ଆସିଗଲା ଭୋଟ ଟାଇମ : ମୋବାଇଲରେ ଏଭଳି ଭାବରେ ଡାଉନଲୋଡ଼ କରନ୍ତୁ ଭୋଟର କାର୍ଡ |

0

Get real time updates directly on you device, subscribe now.

ଚଳିତ ବର୍ଷ ଦେଶର ସମୁଦାୟ ପାଞ୍ଚଟି ରାଜ୍ୟରେ ବିଧାନସଭାର ନିର୍ବାଚନ ହେବାପାଇଁ ଯାଉଛି। ଏଭଳି ସ୍ଥିତିରେ ସମସ୍ତଙ୍କୁ ଭୋଟ ଦେବାର ଅଧିକାର ଅଛି। ଯଦି ଆପଣ ଭୋଟ ଦେବାପାଇଁ ଚାହୁଁଛନ୍ତି ଏବଂ ଆପଣଙ୍କର ଭୋଟର ଆଇଡିକାର୍ଡ ହଜିଯାଇଛି, ତେବେ ଆପଣ ଏହାର ଡିଜିଟାଲ କପିକୁ ଅନଲାଇନରୁ ଡାଉନଲୋଡ୍ କରିପାରିବେ। ଆମେ ଆପଣଙ୍କୁ ଏଠାରେ ଏକ ଉପାୟ ବିଷୟରେ କହିବା ପାଇଁ ଯାଉଛୁ, ଯାହା ସାହାଯ୍ୟରେ ଆପଣ ଘରେ ବସି ମୋବାଇଲରେ ନିଜର ଭୋଟର ଆଇଡି କାର୍ଡ ଡାଉନଲୋଡ କରିପାରିବେ।

ଭୋଟର ଆଇଡି କାର୍ଡ କିପରି ଡାଉନଲୋଡ୍ କରିବେ ତାହା କହିବା ପୂର୍ବରୁ, ଆସନ୍ତୁ ଜାଣିବା ଗତ ବର୍ଷ ଜାନୁୟାରୀ ୨୫ ତାରିଖରେ ନିର୍ବାଚନ ଆୟୋଗ ବୈଦ୍ୟୁତିକ ଭାବରେ ଇଲେକ୍ଟୋରାଲ ଫଟୋ ଆଇଡି କାର୍ଡ ଅର୍ଥାତ୍ ଇ-ଏପିକ ନାମକ ଏକ ସେବାକୁ ଆରମ୍ଭ କରିଥିଲେ। ଏହାକୁ ଫୋନରେ ଡାଉନଲୋଡ କରାଯାଇପାରିବ। ଏହି ଡିଜିଟାଲ ଡକ୍ୟୁମେଣ୍ଟ ଡିଜି ଲକର ଏପରେ ମଧ୍ୟ ରଖାଯାଇପାରିବ। ଏହା ବ୍ୟତୀତ, ଆପଣଙ୍କର ଫୋନ ନମ୍ବର ଡିଜିଟାଲ ଫର୍ମାଟରେ ଭୋଟର ଆଇଡି କାର୍ଡ ଡାଉନଲୋଡ୍ କରିବା ପାଇଁ ପୋର୍ଟାଲରେ ପଞ୍ଜୀକୃତ ହେଇଥିବା ଜରୁରୀ ଅଟେ।

ଭୋଟର ଆଇଡି କାର୍ଡକୁ ଡାଉନଲୋଡ କରିବା ପାଇଁ ଏହି ପ୍ରକ୍ରିୟାକୁ କରନ୍ତୁ ଅନୁସରଣ:-

୧। ଭୋଟର ଆଇଡି କାର୍ଡ ଡାଉନଲୋଡ କରିବା ପାଇଁ ଆପଣ www.nvsp.in ୱେବସାଇଟ୍ ପରିଦର୍ଶନ କରନ୍ତୁ।

୨। ଆପଣ ଇ- EPIC ଡାଉନଲୋଡ କରିବାର ବିକଳ୍ପ ଏଥିରେ ପାଇବେ। ସେହି ବିକଳ୍ପ ଉପରେ କ୍ଲିକ କରନ୍ତୁ।

୩। ଏଠାରେ ନାମ, ପାସୱାର୍ଡ ପ୍ରବେଶ କରି କ୍ୟାପଚା କୋଡକୁ ପ୍ରବେଶ କରନ୍ତୁ ଏବଂ ଲଗଇନ ବଟନ ଉପରେ କ୍ଲିକ କରନ୍ତୁ।

୪। ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିନାହାଁନ୍ତି ତେବେ ଆପଣ ନିମ୍ନରେ ଦିଆଯାଇଥିବା ଏକ ନୂତନ

ଉପଭୋକ୍ତା ବିକଳ୍ପ ଭାବରେ ରେଜିଷ୍ଟର ଉପରେ କ୍ଲିକ କରି ଏଥିରେ ପୁଣି ଲଗଇନ କରିପାରିବେ।

୫। ଏଠାରେ ଆପଣ EPIC No ଏବଂ ରେଫରେନ୍ସ ନମ୍ବରର ବିକଳ୍ପ ପାଇବେ। ଯଦି ଆପଣ ଭୋଟର ID ପାଇଁ ଆବେଦନ କରିଛନ୍ତି ତେବେଆପଣ ରେଫରେନ୍ସ ନମ୍ବର ପ୍ରବେଶ କରି ଆଗକୁ ବଢ଼ନ୍ତୁ। ଅନ୍ୟଥା EPIC ନମ୍ବର ପ୍ରବେଶ କରନ୍ତ।

୬। ଏହା ପରେ ରାଜ୍ୟର ଚୟନ କରନ୍ତୁ ଏବଂ ସନ୍ଧାନରେ ଆପଣ କ୍ଲିକ କରନ୍ତୁ। ବର୍ତ୍ତମାନ ଆପଣ ଇ- EPIC ଡାଉନଲୋଡର ବିକଳ୍ପ ପାଇଯିବେ, ଏଥିରେ କ୍ଲିକ କରନ୍ତୁ।

୭। ବର୍ତ୍ତମାନ ଆପଣ ଏଥିରେ ଓଟିପି ଦିଅନ୍ତୁ।

୮। ଏହା କରିବା ପରେ ଆପଣ ସହଜରେ ଆପଣଙ୍କର ଭୋଟର ଆଇଡି କାର୍ଡକୁ ଡାଉନଲୋଡ କରିପାରିବେ।

Leave A Reply

Your email address will not be published.