୧୫୦୦ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି ୧୩ ବର୍ଷ ବୟସର ଗୌରୀ,”ରାମ”ଲେଖି ବନାଇ ଦେଇଥିଲେ ଭଗବାନ ରାମଙ୍କ ଚିତ୍ର

0

Get real time updates directly on you device, subscribe now.

ପ୍ରତିଭା କେବେ ଲୁଚି ରହେ ନାହିଁ|ଏ‌ହାକୁ ସତ୍ୟ ସାବ୍ୟସ୍ତ କରିଦେଲେ ଆଜମେରର ଗୈରୀ ମାହେଶ୍ୱରୀ|ନିଜ ପ୍ରତିଭାର ସେ ଏପରି ଜଳବା ଦେଖାଇଥିଲେ ଫଳରେ ଏବର୍ଷ ତାଙ୍କୁ ପ୍ରଧାନମନ୍ତ୍ରୀ ବାଳ ପୁରସ୍କାରରେ ସମ୍ମାନିତ କରାଯାଇଥିଲା|ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ଟୁଇଟର ଏକାଉଣ୍ଟରେ ଗୈରୀକୁ ପ୍ରଶଂସା କରିଛନ୍ତି|

ଏହି ୧୩ ବର୍ଷୀୟ ଗୈରୀ‌ କାଲିଗ୍ରାଫି ଆର୍ଟରେ ଏତେ ଭଲ ଯେ ତାଙ୍କ ଠାରୁ ଏହି କଳା ଶିଖିବାକୁ ୟୁକେ ଓ ଆମେରିକା ସହ ବହୁ ଦେଶରୁ ୧୫୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ କ୍ଲାସ କରୁଛନ୍ତି|ଆପଣ ଜାଣି ଆଶ୍ଚର୍ଯ୍ୟ ହେଵେ ଯେ ଗୈରୀକୁ ଛୁଆ ଭାବି ଜଣେ ଶିକ୍ଷକ କାଲିଗ୍ରାଫି ଶିଖାଇବାକୁ ମନା କରିଥିଲେ, ସେତେବେଳେ ତାଙ୍କର ବୟସ ୬ ବର୍ଷ ଥିଲା|କିନ୍ତୁ ସେ ଆଜି ୬-୬୦ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତଙ୍କୁ ଶିଖାଉଛନ୍ତି|

ସେ ମିଡିଆକୁ କହିଛନ୍ତି ଯେ ତାଙ୍କର କଲର ପେନ ପ୍ରତି ଶଉକ ଥିଲା |ଅଲଗା ଅଲଗା ପେନରେ ହସ୍ତାକ୍ଷର ବହୁ ପସନ୍ଦ ଥିଲା|ଏହି ସମୟରେ କାଲିଗ୍ରାଫି ସମ୍ପର୍କରେ ଜଣାପଡିଲା|ଗବେଷଣାରୁ ବହୁ ତଥ୍ୟ ମିଳିଲା|ଧିରେଧିରେ ଶବ୍ଦର ବିଭିନ୍ନ ଡିଜାଇନ ଶିଖିଲେ ଓ କାଲିଗ୍ରାଫି କଲେ|

ତାଙ୍କ ପ୍ରାରମ୍ଭିକ ପଢ଼ାପଢ଼ି ଜୟପୁରରେ ଓ ବର୍ତମାନ ସେ ଆଜମେରର ପ୍ରସିଦ୍ଧ ମେୟୋ ବାଳିକା ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଛନ୍ତି|ତାଙ୍କ କାଲିଗ୍ରାଫି ବିଦେଶରେ ମଧ୍ୟ ବିଖ୍ୟାତ|ତାଙ୍କୁ ୧୫୦ରୁ ଉର୍ଦ୍ଧ୍ବ ଡିଜାଇନ ଆସେ|ସେ ନିଜେ ମଧ୍ୟ କିଛି ଡିଜାଇନ କରିଛନ୍ତି|ତାଙ୍କ ଅନୁସାରେ ଥରେ କାଲିଗ୍ରାଫି ମୁଣ୍ଡରେ ପସିଗଲେ ସମସ୍ୟା ହୁଏନାହିଁ|

ସେ କହିଛନ୍ତି କେଵଳ ଭାରତ ନୁହେଁ,ୟୁଏସ୍,ୟୁକେ, ଲଣ୍ଡନ, ନାଇଜେରିଆ ଓ ଜର୍ମାନୀରେ ତାଙ୍କର ବହୁ ଛାତ୍ର ରହିଛନ୍ତି ଯେଉଁମାନଙ୍କୁ ସେ ଅନଲାଇନ କ୍ଲାସ ଦେଇଥାନ୍ତି|ଏଥିରେ ୬-୬୫ ବୟସ ପର୍ଯ୍ୟନ୍ତ ଲୋକ ଭାଗ ନେଇଥାନ୍ତି|ସେ ଏପର୍ଯ୍ୟନ୍ତ ୧୫୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଶିଖାଇ ସାରିଛନ୍ତି|

ସେ ରାଷ୍ଟ୍ରୀୟ ବାଳ ପୁରସ୍କାର ସହ ଇଣ୍ଡିଆ ବୁକ ଅଫ ରେକର୍ଡ,ଏସିଆ ବୁକ ଅଫ ରେକର୍ଡ,ଇଣ୍ଟରନେସନାଲ ବୁକ ଅଫ ରେକର୍ଡରେ ସର୍ବକନିଷ୍ଠ କାଲିଗ୍ରାଫି ଭାବେ ରେକର୍ଡ କରିଛନ୍ତି|ଏହାସହ ଶିଶୁ ଓ ଜୀ ସହ ବହୁ ପୁରସ୍କାର ମଧ୍ୟ ପାଇଛନ୍ତି|

କାଲିଗ୍ରାଫି ବିବାହ କାର୍ଡରେ ,ହସ୍ତ ନିର୍ମିତ ପ୍ରେଜେଣ୍ଟେସନ , ମେମୋରିଆଲ ଡକ୍ୟୁମେଣ୍ଟ, ସାର୍ଟିଫିକେଟ, ନିମନ୍ତ୍ରଣ ପତ୍ର,ବିଜନେସ କାର୍ଡ ପୋଷ୍ଟର,ଗ୍ରିଟିଙ୍ଗ କାର୍ଡ,ବୁକ କଭର‌, ଲୋଗୋ ,ଲିଗାଲ ଡକ୍ୟୁମେଣ୍ଟ ବନାଇବାରେ ,ସେରାମିକ ଓ ମାର୍ବଲ ଉପରେ ନାଁ ଲେଖାଯିବା ସହ ଅନ୍ୟ କାମରେ ପ୍ରୟୋଗ କରାଯାଏ|

Leave A Reply

Your email address will not be published.