ରାସ୍ତା ଊପରେ ଗାଡ଼ି ଚଲାଇବାକୁ ହେଲେ ଅନେକ ପ୍ରକାରର ନିୟମ ରହିଛି। ଯାହା ଆମର ସୁରକ୍ଷା ପାଇଁ ପ୍ରସ୍ତୁତ କରାଯାଇଛି। ସେହି ନିୟମକୁ ଯଦି କେହି କେବେ ଉଲଂଘନ କରନ୍ତି ତେବେ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଜକୁ ବିପଦରେ ପକାଇଥାନ୍ତି। ଏହାସହ ଅନ୍ୟମାନେ ମଧ୍ୟ ଏହି ବିପଦରେ ପଡିଥାନ୍ତି। ତେଣୁ ସମସ୍ତଙ୍କୁ ସଡ଼କ ନିୟମ ପାଳନ କରିବା ପାଇଁ କୁହାଯାଇଥାଏ।
ଯଦି ଆପଣ ଟ୍ରାଫିକର ନିୟମ ମାନୁ ନାହାଁନ୍ତି ତେବେ ଟ୍ରାଫିକ ନିୟମ ଅନୁସାରେ ସ୍କୁଟି ପାଇଁ ଆପଣଙ୍କର ୨୩ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗିପାରେ। ବିନା ଡ୍ରାଇଭିଂ ଲାଇସେନ୍ସରେ ସ୍କୁଟି ଚଲାଇବା ଦ୍ୱାରା ଆପଣଙ୍କୁ ୫୦୦୦ ଟଙ୍କା ଫାଇନ, ବିନା ରେଜିଷ୍ଟ୍ରେସନ ସାର୍ଟିଫିକେଟ ପାଇଁ ଚାଲାଣ ଭାବରେ ୫ ହଜାର ଟଙ୍କା, ବିନା ଇନସୁରାନ୍ସରେ ୨ ହଜାର ଟଙ୍କା, ଏୟାର ପଲ୍ୟୁସନ ଷ୍ଟାଣ୍ଡାଡକୁ ଭାଙ୍ଗିବା ପାଇଁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିଥାଏ। ଏହା ସହିତ ବିନା ହେଲମେଟ ଆପଣ ଗାଡ଼ି ଚଳାଉଥିଲେ ଆପଣଙ୍କୁ ୧୦୦୦ ଟଙ୍କାର ଫାଇନ ଦେବାକୁ ପଡିଥାଏ।
କିନ୍ତୁ ଏହାରି ମଧ୍ୟରେ ଦିଲ୍ଳୀରେ ଜଣେ ଯୁବକଙ୍କୁ ମୋଟ ୨୩ ହଜାର ଟଙ୍କାର ଜରିମାନା ଦେବାପାଇଁ ପଡ଼ିଛି। ଦିଲ୍ଳୀର ଦିନେଶ ମଦାନଙ୍କ ନିକଟରୁ ଗୁରୁଗ୍ରାମ ପୋଲିସ ୨୩ ହଜାର ଟଙ୍କାର ଚାଲାଣ କାଟିଛି। ଚାଲାଣ ରସିଦ ଅନୁସାରେ ଦିନେଶ ମଦାନ ବିନା ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ, ବିନା ଥାର୍ଡ ପାର୍ଟି ଇନୁସୁରାନ୍ସ, ବିନା ପଲ୍ୟୁସନ ସାର୍ଟିଫିକେଟ ଏବଂ ବିନା ହେଲମେଟରେ ଡ୍ରାଇଭିଂ କରୁଥିବା କାରଣରୁ ତାଙ୍କର ମୋଟ ୨୩ ହଜାର ଟଙ୍କାର ଚାଲାଣ କଟିଯାଇଛି। ତାଙ୍କର ଏକାଥରକେ ଏତେ ସବୁ ସାର୍ଟିଫିକେଟ ନଥିବା କାରଣରୁ ତାଙ୍କର ଏତେ ବଡ଼ ମାତ୍ରାରେ ଚାଲାଣ କଟିଛି।