ପଞ୍ଜାବରେ ଆସନ୍ତା ମାସରେ ବିଧାନସଭାର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଅଛି। ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବରେ କିଛିମାସ ତଳେ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ଦଳର ହାଇକମାଣ୍ଡ ନିଯୁକ୍ତ କରିବା ପରେ ବର୍ତ୍ତମାନ ରାଜ୍ୟରେ ଚନ୍ନିଙ୍କ ପରେ ସେ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଦେଖା ଯାଉଛନ୍ତି। କିନ୍ତୁ ତାଙ୍କ ପିଛା ଛାଡୁନି ବିବାଦ, ଦଳର ବିବାଦ ପରେ ବର୍ତ୍ତମାନ ଘରୋଇ ବିବାଦ ମଧ୍ୟରେ ସିଦ୍ଧୁ ଛନ୍ଦି ହୋଇପଡିଛନ୍ତି।
ସିଦ୍ଧୁଙ୍କର ବଡ ଭଉଣୀ ସିଦ୍ଧୁଙ୍କ ନାମରେ ଆଣିଛନ୍ତି ଏଭଳି ଏକ ଅଭିଯୋଗ। ଯାହାକି ସିଦ୍ଧୁଙ୍କର ନିର୍ବାଚନୀ ରାଜନୀତି ଉପରେ ତାହାର ଅନେକ ପ୍ରକାର ପ୍ରଭାବ ପଡିବ ବୋଲି ଅନୁମାନ କରାଯାଉଅଛି। ସିଦ୍ଧୁଙ୍କର ଭଉଣୀ ସୁମନଜୋତ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତିକି ତାଙ୍କର ଭାଇ ସିଦ୍ଧୁ ପିତାଙ୍କର ସମ୍ପତ୍ତିକୁ ଦଖଲ କରିବାକୁ ନିଜର ମା’ଙ୍କୁ ଘରୁ ତଡି ଦେଇଛନ୍ତି। ଏହା ସହ ସିଦ୍ଧୁ ପରିବାର ଲୋକମାନଙ୍କୁ ବାରମ୍ବାର ମିଛକଥା କହୁଥିବା ସମୟରେ ସିଦ୍ଧୁଙ୍କୁ ଟାର୍ଗେଟ କରି ତାଙ୍କର ଭଉଣୀ କହିଛନ୍ତିକି ମୁଁ ସିଦ୍ଧୁ ନୁହେଁ, ତେଣୁ ମୋତେ ଆଦୌ ମିଛ କହିଆସେ ନାହିଁ।
ଗୋଟିଏ ପଟେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଚନ୍ନିଙ୍କ ପରେ ସିଦ୍ଧୁଙ୍କର ନାମ ଆସୁଥିବା ସମୟରେ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ସିଦ୍ଧୁଙ୍କର ଭଉଣୀ ସିଦ୍ଧୁଙ୍କ ଉପରେ ଏଭଳି ଅଭିଯୋଗ ଆଣିବା ସିଦ୍ଧୁଙ୍କର ବିବାଦକୁ ଆହୁରି ଅଧିକ ବଢାଇଦେଇଛି। ଅଭିଯୋଗ ଆଣିଥିବା ସିଦ୍ଧୁଙ୍କର ଭଉଣୀ ଆମେରିକାରେ ରହୁଥିବା ସମୟରେ ସେ କହିଛନ୍ତିକି ସିଦ୍ଧୁଙ୍କର ପିତା ଭଗୱନ୍ତ ସିଦ୍ଧୁଙ୍କର ମୃତ୍ୟୁ ହେବା ପରେ ସିଦ୍ଧୁ ମା’ ନିର୍ମଳା ଓ ତାଙ୍କର ଭଉଣୀଙ୍କୁ ସେ ଘରୁ ତଡି ଦେଇଛନ୍ତି।
ସେ ଆହୁରି କହିଛନ୍ତିକି ସିଦ୍ଧୁ ଲୋକମାନଙ୍କ ନିକଟରେ ମିଛ କହୁଛନ୍ତିକି, ସେ ୨ ବର୍ଷର ହୋଇଥିବା ସମୟରେ ତାଙ୍କର ବାପା ଓ ମା ଅଲଗା ହୋଇଯାଇଥିଲେ। କିନ୍ତୁ ସିଦ୍ଧୁଙ୍କର ଭଉଣୀଙ୍କ କହିବା ଅନୁସାରେ ସିଦ୍ଧୁଙ୍କର ମା’ ଅସହାୟ ଅବସ୍ଥାରେ ଦିଲ୍ଲୀର ରେଳ ଷ୍ଟେସନରେ ମୃତ୍ୟୁବରଣ କରିଥିଲେ।