ବର୍ତ୍ତମାନ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରଚାରର ଉଷ୍ଣତା ଜମିବାକୁ ଲାଗିଲାଣି। ଭୋଟରମାନଙ୍କୁ ନିଜର କରିବା ପାଇଁ ନେତାମାନେ ଅନେକ ପ୍ରକାର ଅଭିନବ ଉପାୟ ସବୁ ଅବଲମ୍ବନ କରୁଛନ୍ତି। ବର୍ତ୍ତମାନ ମତଦାତାମାନଙ୍କୁ ମିଠା ମିଠା କଥା କହି ନେତାମାନେ ନିଜର କରି ନେଉଛନ୍ତି। ଓ ଅନେକ ପ୍ରକାର ପ୍ରତିଶୃତି ମଧ୍ୟ ଦେଉଛନ୍ତି। ଏହାସହ ଟଙ୍କା ବାଣ୍ଟିବା ମଧ୍ୟ ଆରମ୍ଭ କରିସାରିଲେଣି ବୋଲି ବର୍ତ୍ତମାନ ଖବର ସାମ୍ନାକୁ ଆସୁଛି।
ନିର୍ବାଚନରେ ମତଦାତାଙ୍କୁ ନଗଦ ଟଙ୍କା ବଣ୍ଟାଯିବା କଥା ଆପଣମାନେ ନିଶ୍ଚିତ ଶୁଣିଥିବେ, କିନ୍ତୁ ବ୍ୟାଙ୍କରେ ଚେକ ବାଣ୍ଟିବା ସଂପର୍କରେ ଆପଣ ଜାଣିନଥିବେ। ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ନୂଆଖୋଲମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଉପେନ୍ଦ୍ର କାନୁନ୍ଗୋ ମହିଳା ଭୋଟକୁ ହାତେଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବ୍ୟାଙ୍କରେ ଚେକ ବାଣ୍ଟିବା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ ହେଉଅଛି। ସରପଞ୍ଚ ପ୍ରାର୍ଥୀ ମହିଳା ଗୋଷ୍ଠୀଙ୍କୁ ତିନି ହଜାର ଟଙ୍କାର ଚେକ ଦେଇ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବୈତରଣୀ ପାର ହେବା ପାଇଁ ଯୋଜନା କରିଛନ୍ତି ବୋଲି ଚର୍ଚ୍ଚା ହେଉଅଛି।
ଉପେନ୍ଦ୍ର କାନୁନ୍ଗୋ ହେଉଛନ୍ତି ସରପଞ୍ଚ ପ୍ରାର୍ଥ:-
ଜଣେ ମହିଳା ଗଣମାଧ୍ୟମକୁ କହିଛନ୍ତିଯେ, ସରପଞ୍ଚ ପ୍ରାର୍ଥୀ ବଳପୂର୍ବକ ଆମକୁ ବ୍ୟାଙ୍କରେ ଚେକ ଦେଇଯାଇଛନ୍ତି। ବିଶେଷ ଭାବରେ ମହିଳାଗୃପ ମାନଙ୍କୁ ୩୦୦୦ ଟଙ୍କିଆ ବ୍ୟାଙ୍କରେ ଚେକ ଦେଇଛନ୍ତି। ସେ ଟଙ୍କା ଦେଇ ନିଜ ପାଇଁ ଭୋଟ ମାଗିଛନ୍ତି। ଆମେ ନିଜ ପସନ୍ଦର ପ୍ରାର୍ଥୀମାନଙ୍କୁ ଭୋଟ ଦେବୁ।
ତେବେ ମହିଳାମାନେ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହିତ କଳା ଟଙ୍କା ବିରୋଧରେ ମୁହଁ ଖୋଲି ବିରୋଧ ଅମଧ୍ୟ କରିଛନ୍ତି। ଏହି ପ୍ରାର୍ଥୀଜଣକ ଭୋଟରଙ୍କୁ ପ୍ରଲୋଭିତ କରିବା ସହିତ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଷ୍ଟେଟବ୍ୟାଙ୍କର ଚେକକୁ ବ୍ୟବହାର କରୁଥିବା ନେଇ ବର୍ତ୍ତମାନ ଚର୍ଚ୍ଚା ହେଉଅଛି। ଏକ ବ୍ୟାଙ୍କ ଚେକରେ ପ୍ରାର୍ଥୀମାନଙ୍କର ଦସ୍ତଖତ ଥିବା ‘ସମ୍ବାଦ’ର ସ୍ଥାନୀୟ ପ୍ରତିନିଧିଙ୍କୁ ହସ୍ତଗତ ହୋଇଛି। ତେବେ ସରପଞ୍ଚ ପ୍ରାର୍ଥୀ ଉପେନ୍ଦ୍ର କାନୁନଗୋଙ୍କୁ ଏ ବାବଦରେ ପଚାରିବାରୁ ସେ କହିଛନ୍ତିଯେ, ମୋର ବ୍ୟାଙ୍କ ଚେକ ବୁକ ହଜିଯାଇଛି। ଆସନ୍ତାକାଲି ଜାନୁଆରି ୩୦ ତାରିଖରେ ଥାନାରେ ଏକ ଏତଲା ଦେବି।
ଏହି ବ୍ୟାଙ୍କ ଚେକ ଭୋଟ ହାତେଇବା ପାଇଁ ବ୍ୟବହାର ହୋଇଛିକି ଅନ୍ୟ କେଉଁ କାମ ଲାଗି ତାହା ଏହି ମାମଲାର ତଦନ୍ତ ପରେ ଯାଇ ଜଣାପଡ଼ିବ। ଏହି ମାମଲାକୁ ନେଇ ରାଜ୍ୟର ନିର୍ବାଚନ କମିଶନ ମଧ୍ୟ ଅବଗତ ହୋଇସାରିଛନ୍ତି। ନିର୍ବାଚନ କମିଶନ ଏହି ମାମଲା ଉପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।