୋଇଥାଏ | କିନ୍ତୁ ସେମାନେ କେମିତିକା ଲୋକ, ଯେଉଁମାନେ ପଇସା ପାଇଁ ଭଲପାଇବା, ସମ୍ପର୍କ, ଖୁସି ଏବଂ ସୁଖ ସମସ୍ତଙ୍କୁ ଛାଡିବାକୁ ପ୍ରସ୍ତୁତ ହୋଇଯାନ୍ତି | ଏପରି ଗୋଟିଏ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି | ଯେଉଁଥିରେ ପଇସା ଲୋଭି ଜଣେ ବ୍ୟକ୍ତି ନିଜ ଭଲପାଇବାକୁ ଛାଡିଦେଲା ଏବଂ ପ୍ରେମରେ ମିଳିଥିବା ଧୋକା ଦ୍ୱାରା ଭାଙ୍ଗି ଯାଇଥିବା ଜଣେ ଯୁବତୀ ମୃତ୍ୟୁକୁ ଆପଣାଇ ନେଲା | ଆସନ୍ତୁ ଜାଣିବା କଣ ରହିଛି ପୁରା ମାମଲା |

ଫେବୃଆରୀ ୧୦ ତାରିଖରେ ହେବାର ଥିଲା ବିବାହ :-

ରାଜସ୍ଥାନର ଭୀଲବାଡାରେ ୨୨ ବର୍ଷୀୟ ଜଣେ ଯୁବତୀଙ୍କ ବିବାହ ଫେବୃଆରୀ ୧୦ ତାରିଖରେ ହେବାର ଥିଲା | ଯୁବତୀ ପିଟିଆଇର ପ୍ରସ୍ତୁତି କରୁଥିଲେ ଏବଂ ନିର୍ବନ୍ଧ ପରଠାରୁ ସେ ନିଜ ବର ସହିତ ଲିଭ ଇନ ରିଲେସନସିପରେ ରହୁଥିଲେ | ତାଙ୍କର ଅଫେୟର ସୁଠେପା ଗାଁର ଜଣେ ଯୁବକଙ୍କ ଶୀତ ଆଚାଲିଥିଲା | ଦୁହେଁ ଗତ ତିନି ବର୍ଷ ଧରି ଏହି ସମ୍ପର୍କରେ ଥିଲେ | ଦୁହିଁଙ୍କ ପରିବାର ଲୋକେ ଏହି ସମ୍ପର୍କକୁ ଅନୁମତି ଦେଇ ତାଙ୍କ ନିର୍ବନ୍ଧ କରିଦେଲେ | ଆସନ୍ତା ଫେବୃଆରୀ ୧୦ ତାରିଖରେ ବିବାହ ହେବାର ଥିଲା |

କିନ୍ତୁ ଏହା ମଧ୍ୟରେ ଯୁବକ ଏବଂ ତାଙ୍କ ଘରଲୋକ ଯୌତୁକରେ ୫ ଲକ୍ଷ ଟଙ୍କା ମାଗିଲେ | ଝିଅର ପରିବାର ଲୋକେ ପଇସାର ଏହି ଡିମାଣ୍ଡକୁ ପୁରା କରିବାକୁ ମନା କରିଦେଲେ, ତାପରେ ପୁଅଘର ଲୋକେ ବିବାହକୁ ଭାଙ୍ଗିଦେଲେ |

ଯୁବତୀ ଖାଇଲେ ବିଷ :-

ବିବାହ ଭାଙ୍ଗିବାର ଖବର କରନ୍ତୁ ଯୁବତୀ ପୁରା ଭାଙ୍ଗି ପଡିଲେ, ସେ ଏସବୁ ସହିପାରିଲେ ନାହିଁ ଏବଂ ସେ ବିଷ ଖାଇ ଜୀବନ ଦେଇଦେଲେ | ଘଟଣାସ୍ଥଳରୁ ଯୁବତୀଙ୍କର ଗୋଟିଏ ସୁସାଇଡ ନୋଟ ମଧ୍ୟ ମିଳିଛି |

ନିର୍ବନ୍ଧ ପରେ ଲିଭ-ଇନରେ ରହୁଥିଲେ :-

ଅଫେୟର ପରେ ଯୁବତୀ ଏବଂ ଯୁବକଙ୍କର ତିନି ବର୍ଷ ପୂର୍ବେ ନିର୍ବନ୍ଧ ହୋଇଥିଲା | ଦୁହେଁ ସେବେଠାରୁ ଲିଭ-ଇନ ରିଲେସନସିପରେ ରହୁଥିଲେ | ଫେବୃଆରୀ ୧୦ ତାରିଖରେ ବିବାହ ହେବାର ଥିଲା | ମୃତ ଯୁବତୀଙ୍କ କକା କହିଛନ୍ତି ଯେ ତାଙ୍କ ଝିଆରୀର ୩ ବର୍ଷ ପୂର୍ବରୁ ହିଁ ନିର୍ବନ୍ଧ ହୋଇ ସାରିଥିଲା | ଶେଷ ସମୟରେ ପୁଅଘର ଲୋକେ ଯୌତୁକ ଡିମାଣ୍ଡ କଲେ, କିନ୍ତୁ ଆମ ଆର୍ଥିକ ପରିସ୍ଥିତି ଏତେ ବି ସୁଦୃଢ ନଥିଲା ଯେ ତାଙ୍କ ଡିମାଣ୍ଡ ପୁରା କରିଥାନ୍ତୁ | ଏହାପରେ ପୁଅଘର ଲୋକେ ବିବାହ ଭାଙ୍ଗିଦେଲେ | ଏହାଦ୍ୱାରା ଦୁଖୀ ହୋଇ ଆମ ଝିଅ ବିଷ ଖାଇ ଆତ୍ମହତ୍ୟା କରିଦେଲେ |

ପୋଲିସର ଯାଞ୍ଚ ଜାରି :-

ଘଟଣାର ସୂଚନା ମିଳିବା ମାତ୍ରେ ହିଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ଏବଂ ଶବକୁ କବଜାକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇ ଦେଲା | ପୋଲିସ କହିଛି ଯେ ପ୍ରିୟଙ୍କା ଶର୍ମାଙ୍କ ନିର୍ବନ୍ଧ ଆଶିଷ ନାମକ ଯୁବକଙ୍କ ସହିତ ହୋଇଥିଲା | ବିବାହ ପାଇଁ ମନା କରିବାରୁ ଚିନ୍ତିତ ହୋଇ ଯୁବତୀ ସୁସାଇଡ କରିଦେଲେ | ଘଟଣାସ୍ଥଳରୁ ଗୋଟିଏ ସୁସାଇଡ ନୋଟ ମିଳିଛି ଏବଂ ଏହି ମାମଲାର ଯାଞ୍ଚ ମଧ୍ୟ କରାଯାଉଛି |

Leave A Reply

Your email address will not be published.