କାର୍ଡ ବାଣ୍ଟିବା ପରେ ବର ଯୌତୁକରେ ମାଗିଲା କ୍ରେଟା କାର ଏବଂ ବୁଲେଟ,ଆଉ ତା ପରେ ଯାହା ହେଲା…ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଯୌତୁକର କୁପ୍ରଥା କାରଣରୁ ଭାରତୀୟ ସମାଜ ଚିନ୍ତାରେ ରହିଛି | ପ୍ରତିଦିନ ଏହିପରି ଖବର ଆସେ ଏବଂ ଲୋକମାନେ ପଢ଼ନ୍ତି, ଥରେ ଚିନ୍ତା ମଧ୍ୟ କରନ୍ତି, କିନ୍ତୁ ତାପରେ ନା ଯୌତୁକ ନେବା ଲୋକ କମ ହେଉଛନ୍ତି ନା ଯୌତୁକ ଦେବା ଲୋକ ପଛକୁ ହଟିବାକୁ ପ୍ରସ୍ତୁତ ଅଛନ୍ତି |

ହରିୟାଣାର କରନାଲରେ ଏପରି ଗୋଟିଏ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ବିବାହ କାର୍ଡ ବଣ୍ଟା ସରିଥିଲା, ବିବାହର ପ୍ରସ୍ତୁତି ମଧ୍ୟ ପୁରା ହୋଇଥିଲା, ଠିକ ସେତିକିବେଳେ ବର ଏବଂ ତାଙ୍କ ଘରଲୋକେ କ୍ରେଟା କାର ଏବଂ ବୁଲେଟ ଡିମାଣ୍ଡ କଲେ ଏବଂ ଏହି ଡିମାଣ୍ଡ ପୁରା ନକଲେ ବିବାହ ହୋଇପାରିବ ନାହିଁ | ତାପରେ ଝିଅଘର ଲୋକେ କି ନିଷ୍ପତ୍ତି ଚାଲନ୍ତୁ ଜାଣିବା |

ହରିୟାଣାର କରନାଲର କୁଞ୍ଜପୁରା ଥାନା ପୋଲିସ ଯୌତୁକ ମାଗିବାର ଅଭିଯୋଗରେ ୭ ଜଣ ଲୋକଙ୍କ ବିରୋଧରେ ଯୌତୁକ ମାଗିବାର କେସ କରାଯାଇଛି | ଫେବୃଆରୀ ୧୧ ତାରିଖରେ ସୋନିପତର ମହଲାନା ଗାଁରୁ କରନାଲର କଲବାହେଡ଼ି ଗାଁକୁ ବରଯାତ୍ରୀ ଆସିବାର ଥିଲା | ବିବାହର ସବୁ ପ୍ରସ୍ତୁତି ହୋଇସାରିଥିଲା | ଜିନିଷ ଆସି ସାରିଥିଲା, କାର୍ଡ ବଣ୍ଟା ସରିଥିଲା |

ଠିକ ସେତିକିବେଳେ ବର ପକ୍ଷ କ୍ରେଟା ଏବଂ ବୁଲେଟର ଡିମାଣ୍ଡ ପୁରା ନ ହେବାରୁ ବରଯାତ୍ରୀ ଆଣିବାକୁ ମନା କରିଦେଲେ | ପଞ୍ଚାୟତ ଦ୍ୱାରା ମଧ୍ୟ ଯେତେବେଳେ ଏହି ମାମଲା ସମାଧାନ ହୋଇପାରିଲା ନାହିଁ, ସେତେବେଳେ ଝିଅର ବାପା ପୋଲିସ ଠାରେ ଅଭିଯୋଗ କରି ବର ସହିତ ୭ଜଣ ଲୋକଙ୍କ ବିରୋଧରେ କେସ କରିଛନ୍ତି |

କଲବାହେଡ଼ି ଗାଁ ବାସିନ୍ଦା ବରିୟାମ ସିଂହ କହିଛନ୍ତି ଯେ ତାଙ୍କ ଝିଅ ମଞ୍ଜୁର ବିବାହ ସୋନିପତର ବାସିନ୍ଦା ଶୈଳେନ୍ଦ୍ରଙ୍କ ସହିତ ସ୍ଥିର ହୋଇଥିଲା, ଯିଏ ବିଦ୍ୟୁତ ବିଭାଗରେ କ୍ଲର୍କ ଅଛନ୍ତି | ଝିଅଘର ଲୋକେ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ବିବାହ ସ୍ଥିର ହୋଇଥିଲା, ସେତେବେଳେ ମାତ୍ର ୩ ସୁଟ ବିବାହ ପାଇଁ କଥାବାର୍ତ୍ତା ହୋଇଥିଲା | ବର୍ତ୍ତମାନ ଯୌତୁକରେ କ୍ରେତା ଗାଡି ମଗାଯାଉଛି | ଡିସେମ୍ବରରେ ବିବାହ ସ୍ଥିର ହେଲା ତଥା ଫେବୃଆରୀ ୩ ତାରିଖରେ ନିର୍ବନ୍ଧ ଏବଂ ଫେବୃଆରୀ ୧୧ ତାରିଖରେ ବିବାହର ତାରିଖ ପକ୍କା ହୋଇଗଲା |

କିନ୍ତୁ ଜାନୁଆରୀ ୨୪ ତାରିଖରେ ପୁଅ ଘର ଲୋକେ ଆସିଲେ ଏବଂ କହିଲେ ଯେଉଁ ଜିନିଷ ଝିଅପକ୍ଷ ତରଫରୁ ଦିଆଯାଉଥିଲା ତାହା ଖରାପ ଅଟେ ଏବଂ ବ୍ରାଣ୍ଡେଡ ଜିନିଷ ଡିମାଣ୍ଡ କଲେ | ଏହାସହିତ କ୍ରେତା କାର ଏବଂ ବୁଲେଟ ଗାଡି ଡିମାଣ୍ଡ କଲେ | ତାପରେ ଜାନୁଆରୀ ୨୫ ତାରିଖରେ ପୁଅଘର ତରଫରୁ ଫୋନ ଆସିଲା ଯେ ବିବାହ କରିବେ ନାହିଁ ଏବଂ ସମ୍ପର୍କ ଭାଙ୍ଗିଦେଲେ |

ଭଦ୍ରଲୋକେ ବହିଷ୍କାରର ନିଷ୍ପତ୍ତି ନେଲେ :-

ଆଜି କଲବେହଡି ଗାଁରେ ଝିଅପକ୍ଷରେ ସମସ୍ତେ ଗାଁର ଭଦ୍ର ଲୋକଙ୍କ ସହିତ ଏକାଠି ହେଲେ, ଯେଉଁଥିରେ ନିଷ୍ପତ୍ତି ନିଆଗଲା ଯେ ସେହି ଘରେ ଝିଅର ବିବାହ କରିବେ ନାହିଁ | ତାଙ୍କୁ ବହିଷ୍କାର କରିବାର ମଧ୍ୟ ନିଷ୍ପତ୍ତି ନିଆଗଲା | ଝିଅର ବାପାଙ୍କ ଅଭିଯୋଗକୁ ଆଧାର କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଦେଇଛି |

Leave A Reply

Your email address will not be published.