ଗର୍ଭବତୀ ମହିଳାଙ୍କ ପ୍ରସବ ସମୟର ହସ୍ପିଟାଲରେ ଲୁଚିଛପି ଫଟୋ ଉଠାଉଥିଲେ ପୁରୁଷ ନର୍ସ ! ବାଥ୍‌ରୁମ ଯାଇ ଅଶ୍ଳୀଳ ଭିଡିଓ ତିଆରି କରୁଥିଲେ;ଆଉ ତାପରେ ପ୍ରେମିକାଙ୍କ ନିକଟକୁ ପଠାଉଥିଲେ…

0

Get real time updates directly on you device, subscribe now.

ଏମିତି ଅନେକ ଲୋକ ଦୁନିଆରେ ଅଛନ୍ତି, ଯେଉଁମାନେ ନିଜର ଘୃଣ୍ୟ ମାନସିକତା କାରଣରୁ ଅନ୍ୟର ଖରାପ କରିବାକୁ ଚାହାଁନ୍ତି। କିନ୍ତୁ ସେମାନଙ୍କର ସତ୍ୟତା ଦୁନିଆର ସାମ୍ନାକୁ ନିଶ୍ଚିୟ ଆସି ଯାଇଥାଏ। ନିକଟରେ ଏମିତି ହିଁ ଜଣେ ବ୍ୟକ୍ତିଙ୍କର ଖୁଲାସା ହୋଇଛି, ଯିଏକି ହସ୍ପିଟାଲରେ ଥିବା ଗର୍ଭବତୀ ମହିଳାମାନଙ୍କର ପ୍ରସବ ସମୟର ଅଶ୍ଳୀଳ ଫଟୋ ଉଠାଉଥିଲେ। ଏହାପରେ ସେ ହସ୍ପିଟାଲର ବାଥ୍‌ରୁମକୁ ଚାଲି ଯାଇ ସେଠାରେ ଅଶ୍ଳୀଳ ଭିଡିଓକୁ ତିଆରି କରୁଥିଲେ।

ଇଂଲଣ୍ଡର ହଲରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି। ଏକ ୱେବସାଇଟର ରିପୋର୍ଟ ଅନୁସାରେ, ପଲ ଜନସନ ନାମକ ବରିଷ୍ଠ ପୁରୁଷ ନର୍ସ ହଲ ମହିଳା ଏବଂ ଶିଶୁ ଡାକ୍ତରଖାନାରେ ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ କରିଥିଲେ। ବ୍ୟକ୍ତି ଜଣକ ସିଜେରିୟନ ସେକ୍ସନ ଜରିଆରେ ପିଲା ଜନ୍ମ କରୁଥିବା ଗର୍ଭବତୀ ମହିଳାମାନଙ୍କର ଫଟୋକୁ ସେ ଗୁପ୍ତରେ ଉଠାଇ ନେଉଥିଲେ। ସେ ଅଶ୍ଳୀଳ ଭିଡିଓ ସବୁ ବାଥ୍‌ରୁମରେ ଯାଇ ପ୍ରସ୍ତୁତ କରୁଥିଲେ।

ଅକ୍ଟୋବର ୨୦୨୦ ମସିହାରେ ପଲଙ୍କୁ ନିଲମ୍ବିତ କରି ଦିଆଯାଇଥିଲା। ରିପୋର୍ଟ ଅନୁଯାୟୀ, ୨୦୧୮ ମସିହା ସୁଦ୍ଧା ପୂରା ଇଂଲଣ୍ଡରେ ପଲ ୫୦ ପୁରୁଷ ନର୍ସ ମଧ୍ୟରୁ ଜଣେ ଥିଲେ, ଯିଏକି ୨୦୦୦ରୁ ବି ଅଧିକ ଶିଶୁଙ୍କର ପ୍ରସବ ସମୟରେ ସାହାଯ୍ୟ କରିଥିଲେ। ଗତ ସୋମବାର ଦିନ ପଲଙ୍କ ବିରୋଧରେ ୨୯ଟି ଆପରାଧିକ ମାମଲା ରୁଜୁ ହୋଇଛି। ୨୦୦୨ ମସିହାରୁ ପଲ ହଲ ୟୁନିଭର୍ସିଟି ହସ୍ପିଟାଲ ଟ୍ରଷ୍ଟରେ ନିଯୁକ୍ତ ହୋଇଥିଲେ। ସେ ଜଣେ ବରିଷ୍ଠ କର୍ମଚାରୀ ଥିଲେ। ଓ ଲେବର ବୋର୍ଡକୁ ପରିଚାଳନା କରିବାର ଥିଲା ତାଙ୍କର କାର୍ଯ୍ୟ। ନିଜର ଏହି ଘୃଣ୍ୟ କାର୍ଯ୍ୟ ପରେ ତାଙ୍କୁ ୧୮ ମାସ ପାଇଁ ନିଲମ୍ବିତ କରିଦିଆଯାଇଛି।

କୋର୍ଟରେ ଶୁଣାଣି କରିବା ସମୟରେ ଏହି କଥାର ଖୁଲାସା ହୋଇଛିକି, ବ୍ୟକ୍ତି ଜଣକ ୩ ଜଣ ମହିଳାଙ୍କର ପ୍ରସବ ସମୟରେ ତାଙ୍କର ଆପତ୍ତିଜନକ ଫଟୋ ଉଠାଇଥିଲେ ଓ ଅଶ୍ଳୀଳ ଭିଡିଓ ମଧ୍ୟ କରିଥିଲେ। କେବଳ ଏତିକି ନୁହେଁ, ସେ ଏହି ଫଟୋଗୁଡ଼ିକୁ ନିଜର ଜଣେ ସହକର୍ମୀଙ୍କ ନିକଟକୁ ପଠାଇଥିଲେ, ଯାହାଙ୍କ ସହ ସେ ରିଲେସନସିପରେ ଥିଲେ। ମହିଳା କର୍ମଚାରୀମାନଙ୍କ ସହିତ ମଧ୍ୟ ଅଶ୍ଳୀଳ ଭାଷାରେ କଥା ହେବା ନେଇ ପଲଙ୍କ ଉପରେ ଯୌନ ଉତ୍ପୀଡ଼ନର ଏକ ମାମଲା ରୁଜୁ ହୋଇଛି। ଏହି ମାମଲାର ଶୁଣାଣି ବର୍ତ୍ତମାନ ହେଉଅଛି।

Leave A Reply

Your email address will not be published.