ଓମିକ୍ରନ ଭ୍ୟାରିଏଣ୍ଟ: ଟୀକା ଲଗାଇ ସାରିଥିବା ବ୍ୟକ୍ତିଙ୍କ କାନକୁ ଆକ୍ରମଣ କରୁଛି ଭାଇରସ, ଜାଣନ୍ତୁ ନୂଆ ଲକ୍ଷଣ ବିଷୟରେ
କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ କାରଣରୁ ସାରା ଦୁନିଆ ମହାମାରୀର ଏକ ନୂଆ ଲହର ସାମ୍ନା କରୁଛି। ଏହି ସମୟରେ ଏକ ତାଜା ଖବର ଏହା ହେଉଛି କି, ଓମିକ୍ରନର ଆଉ ଏକ ଲକ୍ଷଣ ଜଣାପଡ଼ିଯାଇଛି। ଏବେ ଏହା କାନ ଉପରେ ଆକ୍ରମଣ କରୁଛି। ଷ୍ଟାନଫୋର୍ଡ଼ ୟୁନିଭର୍ସିଟିର ବିଶେଷଜ୍ଞଙ୍କ ଏକ ସମୂହ ସଂକ୍ରମଣର ନୂଆ ଲକ୍ଷଣ ଖୋଜିଛନ୍ତି। ଓମିକ୍ରନକୁ ନେଇ ଆରମ୍ଭରୁ କୁହାଯାଉଛି କି, ଏହି ଭ୍ୟାରିଏଣ୍ଟ ହାଲୁକା ଅଟେ କିନ୍ତୁ ଏହା ଲୋକଙ୍କୁ ଦୁର୍ବଳ କରିଦେଉଛି। କିନ୍ତୁ ଏହାସହ ଖରାପ କଥା ଏହା ହେଉଛି କି ଏଥିରେ ଦେଖାଯାଉଥିବା ଲକ୍ଷଣ କୋଭିଡ଼-19 ଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ। ଯେଉଁଥିରେ ସ୍ୱାଦ ଓ ଗନ୍ଧର ଅଭାବ ଆପଣ ଜାଣିପାରିବେ।
ଓମିକ୍ରନ ଭ୍ୟାରିଏଣ୍ଟ ଆଖିରୁ ହାର୍ଟ ଓ ମସ୍ତିଷ୍କ ପର୍ଯ୍ୟନ୍ତ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରୁଛି। ଏବେ ବିଶେଷଜ୍ଞଙ୍କ ଅନୁସାରେ କିଛି ଲକ୍ଷଣ କାନ ଠାରେ ମଧ୍ୟ ଦେଖା ଦେଇପାରେ।
ଷ୍ଟାନଫୋର୍ଡ଼ ୟୁନିଭର୍ସିଟିର ବିଶେଷଜ୍ଞ ଏହା ବୁଝିବା ପାଇଁ କୋଭିଡ଼ ପଜିଟିଭ ରୋଗୀଙ୍କ କାନ ପରୀକ୍ଷଣ କଲେ। ସେ ପାଇଲେ କି, ରୋଗୀ କାନରେ ଯନ୍ତ୍ରଣା ଓ କାନ ଭିତରେ କିଛି ଶବ୍ଦ ଆସୁଛି। ଏହା ଏବେପର୍ଯ୍ୟନ୍ତ ଏକ ଏମିତି ଲକ୍ଷଣ ଅଟେ ଯାହାକି କରୋନା ଭାଇରସ ସହିତ ଜଡ଼ିତ ନଥିଲା। ତାଜା ଅଧ୍ୟୟନ ପରେ କୁହାଯାଉଛି କି, ଯଦି କାନରେ ଝୁନଝୁନ ଶବ୍ଦ ହେଉଛି ଓ ହ୍ବିସଲ ମାରିବା ଶବ୍ଦ ହେଉଛି ତାହେଲେ ଏହା କରୋନାର ଏକ ଲକ୍ଷଣ ଅଟେ। ଏହାଠାରୁ ମଧ୍ୟ ଖରାପ ଖବର ଏହାକି ଯେ, ସମ୍ପୂର୍ଣ୍ଣ ଭାବରେ ଟୀକା ନେଇଥିବା ବ୍ୟକ୍ତିଙ୍କ ଠାରେ ଏହା ସର୍ବାଧିକ ଦେଖାଦେଉଛି।
ଓମିକ୍ରନ ଭ୍ୟାରିଏଣ୍ଟର ଅନ୍ୟ ଲକ୍ଷଣ କିଛି ଏହିପ୍ରକାରର ଅଟେ:-
ଥଣ୍ଡା ଲାଗିବା, ମଜରା ଅନୁଭବ ହେବା, ଗଳା ବସିଯିବା, ଶରୀରରେ ଯନ୍ତ୍ରଣା, ଦୁର୍ବଳତା ଲାଗିବା, ବାନ୍ତି ଲାଗିବା, ରାତିରେ ଝାଳ ନିର୍ଗତ ହେବା, ହାଲୁକା ଜ୍ୱର ଅନୁଭବ ହେବା, କାଶ, ନାକ ବୋହିବା, ଥକାପଣ, ମୁଣ୍ଡବିନ୍ଧା,
ତାଜା ଅଧ୍ୟୟନ ସହିତ ଜଡ଼ିତ ଡ଼କ୍ଟର କନଷ୍ଟେଟିନା ଷ୍ଟେନକୋଭିକ ଜୋର ଦେଇ କହିଥିଲେ କି, ଧ୍ୱନି ଓ ଶୁଣିବା ସମ୍ବନ୍ଧିତ ସମସ୍ୟା ଉପରେ ସାମ୍ନା କରିବାରେ ରୋଗୀଙ୍କୁ ଜଲଦି ରୁ ଜଲଦି ପରୀକ୍ଷଣ କରାଯାଉ। ଯଦି ଏହାଉପରେ ଧ୍ୟାନ ନଦିଆଯିବ ତାହେଲେ ଆପଣ ଶୁଣିବାର କ୍ଷମତା ମଧ୍ୟ ହରାଇ ବସିବେ।