ଭୁଶୁଡ଼ି ପଡ଼ିଛି ପାକିସ୍ତାନର ଶିକ୍ଷା ବ୍ୟବସ୍ଥା, ଭଲ ପାଠ ପଢ଼ୁଛନ୍ତି ୫୦ରୁ ମାତ୍ର ଜଣେ ଛାତ୍ର ! ଏହି ସର୍ଭେ ରିପୋର୍ଟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ !
‘ଇନଷ୍ଟିଚ୍ୟୁଟ ଫର ଏଜୁକେସନାଲ ଡେଭେଲପମେଣ୍ଟ ପାକିସ୍ତାନ’କୁ ପାକିସ୍ତାନର ଉଚ୍ଚ ଶିକ୍ଷା ଆୟୋଗ ଏକ ସ୍ୱତନ୍ତ୍ର ଅଧ୍ୟୟନ ପାଇଁ ଫଣ୍ଡିଙ୍ଗ ମାଧ୍ୟମରେ ସାହାଯ୍ୟ କରିଥିଲା, ଯଦ୍ଦ୍ଵାରା ପାକିସ୍ତାନର ଶିକ୍ଷା ବ୍ୟବସ୍ଥାର ଅସଲ ଚେହେରା ପଦାକୁ ଆସି ଯାଇଛି। କହିବାକୁ ଗଲେ, ଏଠାକାର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପରେ ଭୁଶୁଡ଼ି ପଡ଼ିଛି। ଏହି ଏଜୁକେଶନ ସର୍ଭେରେ ପାକିସ୍ତାନର ୧୫୩ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏଥିରୁ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତାର ବାସ୍ତବତା ବର୍ତ୍ତମାନ ସାମ୍ନାକୁ ଆସିଛି। ୫ମ, ୬ଷ୍ଠ ଏବଂ ୮ମ ଶ୍ରେଣୀର ପାଖାପାଖି ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏହି ସର୍ଭେକୁ କରାଯାଇଥିଲା।
‘ଦ ନ୍ୟୁଜ ଇଣ୍ଟରନ୍ୟାଶନାଲ’ର ଖବର ଅନୁସାରେ, ଆଗା ଖାନ ବିଶ୍ୱବିଦ୍ୟାଳୟର ‘ଇନଷ୍ଟିଚ୍ୟୁଟ ଫର ଏଜୁକେସନାଲ ଡେଭେଲପମେଣ୍ଟ ପାକିସ୍ତାନ (IED)’ ଏହି ଅଧ୍ୟୟନକୁ କରିଥିଲା। ଏଥିରୁ ସ୍ପଷ୍ଟ ହୋଇଛିକି ପାକିସ୍ତାନରେ ଛାତ୍ରଛାତ୍ରୀମାନଙ୍କର ଇଂଲିଶ ଶିକ୍ଷା ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ଅଛି। ସେଠି ଗଣିତ ଏବଂ ବିଜ୍ଞାନରେ ମଧ୍ୟ ସମାନ ଅବସ୍ଥା ରହିଛି। ତେବେ ସର୍ଭେର ଫଳାଫଳ ଜାଣିଲେ ମଧ୍ୟ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ମୌଳିକ ଜ୍ଞାନ ନାହିଁ:-
ପାକିସ୍ତାନରେ ପ୍ରାଥମିକ ଏବଂ ନିମ୍ନ ମାଧ୍ୟମିକ ବିଦ୍ୟାଳୟର ୯୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନରେ ଦୁର୍ବଳ ଅଛନ୍ତି। ଗଣିତ ଏବଂ ବିଜ୍ଞାନ ପରି ମୁଖ୍ୟ ବିଷୟରେ ସେମାନଙ୍କ ନିକଟରେ ମୌଳିକ ଜ୍ଞାନର ଅଭାବ ବହୁତ ଅଛି। IED ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରୁ ଜଣାପଡିଛିଯେ ୫୦ ଜଣ ଛାତ୍ରଙ୍କ ମଧ୍ୟରୁ ମାତ୍ର ଜଣେ ହିଁ ଛାତ୍ର ଭଲ ପାଠ ପଢ଼ୁଛନ୍ତି। ତାଙ୍କ ପାଖରେ ଶବ୍ଦରେ ଲେଖାଯାଇଥିବା ସଂଖ୍ୟାଗୁଡିକୁ ସଂଖ୍ୟାତ୍ମକ ରୂପରେ ବଦଳାଇବାରେ ସମ୍ପୂର୍ଣ୍ଣ କ୍ଷମତା ଅଛି।
ବେସରକାରୀ ବିଦ୍ୟାଳୟଗୁଡ଼ିକର ଫଳାଫଳ ମଧ୍ୟ ଭଲ ଥିଲା:-
ଅଧ୍ୟୟନ ଅନୁସାରେ, ଛାତ୍ରଛାତ୍ରୀମାନେ ଗଣିତରେ ମୋଟ ମାର୍କ ୧୦୦ ରୁ ୨୭ ପାଇଛନ୍ତି। ଯେତେବେଳେକି, ବିଜ୍ଞାନରେ ମୋଟ ମାର୍କ ୧୦୦ ରୁ ୩୪ ପାଇଛନ୍ତି। କେବଳ ୧ ପ୍ରତିଶତ ଛାତ୍ରଛାତ୍ରୀ କୌଣସି ବିଷୟରେ ୮୦ରୁ ଅଧିକ ଅଙ୍କ ପ୍ରାପ୍ତ କରିଛନ୍ତି, ଯାହାକୁ ଗବେଷକମାନେ ଭଲ ବୋଲି କହିଛନ୍ତି। ଅଧ୍ୟୟନରେ କୁହାଯାଇଛିଯେ ଘରୋଇ ବିଦ୍ୟାଳୟରେ ହାରାହାରି ଫଳାଫଳ ସରକାରୀ ବିଦ୍ୟାଳୟର ତୁଳନାରେ ଅଧିକ ଅଛି, କିନ୍ତୁ କୌଣସିବି ବିଷୟରେ ୪୦ରୁ ଅଧିକ ମାର୍କ ସେମାନେ ରଖିନାହାନ୍ତି। ସେହିପରି ଅନ୍ୟ ଏକ ଅଧ୍ୟୟନରେ ପଞ୍ଜାବରେ ହାରାହାରି ଅଙ୍କ ଦେଶର ସମସ୍ତ ଅଞ୍ଚଳ ମଧ୍ୟରୁ ସର୍ବାଧିକ ଥିଲା। ଏହି ଅଧ୍ୟୟନରେ ମୋଟ ୭୮ଟି ସରକାରୀ ସହାୟତା ପ୍ରାପ୍ତ ସ୍କୁଲ ଏବଂ ୭୫ଟି ବେସରକାରୀ ସ୍କୁଲ ଏଥିରେ ଅଂଶଗ୍ରହଣ କରିଥିଲେ।