ଏହି ଉପାୟକୁ ଆପଣାଇଲେ କମ ଆସିବ ବିଜୁଳି ଖର୍ଚ୍ଚ, ଜାଣନ୍ତୁ କେମିତି

0

Get real time updates directly on you device, subscribe now.

ଖରା ଦିନ ଆସୁଛି ଆଗକୁ। ଏହି ଦିନ ସମସ୍ତଙ୍କର କେବଳ ଗୋଟିଏ ଟେନସନ ଥାଏ ତାହା ହେଉଛି ବିଜୁଳିର ଖର୍ଚ୍ଚ। ଗରମରୁ ରକ୍ଷା ପାଇବା ପାଇଁ ଏହା ଏକ ମାତ୍ର ଉପାୟ ହୋଇଥାଏ। କିନ୍ତୁ ଏହି ସମୟରେ ଅଧିକ ବିଜୁଳି ଖର୍ଚ୍ଚ ହେବାର ମଧ୍ୟ ଆଶଙ୍କା ଥାଏ।

ଆଜି ଆମେ କହିବୁ ଆପଣ କିପରି ଏହିପରି ସମସ୍ୟାରୁ ମୁକ୍ତିପାଇପାରିବେ। ଅର୍ଥାତ ଅଧିକ ବିଜୁଳି ବ୍ୟବହାର କରି ମଧ୍ୟ କମ ବିଲ ଆସିବ। ବିଜୁଳି ବିଲକୁ ଆପଣ କେମିତି ନିଜର ବଜେଟ ଭିତରକୁ ଆଣିପାରିବେ, ତାହା ଆଜି ଆମେ ଏଠାରେ ଜାଣିବୁ। ଯାହାଦ୍ଵାରା ଆପଣଙ୍କର ବିଜୁଳିର ବିଲ କମ ହୋଇପାରିବ।

ଆପଣ ଇଲେକଟ୍ରିକ ଏସି ବଦଳରେ ସୋଲାର ଏସି ବ୍ୟବହାର କରିଲେ ତାହେଲେ ଆପଣଙ୍କର ବିଜୁଳିର ବିଲ ଚିନ୍ତା ଅନେକ ମାତ୍ରାରେ ଦୂର ହୋଇପାରିବ। ଧିରେ ଧିରେ ହେଉ ବରଂ ସୌର ଶକ୍ତି ଆଡକୁ ବର୍ତ୍ତମାନ ଲୋକମାନେ ଆକର୍ଷିତ ହେଉଛନ୍ତି। ମାର୍କେଟରେ ସୋଲାର ଏସି ରେଞ୍ଜ ଆସିସାରିଛି। ଆପଣ ଏହାକୁ ସୌର ଶକ୍ତି ସାହାଯ୍ୟରେ ଚଲାଇପାରିବେ।

ଇଲେକଟ୍ରିକ ଏସି ଭଳି ସୋଲାର ଏସିକୁ ମଧ୍ୟ ଏକ ଟନ, ୧.୫ ଟନ ଏବଂ ୨ ଟନର କ୍ଷମତା ଅନୁସାରେ ଆପଣ କିଣି ପାରିବେ। ଆପଣ ନିଜର ଆବଶ୍ୟକ ଅନୁସାରେ ଏସିର ଚୟନ କରିପାରିବେ। ସୋଲାର ଏସିର ମୂଲ୍ୟ ସାମାନ୍ୟ ଇଲେକଟ୍ରିକ ଏସିର ତୁଳନାରେ ଅଧିକ। ଯଦି ସେମିତି ଆପଣ ସୋଲାର ଏସି ନେଉଛନ୍ତି ତେବେ ବିଜୁଳିର ବିଲ ଆପଣଙ୍କର ନଆସିବା ସହିତ ସମାନ ହୋଇଯିବ। ଅନୁମାନ କରାଯାଉଛିକି ସୋଲାର ଏସି ଦ୍ୱାରା ଆପଣଙ୍କର ବିଜୁଳି ବିଲ ପାଖାପାଖି ୯୦ ପ୍ରତିଶତ କମ ହୋଇପାରିବ।

ଆପଣ ରାତି ଏବଂ ଦିନ ସାରା ଏସି ବ୍ୟବହାର କରିଥାନ୍ତି, ତେବେ ଅତିକମରେ ୧୦ ରୁ ୧୨ ୟୁନିଟ ବିଜୁଳି ଆପଣଙ୍କର ଖର୍ଚ୍ଚ ହେବ। ୭ ଟଙ୍କା ପ୍ରତି ୟୁନିଟ ହିସାବରେ ଯଦି ଆପଣଙ୍କର ଗୋଟେ ଦିନର ବିଲ ୭୦-୮୪ ଟଙ୍କା ହେବ। ତେବେ ତାହା ମାସକୁ ପାଖାପାଖି ୨୧୦୦ ଟଙ୍କାରୁ ୨୫୦୦ ଟଙ୍କା ହେବ। ବର୍ତ୍ତମାନ ଯଦି ଆପଣ ସୋଲାର ଏସିକୁ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କର ବିଜୁଳିର ବିଲ ବହୁତ କମ ଆସିବ।

Leave A Reply

Your email address will not be published.