ଭାରତକୁ ଆସିଲା ଦମଦାର ଇଲେକ୍ଟ୍ରିକ ବାଇକ, ୯୯୯ ଟଙ୍କା ଦେଇ ବୁକ କରନ୍ତୁ । ୧ ଘଣ୍ଟା ଚାର୍ଜ କଲେ ଯାଉଛି 180 କିଲୋମିଟର,ଜାଣନ୍ତୁ ବାଇକ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଭାରତର ଇଲେକ୍ଟ୍ରିକ ବାଇକ ବଜାରରେ ଆଉ ଏକ ନୂଆ ଦମଦାର ସ୍ପୋର୍ଟସ ବାଇକ ଲଞ୍ଚ ହୋଇଯାଇଛି। ଏହି ବାଇକକୁ ବନାଉଥିବା କମ୍ପାନୀ ବୁକିଂ ଆରମ୍ଭ କରିଦେଇଛି। ମାତ୍ର 999 ଟଙ୍କାରେ ବାଇକ ବୁକିଂ ହେଉଛି ଓ ବୁକିଂର 2 ମାସ ପରେ ବାଇକ ଡିଲିଭରୀ ହେଉଛି। ଆସନ୍ତୁ ଜାଣିବା ଏହି ବାଇକର ସମସ୍ତ ଡ଼ିଟେଲସ ବିଷୟରେ।

Tork Kratos ବାଇକରେ ଦିଆଯାଇଛି ଶାନଦାର ମୋଟର:-

ଅଟୋମୋବାଇଲ କମ୍ପାନୀ Tork motors ନିଜର ଏକ ଇଲେକ୍ଟ୍ରିକ ବାଇକ Tork Kratos ଲଞ୍ଚ କରିସାରିଛି। Tork Kratos ସେହି ଲୋକଙ୍କୁ ବହୁତ ପସନ୍ଦ ଆସିବ ଯିଏକି ପାୱାର ଓ ଟର୍କ ବାଲା ମୋଟର ସାଇକେଲ ପସନ୍ଦ କରନ୍ତି।

ଏହାସହ ସେହି ଲୋକଙ୍କ ସମସ୍ୟା ଦୂର ହୋଇଯିବ ଯାହାଙ୍କ କହିବାହେଲା ଇଲେକ୍ଟ୍ରିକ ମୋଟର ସାଇକେଲ ଦମଦାର ନୁହେଁ। ଏଥିରେ ଏକ୍ସିଏଲ ଫ୍ଲକ୍ସ ଟାଇପ ମୋଟର। ଏହି ବାଇକ 7.5kwh ମାକ୍ସିମମ ପାୱାର ଓ 28 Nm ର ପିକ ଟର୍କ ଜେନେରେଟ କରିଥାଏ।

ଟପ ସ୍ପିଡ଼ 100 କିଲୋମିଟର ପ୍ରତିଘଣ୍ଟା:-

ଏହି ବାଇକ 0 ରୁ 4 ସେକେଣ୍ଡରେ 40 କିଲୋମିଟର ପ୍ରତିଘଣ୍ଟା ବେଗ ଧରିଥାଏ। କମ୍ପାନୀର ଦାବି ହେଉଛି ଏହାର ଟପ ସ୍ପିଡ଼ 100 କିଲୋମିଟର ପ୍ରତିଘଣ୍ଟା ଅଟେ। କମ୍ପାନୀ ଏହାର ଦୁଇଟି ମଡେଲ Tork Kratos, Tork Kratos R ଲଞ୍ଚ କରିଛି। Kratos R ର ମୋଟର 9.0 kW ର ଅଟେ। ଏହି ବାଇକ 38Nm ଟର୍କ ଜେନେରେଟ କରିଥାଏ। ଏହାର ଟପ ସ୍ପିଡ଼ 105 କିଲୋମିଟର ପ୍ରତିଘଣ୍ଟା ହୋଇଥାଏ।

ଏକ ଘଣ୍ଟାରେ ଫୁଲ ଚାର୍ଜ:-

Tork ମୋଟର ନିଜର ଏହି ଦୁଇଟି ବାଇକ ସହିତ ଫାଷ୍ଟ ଚାର୍ଜର ଦେଉଛି। ଏଥିରେ ବାଇକକୁ ସମ୍ପୂର୍ଣ୍ଣ ଚାର୍ଜ ହେବାରେ ମୋଟ ଏକଘଣ୍ଟା ସମୟ ଲାଗିଥାଏ। ସିଙ୍ଗଲ ଚାର୍ଜରେ ଏହି ବାଇକ IDC ମୁତାବିକ 180 କିଲୋମିଟର ଯାଇଥାଏ କିନ୍ତୁ ବାସ୍ତବରେ ଏହା 120 କିଲୋମିଟର ପର୍ଯ୍ୟନ୍ତ ଯାଇଥାଏ।

ଏହି ଇଲେକ୍ଟ୍ରିକ ବାଇକର ଦାମ:-

କମ୍ପାନୀ ଏହି ବାଇକର ବୁକିଂ 999 ଟଙ୍କାରୁ ଆରମ୍ଭ କରିଛି। Tork Kratosର ଆକଚୁଆଲ ମୂଲ୍ୟ 1.92 ଲକ୍ଷ ଅଟେ। ଯେବେକି Tork Kratos R ଦାମ 2.07 ଲକ୍ଷ ଟଙ୍କା ଅଟେ। ଏହି ଇଲେକ୍ଟ୍ରିକ ବାଇକ ଉପରେ କେନ୍ଦ୍ର ସରକାର ସବ୍ସିଡ଼ି ପ୍ରଦାନ କରିଥାଆନ୍ତି। ଅଲଗା ଅଲଗା ରାଜ୍ୟ ସରକାର ମଧ୍ୟ ଏଥିରେ ସବ୍ସିଡ଼ି ଦେଇଥାନ୍ତି।

ଏହିପରି ସବ୍ସିଡ଼ି ପରେ ଦିଲ୍ଲୀରେ ଏହାର ଦର 1.02 ଲକ୍ଷ ଟଙ୍କା ଓ Tork Kratos R ର ବାସ୍ତବିକ ମୂଲ୍ୟ 1.17 ଲକ୍ଷ ଟଙ୍କା ହୋଇଯାଏ। ଆରମ୍ଭରୁ କମ୍ପାନୀ ଏହାକୁ ପୁନେ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ ଓ ଦିଲ୍ଲୀ ମାର୍କେଟରେ ଉପଲବ୍ଧ କରାଇବ। ଏହାର ଡିଲିଭରୀ କମ୍ପାନୀ ଏପ୍ରିଲ ମାସରୁ ଆରମ୍ଭ କରିବ।

Leave A Reply

Your email address will not be published.