Lucky oldest delivery boy : ଜଣେ ବୃଦ୍ଧଙ୍କ ଖାଦ୍ୟ ଡେଲିଭର କରୁଥିବା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି,ବର୍ତ୍ତମାନ ଏହି ବୃଦ୍ଧ ବ୍ୟକ୍ତିଙ୍କ ସହାୟତା ପାଇଁ ଅନେକ ଲୋକ ହାତ ବଢାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ସହାୟତା ମିଳିସାରିଲାଣି ।
Oldest food delivery boy: ୭୧ବର୍ଷର ବୃଦ୍ଧ ‘ଡେଲିଭରି ବୟ’ ଏକ ୨୧ବର୍ଷର ଝିଅର ଘରକୁ ଖାଦ୍ୟ ଡେଲିଭର କରିବାକୁ ଯାଆନ୍ତି । ବୃଦ୍ଧ ଜଣଙ୍କ ଅତି ଧୀର ଗତିରେ ଶିଡ଼ି ଉପରକୁ ଚଢୁଥାନ୍ତି । ଯାହାକୁ ଦେଖି ଝିଅଟି ଭାବପ୍ରବଣ ହୋଇଯାଏ । ସମ୍ପୁର୍ଣ୍ଣ ଘଟଣାର ଭିଡିଓ ଟି ୨୧ବର୍ଷର ଝିଅର ଡୋରବେଲ କ୍ୟାମେରାରେ ରେକର୍ଡ ହୋଇଯାଏ । ତା’ପରେ ୭୧ବର୍ଷର ଏହି ବୃଦ୍ଧ ଡେଲିଭରି ବୟଙ୍କ ଭିଡିଓକୁ ଝିଅଟି ସୋସିଆଲ ମିଡିଆରେ ସେୟାର କରିଦିଏ । ଯାହା ବର୍ତ୍ତମାନ ଭାଇରାଲ୍ ହୋଇଛି ।
ବିଶେଷ କଥା ଏହା ହେଉଛି କି ଭିଡିଓ ଦେଖିବା ପରେ ଏହି ବୃଦ୍ଧ ଡେଲିଭରି ବୟ ଙ୍କୁ ଲୋକମାନେ ସାହାଯ୍ୟ ମଧ୍ୟ କରୁଛନ୍ତି । ଝିଅଟି GoFundMe ରେ ବୃଦ୍ଧଙ୍କ ପାଇଁ ଟଙ୍କା ସଂଗ୍ରହ କରିବା ପାଇଁ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଦେଇଛି । ଯେଉଁଥିରେ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ୬୩ ଲକ୍ଷ ଟଙ୍କା ର ସହାୟତା ହୋଇ ଯାଇଛି । ଝିଅଟିର ଲକ୍ଷ ଅଛି କି ବୃଦ୍ଧ ଡେଲିଭରି ବୟଙ୍କୁ ୭୫ ଲକ୍ଷ ଟଙ୍କାର ସହାୟତା ମିଳିଯାଉ ।
‘ଡେଲି ମେଲ’ଙ୍କ ଅନୁଯାୟୀ,୨୧ବର୍ଷୀୟ ଆନ୍ନାବେଲ ଗ୍ରେସ ଷ୍ଟିଫେନ୍ସ ଆମେରିକାର ଇଦାହୋରେ ରୁହନ୍ତି । ଗତ ସପ୍ତାହରେ ସେ DoorDash ଡେଲିଭରି ରୁ କିଛି ଖାଦ୍ୟ ଅର୍ଡର କରିଥିଲା । ଯାହାକୁ ନେଇକି ୭୧ବର୍ଷୀୟ କେରି ଜୁଡ ଆସିଥିଲେ । ଭିଡିଓରେ,ଖାଦ୍ୟ ଆଣିବା ସମୟରେ ସେ ବହୁତ ଧୀର ଗତିରେ ଚାଲୁଥିବାର ନଜର ଆସିଛନ୍ତି ।
ଆନ୍ନାବେଲ ତାଙ୍କର ଏହି ଭିଡ଼ିଓ କୁ ଟିକଟକ ରେ ପୋଷ୍ଟ କରିଦେଲେ । ଏଥି ସହିତ, କ୍ୟାପସନ୍ ରେ ମଧ୍ୟ ଲେଖିଲା, ‘ମୋତେ ଏହାଠାରୁ ସୁନ୍ଦର ଡୋର ଡେସର ମିଳି ନାହିଁ’ । ଏହା ପରେ ସେ GoFundMe ରେ ଅଭିଯାନ ମଧ୍ୟ ଆରମ୍ଭ କରିଦେଲା । ଯାହାଦ୍ଵାରା ଟଙ୍କା ସିଧାସଳଖ ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେଉଛି । କିଛି ୟୁଜର ମଧ୍ୟ ତାଙ୍କର ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି ଯେ ସେ ଟିପ୍ସ ଭାବରେ କିଛି ଦେଇ ନଥିବେ, ଆନ୍ନାବେଲ୍ କହିଛନ୍ତି ଯେ ସେ କେବଳ ଟିପ୍ସ ପାଇଁ ୨୨୦୦ ଟଙ୍କା ଦେଇଥିଲେ, ଯେତେବେଳେ କି ସେ ୧୫୦୦ ଟଙ୍କା ର ଖାଦ୍ୟ ଅର୍ଡର କରିଥିଲେ । ଏହା ପରେ ସେ ଡୋରଡାଶ ସହିତ ଯୋଗାଯୋଗ କରିଥିଲା ଆଉ କହିଲା କି ସେ ଚାହୁଁଛନ୍ତି କି ତାଙ୍କ ସହ ଥରେ ଯୋଗାଯୋଗ କରିବାକୁ ।
ଏହା ପରେ ଦୁହିଁଙ୍କର ଭେଟ ମଧ୍ୟ ହୋଇଥିଲା । ଯାହାର ଫଟୋ ଆନ୍ନାବେଲଙ୍କ ଦ୍ୱାରା ସେୟାର କରାଯାଇଛି । ଆନ୍ନାବେଲଙ୍କ ଅନୁଯାୟୀ, ୨୦୧୧ ମସିହାରେ ତାଙ୍କ ପତ୍ନୀଙ୍କ ମୁତ୍ୟୁ ହୋଇଯାଇଥିଲା । ତାଙ୍କର ଦୁଇଟି ପୁଅ ଅଛନ୍ତି । ଗୋଟିଏ ହେଉଛି ସିକ୍ୟୁରିଟି ଗାର୍ଡ ଏବଂ ଅନ୍ୟଟି ହେଉଛି ଡୋରଡାଶର ଡ୍ରାଇଭର ।
ଏଥି ସହିତ, ଆନ୍ନାବେଲଙ୍କ ଏହି ପଦକ୍ଷେପକୁ ଟିକଟକ ଉପରେ ତୀବ୍ର ପ୍ରଶଂସା କରାଯାଉଛି । ଅନେକ ଲୋକ କହିଥିଲେ ଯେ ସେ ବର୍ତ୍ତମାନ ଅବସର ନେବା ଉଚିତ୍ । ଏଥି ସହିତ, ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ବର୍ତ୍ତମାନ ତାଙ୍କର ବୟସ କାମ କରିବାର ନୁହେଁ । ଏହି ସମୟରେ କିଛି ଲୋକ କହିଥିଲେ ଯେ ଏହି ବ୍ୟକ୍ତି ନିଜକୁ ଫିଟ୍ ରଖିବାକୁ ଚାହୁଁଛନ୍ତି, ତେଣୁ ସେ କାମ କରୁଛନ୍ତି | ଏଥିସହିତ, ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଏହା ଦେଖି ଦୁଃଖ ଲାଗୁଛି,ଆମେ ଆମ ବୃଦ୍ଧ ବୟସ୍କ ଲୋକଙ୍କ ସହିତ ଭଲ ବ୍ୟବହାର କରିବା ଉଚିତ୍ ।