ଏସବିଆଇ ୪୦ କୋଟି ଗ୍ରାହକଙ୍କୁ କଲା ଆଲର୍ଟ, ବନ୍ଦ ହୋଇପାରେ ଆପଣଙ୍କ ବ୍ୟାଙ୍କିଙ୍ଗ ସେବା, ଜାଣନ୍ତୁ କାରଣ

0

Get real time updates directly on you device, subscribe now.

PAN -Aadhaar Link : ସାର୍ବଜନିକ କ୍ଷେତ୍ରର ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ ଆଲର୍ଟ କରିଛି | ବ୍ୟାଙ୍କ ନିଜ ଆକାଉଣ୍ଟ ହୋଲଡର୍ସଙ୍କୁ ମାର୍ଚ୍ଚ ୩୧ ତାରିଖ ୨୦୨୨ ପୂର୍ବରୁ ପ୍ୟାନ-ଆଧାର କାର୍ଡକୁ ଲିଙ୍କ କରିବା ପାଇଁ ନୋଟିସ କରିଛି | ବ୍ୟାଙ୍କ କହିଛି ଯେ ଯଦି ଗ୍ରାହକ ଏପରି ନ କରନ୍ତି, ତେବେ ତାଙ୍କ ବ୍ୟାଙ୍କିଙ୍ଗ ସେବା ବନ୍ଦ ହୋଇପାରେ | SBI ଏଥିପାଇଁ ଟ୍ୱିଟ ମଧ୍ୟ କହିଛି |

ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରହିଛି ସୁଯୋଗ :-

ଏସବିଆଇ କହିଛି, “ଆମେ ଆମ ଗ୍ରାହକମାନଙ୍କୁ ପରାମର୍ଶ ଦେଉ ଯେ ସେମାନେ ଯେକୌଣସି ଅସୁବିଧାରୁ ବଞ୍ଚିବାପାଇଁ ନିଜ ପ୍ୟାନକୁ ଆଧାର ସହିତ ଲିଙ୍କ କରନ୍ତୁ ଏବଂ ଗୋଟିଏ ସୁରକ୍ଷିତ ବ୍ୟାଙ୍କିଙ୍ଗ ସେବାର ଆନନ୍ଦ ନେଇ ଚାଲନ୍ତୁ | ଏହାସହିତ ବ୍ୟାଙ୍କ କହିଛି ଯେ ପ୍ୟାନକୁ ଆଧାର ସହିତ ଲିଙ୍କ କରିବା ବାଧ୍ୟତାମୂଳକ ଅଟେ | ଯଦି ପ୍ୟାନ ଏବଂ ଆଧାର ଲିଙ୍କ ନାହିଁ, ତେବେ ପ୍ୟାନ ନିଷ୍କ୍ରିୟ ହୋଇଯିବ ଏବଂ ସ୍ପେସିଫାଇଡ଼ ଟ୍ରାଞ୍ଜାକ୍ସନ କରିବାପାଇଁ ପ୍ୟାନର ବ୍ୟବହାର କରାଯାଇପାରିବ ନାହିଁ |”

କୁହାଯାଉଛି ଯେ କେନ୍ଦ୍ର ସରକାର କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ପ୍ୟାନକୁ ଆଧାର ସହିତ ଲିଙ୍କ କରିବାର ସମୟ ସୀମା ସେପ୍ଟେମ୍ବର ୩୦ ତାରିଖ ୨୦୨୧ରୁ ବଢ଼ାଇ ମାର୍ଚ୍ଚ ୩୧ ତାରିଖ ୨୦୨୨ କରି ଦେଇଛନ୍ତି |

ପ୍ୟାନ-ଆଧାର କାର୍ଡକୁ ଏହିପରି ଲିଙ୍କ କରନ୍ତୁ :-

ପ୍ରଥମ ଉପାୟ :-

୧. ସବୁଠାରୁ ପ୍ରଥମେ ଆପଣ ଇନକମ ଟ୍ୟାକ୍ସର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ | https://www.incometaxindiaefiling.gov.in/home

୨. ଏଠାରେ ବାମପଟରେ ଆପଣଙ୍କୁ Link Aadhaar ର ବିକଳ୍ପ ଦେଖାଯିବ, ଏହାକୁ କ୍ଲିକ କରନ୍ତୁ |

୩. ଗୋଟିଏ ନୁଆଁ ପେଜ ଖୋଲିବ, ଯେଉଁଠାରେ ଆପଣଙ୍କୁ PAN , AADHAAR ଏବଂ ଆଧାରରେ ଆପଣଙ୍କ ନାମ ଭଳି ଲେଖାଯାଇଥିବାର ଦେଖିବାକୁ ମିଳିବ, ତାକୁ ପୂରଣ କରନ୍ତୁ |

୪. ଯଦି ଆପଣଙ୍କ ଆଧାର କାର୍ଡରେ କେବଳ ଜନ୍ମର ବର୍ଷ ରହିଛି, ତେବେ ‘I have only year af birth in aadhaar card ‘ର ବକ୍ସକୁ ଠିକ ମାରନ୍ତୁ |

୫. କ୍ୟାପଚା କୋଡ଼ ପୂରଣ କରନ୍ତୁ କିମ୍ବା OTP ପାଇଁ ଠିକ ମାରନ୍ତୁ |

୬- ଲିଙ୍କ ଆଧାରର ବଟନକୁ କ୍ଲିକ କରନ୍ତୁ, ବାସ ହୋଇଗଲା ଆପଣଙ୍କର PAN ଏବଂ aadhaar ଲିଙ୍କ |

ଦ୍ୱିତୀୟ ଉପାୟ :-

– ଆପଣ PAN ଏବଂ aadhaar କୁ SMS ମାଧ୍ୟମରେ ମଧ୍ୟ ଲିଙ୍କ କରିପାରିବେ |

– ମୋବାଇଲର ମେସେଜ ବକ୍ସକୁ ଯାଇ ଟାଇପ କରନ୍ତୁ – UIDPAN<12-digit Aadhaar><10-digit PAN>

– ଏହି ମେସେଜକୁ 567678 କିମ୍ବା 56161 ରେ ପଠାଇ ଦିଅନ୍ତୁ | ତାପରେ ଆପଣଙ୍କ କାମ ହୋଇଯିବ |

Leave A Reply

Your email address will not be published.