ଜାଣନ୍ତୁ ମଧ୍ୟପ୍ରଦେଶର ମିଷ୍ଟର ‘ଜାନୁଆରୀ ୨୬’ ଙ୍କ ବିଷୟରେ, ନାମ ପଛରେ ରହିଛି କୌତୁହଳପୂର୍ଣ୍ଣ କାହାଣୀ !

0

Get real time updates directly on you device, subscribe now.

କୁହନ୍ତି, ନାମ କଣ ରଖିଛ | ପ୍ରକୃତରେ ନାମ ହିଁ ସବୁକିଛି ଅଟେ | ସେଥିପାଇଁ ତ ବାପାମା ମଧ୍ୟ ପିଲା ଜନ୍ମ ହେବାପରେ ଭାବି ଚିନ୍ତା ନାମ ରଖନ୍ତି | ସେହିପରି କିଛି ଲୋକ ଏପରି ମଧ୍ୟ ଅଛନ୍ତି, ଯେଉଁ ମାନଙ୍କ ନାମ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଜାନୁଆରୀ ୨୬ କହିବା ମାତ୍ରେ ହିଁ ସବୁଠାରୁ ପ୍ରଥମେ ଗଣତନ୍ତ୍ର ଦିବସ କଥା ମୁଣ୍ଡକୁ ଆସିଯାଏ | ଆପଣଙ୍କୁ ଯଦି ଆମେ କହିବୁ ଯେ ଏହି ନାମରେ କୌଣସି ବ୍ୟକ୍ତି ମଧ୍ୟ ଅଛନ୍ତି, ତେବେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ | ଆଜ୍ଞା ହଁ, ଆମେ କଥା ହେଉଛୁ ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାରେ ରହୁଥିବା ଜାନୁଆରୀ ୨୬ ଟେଲରଙ୍କ ବିଷୟରେ | ଆସନ୍ତୁ ଜାଣିବା ତାଙ୍କ କାହାଣୀ |

ଗଣତନ୍ତ୍ର ଦିବସରେ ହେଲେ ଜନ୍ମ :-

ଏହି ଅନନ୍ୟ ନାମ ଥିବା ବ୍ୟକ୍ତିଙ୍କ ଜନ୍ମ ଜାନୁଆରୀ ୨୬ ତାରିଖ ୧୯୬୬ ମସିହାରେ ହୋଇଥିଲା | ଏହି ବ୍ୟକ୍ତି ବର୍ତ୍ତମାନ ମନ୍ଦସୌରରେ ଡାଇଟ ଅନୁଷ୍ଠାନରେ କାମ କାର୍ଯ୍ୟ କରନ୍ତି | ତାଙ୍କ ନାମ ହେଉଛି ଜାନୁଆରୀ ୨୬ ରହିବାର କାହାଣୀ ବହୁତ କୌତୁହଳପୂର୍ଣ୍ଣ ଅଟେ | ପ୍ରକୃତରେ ତାଙ୍କ ବାପା ସତ୍ୟ ନାରାୟଣ ଟେଲର ସ୍କୁଲରେ ହେଡମାଷ୍ଟର ଥିଲେ | ୧୯୬୬ ମସିହାରେ ଗଣତନ୍ତ୍ର ଦିବସରେ ପତାକା ଉଡିବା ସମୟରେ ସୂଚନା ମିଳିଲା ଯେ ପୁଅ ଜନ୍ମ ହୋଇଛି | ସତ୍ୟ ନାରାୟଣ ଦେଶଭକ୍ତ ଥିଲେ | ଏପରି ପରିସ୍ଥିତିରେ ଦେଶଭକ୍ତି ଦ୍ୱାରା ପ୍ରଭାବିତ ହୋଇ ତାଙ୍କ ନାମ ଜାନୁଆରୀ ୨୬ ବୋଲି ରଖିଦେଲେ |

ବାପା ନାମ ବଦଳାଇବା ପାଇଁ ମନା କଲେ :-

ଜାନୁଆରୀ ୨୬ ଟିକେ ବଡ଼ ହେବାପରେ ନାମ କାରଣରୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଲା | ଅନେକ ଲୋକ କହିଲେ ଯେ ପିଲାର ନାମ ବଦଳାଇ ଦିଅ, କିନ୍ତୁ ବାପା ନିଜ ନିଷ୍ପତ୍ତିରେ ଅଟଳ ରହିଲେ | ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍କୁଲର ଶିକ୍ଷକ ମଧ୍ୟ ବୁଝାଇଲେ ଯେ ବର୍ତ୍ତମାନ ପୁଅର ନାମ ବଦଳାଇ ଦିଅ, କିନ୍ତୁ ବାପା ନାମ ବଦଳାଇବାକୁ ମନା କରିଦେଲେ |

ଯେତେବେଳେ ଡ଼ିଏମ ରୋକିଲା ସ୍ୟାଲେରୀ :-

ଜାନୁଆରୀ ୨୬ ଟେଲରଙ୍କୁ ନାମ କାରଣରୁ ଚାକିରୀରେ ମଧ୍ୟ ଅସୁବିଧା ସାମ୍ନା କରିବାକୁ ପଡିଲା | ଥରେ ଜିଲ୍ଲାର ଡ଼ିଏମ ତାଙ୍କର ନାମ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ | ଏପରି ପରିସ୍ଥିତିରେ ସେ ଟେଲରଙ୍କଠାରୁ ନାମର ପ୍ରମାଣ ମାଗି ସ୍ୟାଲେରୀ ମଧ୍ୟ ରୋକି ଦେଇଥିଲେ | ଟେଲର ଡାଇଟର ପ୍ରିନ୍ସିପାଲଙ୍କ ନିକଟରେ ପହଞ୍ଚି ସବୁକିଛି କହିଥିଲେ | ତା’ପରେ ପ୍ରିନ୍ସିପାଲ ଡିଏମ ସାମ୍ନାରେ ତାଙ୍କର ସଠିକ ନାମର ପ୍ରମାଣ ଦେଲେ | ଏହା ପରେ ସ୍ୟାଲେରୀ ଜାରି ହୋଇପାରିଥିଲା |

ବର୍ତ୍ତମାନ ନାମକୁ ନେଇ ହୁଏ ଗର୍ବ :-

ଆରମ୍ଭରେ ଲୋକମାନେ ତାଙ୍କ ନାମକୁ ମଜାକ ଉଡାଉଥିଲେ, କିନ୍ତୁ ଧୀରେ ଧୀରେ ସମସ୍ତେ ତାଙ୍କ ବ୍ୟବହାର ଯୋଗ୍ୟ ହୋଇଗଲେ | ଆଜି ଯିଏ ବି ତାଙ୍କୁ ଜାଣୁଛି, ସମସ୍ତଙ୍କୁ ଭଲ ଲାଗୁଛି | ତାଙ୍କ ନାମ ଉପରେ ସମସ୍ତଙ୍କୁ ଗର୍ବ ହେଉଛି | ଲୋକମାନେ କହିଛନ୍ତି ଯେ ଏହାଠାରୁ ବଡ଼ ଦେଶଭକ୍ତିର ଉଦାହରଣ ଆଉ କଣ ହୋଇପାରେ |

Leave A Reply

Your email address will not be published.