ମହିଳାଙ୍କ ସହ ପ୍ରଥମେ ହେଲା ଗ୍ୟାଙ୍ଗ ରେ-ପ୍,ପରେ ଚୁଟି କାଟିଦେଲେ ଏବଂ ମୁଁହରେ କଳା ବୋଳିଦେଲେ,ଆଉ ତା ପରେ ପୁଣି ଜୋତା ମାଳ ପିନ୍ଧେଇକି ବୁଲେଇଲେ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଦେଶର ରାଜଧାନୀ ଦିଲ୍ଲୀରୁ ଏକ ଲଜ୍ଜାଜନକ ଭିଡିଓ ସାମ୍ନାକୁ ଆସିଛି | ଏଠାରେ ଜଣେ ମହିଳାଙ୍କୁ ପ୍ରଥମେ ଅପହରଣ କରାଗଲା ପରେ ତାଙ୍କ ସହ ଖରାପ ବ୍ୟବହାର କରିବା ସହିତ ତାଙ୍କୁ ନିର୍ଯାତନା ଦିଆଗଲା | କେବଳ ଏତିକି ହିଁ ନୁହଁ ଏହା ପରେ ପୁଣି ତାଙ୍କ ଚୁଟି ମଧ୍ୟ କାଟିଦେଲେ | ତାଙ୍କ ଚେହେରାରେ କଳା ବୋଳି ତାଙ୍କୁ ଗଳି ମାନଙ୍କରେ ବୁଲେଇଲେ | ଏହି ଘଟଣା ରାଜଧାନୀର କସ୍ତୁରବା ନଗର ଅଞ୍ଚଳରୁ ଆସିଛି | କଣ ଅଟେ ପୁରା ମାମଲା ଆପଣଙ୍କୁ ଆଗକୁ କହିବୁ |

ପୀଡିତାଙ୍କ ଭଉଣୀ ଫୋନ କରି ପୋଲିସଙ୍କୁ ଡାକିଥିଲେ:-

ମହିଳାଙ୍କ ସାନ ଭଉଣୀ ପୋଲିସକୁ ଫୋନ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ବଞ୍ଜାଇ ଥିଲେ ଆଉ ଏବେ ମହିଳାଙ୍କୁ କାଉସିଲିଂ କରାଯାଉଛି | ପୋଲିସ ମହିଳାଙ୍କ ଅଭିଯୋଗକୁ ନେଇ ଗ୍ୟାଙ୍ଗରେପ୍ ର ଏଫେୟାର ଦାଖାଲ କରିଛି, ଆଉ ମହିଳାଙ୍କ ସହିତ ଖରାପ ବ୍ୟବହାର କରିବାର ଅଭିଯୋଗରେ ଏବେ ଚାରିଜଣ ମହିଳାଙ୍କୁ ଗିରଫ କରାଯାଇଛି | ଆଗକୁ ଅହୁରି କିଛି ଜଣ ଆରୋପିଙ୍କ ସନ୍ଧାନ ପୁଲିସି ଜାରି ରଖିଛି |

ମହିଳା ଜଣକ ସେହି ଇଲାକାରେ ଏକ ଭଡା ଘରେ ରହୁଥିଲେ | ଦାଦାଙ୍କ ଅଭିଯୋଗ କରିଛନ୍ତି କି କିଛି ଲୋକ ତାଙ୍କ ବେକରେ ଛୁରୀ ଲଗାଇ ତାଙ୍କ ଭାଣିଜୀଙ୍କୁ ଅପହରଣ କରିନେଲେ | ଅଭିଯୋଗ ହୋଇଛି ଯେ ଗ୍ୟାଙ୍ଗ ରେପ୍ ପରେ ତାଙ୍କର ସବୁ ଚୁଟି କାଟିଲେ, ଚେହେରାରେ କଳା ବୋଳିଲେ ଆଉ ଜୋତା ମାଳ ପିନ୍ଧେଇକରି ଗଳିରେ ବୁଲେଇଲେ |

ପୁରୁଣା ଶତ୍ରୁତାରୁ ଅପରାଧର ଆଶଙ୍କା

ପୋଲିସଙ୍କ କହିବାନୁସାରେ, ମହିଳାଙ୍କ ସହ ଏହି ଘଟଣା ପୁରୁଣା ଶତ୍ରୁତା କାରଣରୁ ଘଟିଥିଲା । ପୀଡିତା ମହିଳା ବିବାହିତ ବୋଲି ଜଣାପଡିଛି । ତାଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛି । ପୀଡିତା ମହିଳାଙ୍କ ପରିବାର ଲୋକ କହିଛନ୍ତି ଯେ ପଡ଼ୋଶୀ ଘରେ ରହୁଥିବା ଯୁବକ ଏହି ମହିଳାଙ୍କ ପଛରେ ପଡିଥିଲା ।ଏକତରଫା ଭଲ ପାଉଥିଲା । ପରେ ସେହି ବାଳକ 12 ନଭେମ୍ବରରେ ଆତ୍ମହତ୍ୟା କରିଥିଲା।
ଯୁବକଙ୍କ ପରିବାର ଲୋକଙ୍କୁ ଲାଗୁଛି କି ତାଙ୍କର ଆତ୍ମହତ୍ୟା ର କାରଣ ଏହି ମହିଳା ଅଟନ୍ତି । ବର୍ତ୍ତମାନ ପୋଲିସ ସବୁ ଦିଗରୁ ଘଟଣାଟିର ତଦନ୍ତ କରିବାରେ ଲାଗିଛି । ଅନ୍ୟପକ୍ଷରେ ଦିଲ୍ଲୀ ମହିଳା କମିଶନ ଏହି ପ୍ରସଙ୍ଗରେ ଅବଗତ ହୋଇଛନ୍ତି ।

ଦିଲ୍ଲୀ ମହିଳା କମିଶନ ନୋଟିସ ପଠାଇଛନ୍ତି

ଏହି ଘଟଣା କୁ ନେଇକି ଦିଲ୍ଲୀ ମହିଳା କମିଶନ ର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଦିଲ୍ଲୀ ପୋଲିସ କୁ ନୋଟିସ ପଠାଇଛନ୍ତି । ସେମାନେ ଟ୍ୱିଟର ରେ ଲେଖିଛନ୍ତି – ମୁଁ ଦିଲ୍ଲୀ ପୋଲିସ କୁ ନୋଟିସ ଜାରି କରୁଛି । ସବୁ ଅପରାଧୀ ପୁରୁଷ,ମହିଳା ଙ୍କୁ ଗିରଫ କରାଯାଉ ଏବଂ ଯୁବତୀ ଆଉ ତାଙ୍କ ପରିବାରକୁ ସୁରକ୍ଷା ଦିଆଯାଉ ।

Leave A Reply

Your email address will not be published.