ଆଇପିଏଲ ୨୦୨୨ ମେଗା ଅକ୍ସନ: ପ୍ରଥମ ଥର ଆଇପିଏଲରେ ଭୁଟାନର ଏହି ଖେଳାଳି କଲେ ନିଜ ନାମ ରେଜିଷ୍ଟର, ମହେନ୍ଦ୍ର ସିଂହ ଧୋନୀଙ୍କ ଠାରୁ ନେଲେ ଖାସ ଉପଦେଶ
ଆଇପିଏଲ 2022 ମେଗା ଅକ୍ସନର ଆୟୋଜନ ବେଙ୍ଗାଳୁରୁରେ ଫେବ୍ରୁଆରୀ 12 ରୁ 13 ତାରିଖରେ ହେବ। ଏହିଥର ଅକ୍ସନରେ 1,214 ଜଣ ଖେଳାଳିଙ୍କ ନାମ ସାମିଲ ହୋଇଛି। ଯେଉଁଥିରୁ ଭାରତୀୟ 896 ଜଣ ଓ ବିଦେଶୀ 318 ଖେଳାଳି ରହିଛନ୍ତି। 318 ବିଦେଶୀ ଖେଳାଳିଙ୍କ ମଧ୍ୟରୁ ଜଣେ ଭୁଟାନର ଅଟନ୍ତି। ଏହିଥର ଭୁଟାନର ଜଣେ ଖେଳାଳି ପଞ୍ଜୀକରଣ କରାଇଛନ୍ତି ଯାହାଙ୍କ ନାମ ମିକିଓ ଦୋର୍ଜି ଅଟେ। ଜଣାଇଦେଉଛୁ
ବିଗତ ବର୍ଷ ଦୋର୍ଜି ଭୁଟାନର ଏଭଳି ଜଣେ କ୍ରିକେଟର ଥିଲେ ଯିଏକି ଦେଶ ବାହାରକୁ ଯାଇ ଫ୍ରାଞ୍ଚାଇଜ ଲିଗ ଖେଳିବାର ଗୌରବ ଅର୍ଜନ କରିଥିଲେ। ଦୋର୍ଜି ନେପାଳରେ ଏଭରେଷ୍ଟ ପ୍ରିମିୟର ଲିଗ ଖେଳିଛନ୍ତି। ଏହି ଲିଗରେ ସେ ଲଳିତପୁର ପାଟ୍ରିୟାଟ୍ସ ପଟରୁ ଖେଳୁଥିବାର ନଜର ଆସିଥିଲେ। ଆପଣଙ୍କୁ ଜଣାଇଦେଉଛୁ ଦୋର୍ଜି ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସହିତ ଭେଟ ହୋଇ ସାରିଛନ୍ତି। ନିଜ ଇଂଷ୍ଟାଗ୍ରାମରେ ସେ ଧୋନୀଙ୍କ ସହିତ ଏକ ଫୋଟୋ ଶେୟର କରିଛନ୍ତି। ସେ ଫୋଟୋ ଶେୟର କରି ଲେଖିଥିଲେ, ମାହି ତାଙ୍କୁ ଯେଉଁ ଉପଦେଶ ଦେଲେ ସେ କେବେବି ଏହାକୁ ଭୁଲିବେନାହିଁ ଓ ନିଜ କ୍ୟାରିଅରରେ ସେ ଏହାକୁ ବ୍ୟବହାର କରି ଚାଲିବେ।
View this post on Instagram
ଅକ୍ସନରେ କିଣାଯିବାର ଆଶଙ୍କା କମ ରହିଛି:-
ଦୋର୍ଜି ନିଜେ କହିଛନ୍ତି, ହୁଏତ ମୁଁ କୌଣସି ଦଳ ପାଇଁ କିଣାହେବାର ସମ୍ଭାବନା ବହୁତ କମ ରହିଛି କିନ୍ତୁ ତାଙ୍କର ନାମ ଏହି ବଡ଼ ପ୍ଲାଟଫର୍ମରେ ରେଜିଷ୍ଟର ହୋଇଥିବାରୁ ଏହା ତାଙ୍କ ଦେଶ ପାଇଁ ବହୁତ ବଡ଼ ଗର୍ବର କଥା ହେବ।
ଜଣାଇଦେଉଛୁ କି, 22 ବର୍ଷୀୟ ଦୋର୍ଜି ଜଣେ ଫାଷ୍ଟ ବୋଲର ଓ ଅଲ ରାଉଣ୍ଡର ଅଟନ୍ତି। ସେ 2018 ମସିହାରେ ମାଲେସିଆ ବିପକ୍ଷରେ ଡେବ୍ୟୁ କରିଥିଲେ। ନିଜ ଇଣ୍ଟରନାଶନାଲ କ୍ରିକେଟର ଦୋର୍ଜି ଗୋଟିଏ t-20 ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ସେ 27 ରନ କରିଥିଲେ।
ମେଗା ଅକ୍ସନ ପାଇଁ ଆମେରିକାର 14 ଜଣ ଖେଳାଳି କଲେ ନାମ ପଞ୍ଜୀକରଣ:-
ଆମେରିକା ନିଜର 14 ଜଣ ଖେଳାଳିଙ୍କ ନାମ ପଞ୍ଜୀକରଣ କରାଇଛି। ବିଦେଶରୁ ଅଷ୍ଟ୍ରେଲିଆର ସର୍ବାଧିକ 59 ଜଣ ଓ ଦକ୍ଷିଣ ଆଫ୍ରିକାର 48 ଜଣ ଖେଳାଳି ରହିଛନ୍ତି। ଆଇପିଏଲ ଅକ୍ସନରେ ୱେଷ୍ଟଇଣ୍ଡିଜ୍ (41), ଶ୍ରୀଲଙ୍କା (36), ଇଂଲଣ୍ଡ (30), ନ୍ୟୁଜିଲାଣ୍ଡ (29) ଏବଂ ଆଫଗାନିସ୍ତାନ (20) ଅନ୍ୟ କେତେକ ଦେଶ ଯେଉଁଠାରୁ ଅନେକ ଖେଳାଳି ପଞ୍ଜୀକୃତ ହୋଇଛନ୍ତି। ନାମିବିଆ (5), ନେପାଳ (15), ନେଦରଲ୍ୟାଣ୍ଡ (1), ଓମାନ (3), ସ୍କଟଲ୍ୟାଣ୍ଡ (1), ଜିମ୍ବାୱେ (2), ଆୟର୍ଲାଣ୍ଡ (3) ଏବଂ ୟୁନାଇଟେଡ଼ ଆରବ ଏମିରେଟ୍ସ (1) ଖେଳାଳି ନିଲାମରେ ଭାଗ ହେବେ।