ବିବାହ ପରେ ଝିଅମାନେ ନିଜ ମାକୁ ଏହି ୫ଟି କଥା କହିବା ଉଚିତ ନୁହେଁ, ଜାଣନ୍ତୁ ସେସବୁ କଣ କଣ

0

Get real time updates directly on you device, subscribe now.

ଝିଅମାନେ ନିଜ ଇମୋସନ୍ସକୁ ନେଇ ସବୁବେଳେ ମା ସହିତ ଅଧିକ କ୍ଲୋଜ ବଣ୍ଡ ସେୟାର କରିଥାନ୍ତି | ନିଜ ବିଷୟରେ ସେମାନେ ଯେଉଁ କଥା ବାପାଙ୍କୁ କହିପାରନ୍ତି ନାହିଁ, ସେମାନେ ତାକୁ ମାକୁ କହିଥାନ୍ତି | ଏହି କାରଣରୁ ବିବାହ ପରେ ମଧ୍ୟ ମା ସେମାନଙ୍କ ପାଇଁ ଶକ୍ତିଶାଳୀ ଭାବନାତ୍ମକ ସାହାରା ପାଲଟିଥାଏ | ତେବେ ବିବାହିତା ଜୀବନରେ ମହିଳାମାନଙ୍କୁ ନିଜ ମା ସହିତ କିଛି କଥା ସେୟାର କରିବା ଉଚିତ ନୁହେଁ | ତେବେ ସେହି କଥାଗୁଡ଼ିକ କଣ କଣ ଅଟେ, ଯାହାକୁ ଝିଅମାନେ ବିବାହ ପରେ ମାକୁ କହିବା ଉଚିତ ନୁହେଁ ? ଚାଲନ୍ତୁ ଜାଣିବା |

ପ୍ରତିଦିନ ସବୁ ଜିନିଷ ବିଷୟରେ କହିବା ଆବଶ୍ୟକ ନୁହେଁ :-

ବିବାହର ଆରମ୍ଭ ଦିନ ଗୁଡିକରେ ସବୁ ମାଆମାନଙ୍କ ମନରେ ଏହି ପ୍ରଶ୍ନ ରହିଥାଏ ଯେ ‘ମୋ ଝିଅ ଖୁସି ଅଛି ତ ?’ ଏପରି ପରିସ୍ଥିତିରେ ତାଙ୍କୁ ନିଜ ଦିନ ବିଷୟରେ କହିବା ଆବଶ୍ୟକ ନୁହେଁ | ତେବେ ବିତିଯାଉଥିବା ସମୟ ସହିତ ଏହି ଜିନିଷରେ ଅଭାବ ଆସିବା ଆବଶ୍ୟକ ଅଟେ | ଏହା ଏଥିପାଇଁ, କାରଣ ସେହି ଜିନିଷକୁ ତୃତୀୟ ବ୍ୟକ୍ତିଙ୍କ ଦୃଷ୍ଟିକୋଣରୁ ଦେଖିବେ | ଏପରି ପରିସ୍ଥିତିରେ କେବଳ ସେହି ଜିନିଷକୁ ନେଇ ଆପତ୍ତି କରନ୍ତୁ କିମ୍ବା ମାକୁ କୁହନ୍ତୁ, ଯାହା ଆପଣଙ୍କ ମନରେ ଅଧିକ ଦୁଃଖ କିମ୍ବା ଆଶଙ୍କା ଦେଉଛି |

ସ୍ୱାମୀ ସହିତ ହୋଇଥିବା ଝଗଡା :-

ଦୁନିଆରେ ଏପରି କୌଣସି ଦମ୍ପତ୍ତି ନାହାନ୍ତି, ଯେଉଁମାନଙ୍କ ମଧ୍ୟରେ କେବେ ଝଗଡା ହୋଇନଥିବ | କଣ ଆପଣ ଏହା ବିଷୟରେ ନିଜ ମାଙ୍କୁ କହିବା ଉଚିତ ? ଏହା ଏହି କଥା ଉପରେ ନିର୍ଭର କରେ ଯେ କଥା କେତେ ଗମ୍ଭୀର ଅଟେ | ଯଦି ଛୋଟ ଛୋଟ କଥାରେ ଆପଣଙ୍କ ମଧ୍ୟରେ ଝଗଡା କିମ୍ବା ଯୁକ୍ତିତର୍କ ହୋଇଛି, ତେବେ ଏହାକୁ ନିଜ ମା କିମ୍ବା ବାପଘର ଲୋକଙ୍କ ସହିତ ସେୟାର କରନ୍ତୁ ନାହିଁ | ସେହିପରି ଯଦି ଝଗଡା ଅଧିକ ହୋଇଥିବ କିମ୍ବା ଯାହାଦ୍ୱାରା ଆପଣ ଆହତ ହୋଇଥିବେ କିମ୍ବା ଆଘାତ ଲାଗିଥିବ, ତେବେ ଏହା ବିଷୟରେ ମାକୁ କହିବାକୁ ଭୁଲନ୍ତୁ ନାହିଁ |

ଶାଶୁଙ୍କ କଥା ବିଷୟରେ :-

ଶାଶୁ ଆପଣଙ୍କୁ କଣ କହିଲେ ଏବଂ କଣ ନାହିଁ, ଏହା ସହିତ ଜଡିତ ସବୁ ଜିନିଷ ଆପଣ ନିଜ ମା ସହିତ ସେୟାର କରିବା କିଛି ବି ଆବଶ୍ୟକ ନାହିଁ | ଏହା ଏଥିପାଇଁ କାରଣ ଆପଣଙ୍କର ଏବଂ ଶାଶୂଙ୍କର ନିଜ ନିଜ ମଧ୍ୟରେ ଗୋଟିଏ ବୁଝାମଣା ରହିଛି | ଯଦି ଏଥିରେ କେହି ତୃତୀୟ ବ୍ୟକ୍ତି ହସ୍ତକ୍ଷେପ କରନ୍ତି, ତେବେ ସବୁକିଛି ବିଗିଡି ଯାଇପାରେ |

ପରିବାର ସହିତ ଜଡିତ କିଛି ରହସ୍ୟ :-

ଅନେକ ପରିବାରର ନିଜର କିଛି ରହସ୍ୟ ରହିଥାଏ | ଯେହେତୁ ଆପଣ ବର୍ତ୍ତମାନ ସେହି ପରିବାରର ଅଂଶ ପାଲଟି ଯାଇଛନ୍ତି, ଏପରି ପରିସ୍ଥିତିରେ ଚେଷ୍ଟା କରନ୍ତୁ ଯେ ଏହାକୁ ମାକୁ କୁହନ୍ତୁ ନାହିଁ | ଯଦି ଏହି ରହସ୍ୟ ବାହାରକୁ ଯାଏ କିମ୍ବା ସେ ଆଉ କାହାକୁ କୁହନ୍ତି, ତେବେ ଏହା ଆପଣଙ୍କ ପାଇଁ ଭଲ ହେବ ନାହିଁ | ଆପଣଙ୍କ ଉପରୁ ଶାଶୂଘର ଲୋକଙ୍କର ବିଶ୍ୱାସ ଉଠିଯିବ, ଯାହା ବିବାହିତା ଜୀବନ ପାଇଁ ଠିକ ନୁହେଁ |

Leave A Reply

Your email address will not be published.