ବିହାରର ବୋଧଗୟାରେ ଶୁକ୍ରବାର ଦିନ ଭାରତୀୟ ସେନାର ଏର ହାଲୁକା ବିମାନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିୟନ୍ତ୍ରଣ ହରାଇଥିଲା, ତାପରେ ଏକ ବିଲ ମଧ୍ୟରେ ବିମାନଟି ଖସି ପଡ଼ିଥିଲା। ତାଲିମ ଉଦ୍ଦେଶ୍ୟରେ ଦୁଇ ଜଣ ପାଇଲଟ ହାଲୁକା ବିମାନ ଏମ-୧୦୨କୁ ଚଳାଉଥିଲେ। କିନ୍ତୁ ପାଇଲଟ ଦୁଇଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ।
ବିମାନଟି ଦୁର୍ଘଟଣା ଗ୍ରସ୍ତ ହେବା ପରେ ବିଲରେ ଖସି ପଡିଥିଲା, ଏହା ଦେଖି ବହୁଲୋକ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଏଆରକ୍ରାଫ୍ଟଟିକୁ ବିଲରୁ କିପରି ଉଠାଯିବ ଏହାକୁ ନେଇ ଦୁଇ ପାଇଲଟ ମଧ୍ୟ ଚିନ୍ତିତ ଥିଲେ। ଏହା ପରେ ସେଠାରେ ଥିବା ଗାଁର ଲୋକମାନେ ବିମାନକୁ ଠେଲିଠେଲି ଉଠାଇ ବିଲରୁ ଉଠାଇ ଆଣିଥିଲେ ଓ ରାସ୍ତା ଉପରେ ରଖିଥିଲେ।
सेना के जवान परेशान थे की तकनीकी खराबी के कारण जो हेलीकॉप्टर बीच खेत में उतर गया या कहें गिर गया उसको कैसे निकाला जाए?
गांव वालों को आवाज दी। गांव वाले आए। कंधे पर उठाकर #हेलीकॉप्टर को मेन रोड पर पहुंचा दिए।
तो यह है #बिहार उड़ती चिड़िया को हल्दी लगाना आता है pic.twitter.com/kT744qWcME
— Rishikesh Kumar (@rishhikesh) January 28, 2022
ସୂଚନା ଅନୁଯାୟୀ, ଗୟା ଆର୍ମି କ୍ୟାଣ୍ଟ ଏୟାରପୋର୍ଟରେ ସବୁଦିନ ଟ୍ରେନିଂ ପାଇଁ ବିମାନର ଉଡାଣ ଭରିଥାଏ। ଶୁକ୍ରବାର ଦିନ ସକାଳେ ମଧ୍ୟ ବିମାନଟି ତାଲିମ ପାଇଁ ଉଡାଣ ଭରିଥିଲା। କିନ୍ତୁ କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲ, ଯାହା ଫଳରେ ବିମାନ ନିୟନ୍ତ୍ରଣ ହରାଇ ଏକ ବିଲ ମଧ୍ୟରେ ପଡି ଯାଇଥିଲା। ଏହା ଦେଖି ଆଖପାଖରେ ଥିବା ଗ୍ରାମର ଲୋକ ସେହି ସ୍ଥାନରେ ପହଞ୍ଚି ଦୁଇ ଜଣ ପାଇଲଟଙ୍କୁ ଏଆରକ୍ରାଫ୍ଟରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ଏହି ଘଟଣା ଘଟିବାରର କିଛି ସମୟ ପରେ ପାଞ୍ଚ ଜଣ ଯବାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଉଭୟ ପାଇଲଟଙ୍କୁ ସୁରକ୍ଷିତ ଭାବରେ ନିଆଯାଇଥିଲା। ଏହା ସହ ସେମାନେ ଦୁର୍ଘଟଣାଗସ୍ତ ହୋଇଥିବା ଏଆରକ୍ରାଫ୍ଟକୁ ଏକ ଭ୍ୟାନ ଦ୍ଵାରା ଉଠାଇ ନେଇ ଯାଇଥିଲେ। ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ହୋଇଯାଇଛି।