ଗୋଟିଏ ଜାଗାରେ ଏକ ସମୟରେ ୯୦ ଜଣ ଦମ୍ପତି ହେଲେ ବାହାଘର,ଏହାକାଣି ସମସ୍ତେ ଆଶ୍ଚର୍ଯ୍ୟ,ଜାଣନ୍ତୁ ପୁରା ମାମଲା

0

Get real time updates directly on you device, subscribe now.

ତାମିଲନାଡ଼ୁରେ କୋଭିଡ-୧୯ ର ମାମଲା ବୃଦ୍ଧିକୁ ଦେଖି ଲଗାଯାଇଥିବା ଲକଡାଉନ ଯୋଗୁଁ ମନ୍ଦିର ବନ୍ଦ ହେଵା କାରଣରୁ ୨୩ ଜାନୁଆରୀ ଦିନ ୯୦ରୁ ଅଧିକ ଯୋଡି ଏଠାରେ ଏକ ଶିର୍ଷ ବୈଷ୍ଣବ ମନ୍ଦିରରେ ବିବାହ କରିଛନ୍ତି|ମନ୍ଦିରର କାର୍ଯ୍ୟକାରୀ ଅଧିକାରୀ ଏ ବୀରବଥିରନ ,ପୂଜାରୀ ସଂଘ ସଭାପତି ରଥିନା ଶବପତି କହିଛନ୍ତି ଯେ ରବିବାର ଦିନ ପୂଜାରିମାନେ ଏହି ଲୋକପ୍ରିୟ ମନ୍ଦିର ସାମ୍ନା ସଡକରେ ଅତିକମରେ ୯୧ ବିବାହ କରିଛନ୍ତି|ରାଜ୍ୟରେ କୋଭିଡ-୧୯ ପ୍ରତିବନ୍ଧ କାରଣରୁ ସମସ୍ତ ଧାର୍ମିକ ସ୍ଥଳକୁ ଶୁକ୍ରବାର, ଶନିବାର ଓ ରବିବାର ବନ୍ଦ ରଖିବାକୁ ଆଦେଶ ଦେଇଥିଲେ|

ବିରବଥୀରନ ଓ ସବପତି କହିଛନ୍ତି ଯେ ରବିବାର ଦିନ ଗୋଟିଏ ଶୁଭ ମୂହୁର୍ତ୍ତ ହେବା କାରଣରୁ ମନ୍ଦିର ପାଖ ସଡକରେ ଫୁଲ ୯୧ ବିବାହ କରାଯାଇଛି|ଜିଲ୍ଲା ମୁଖ୍ୟାଳୟରୁ ପାଖାପାଖି ୧୨ କିମି ଦୂରରେ ରହିଥିବା ଏହି ମନ୍ଦିରରେ ମୋଟ ୧୧୦ ଜଣ ବିବାହ ପଞ୍ଜିକରଣ କରିଥିଲେ|ବିବାହ କରିବା ପାଇଁ ମନ୍ଦିର ରାଜ୍ୟରେ ଖାସକରି କୁଡଲୋର ଓ ଆଖପାଖ ଅଞ୍ଚଳରେ ବହୁ ଲୋକପ୍ରିୟ ଅଟେ|

ବିବାହର ଆୟୋଜନ ରବିବାର ସକାଳ ୪.୩୦ ଟାରୁ ୧୧ ଭିତରେ ମୂହୁର୍ତ୍ତରେ କରାଗଲା|ସକାଳ ସମୟକୁ ବ୍ରାହ୍ମ ମୂହୁର୍ତ୍ତ ମାନାଯାଏ|ଅଧିକାରୀ ମାନେ କହିଛନ୍ତି ମନ୍ଦିର ଭଗବାନ ବିଷ୍ଣୁଙ୍କୁ ସମର୍ପିତ ୧୦୮ ଦିବ୍ୟ ଦେଶ ମଧ୍ୟରେ ଅନ୍ୟତମ|ଏହାର ପରିସରରେ ଗୋଟିଏ ହଲ ରହିଛି ଯେଉଁଠାରେ ଏକାଥରେ ୪୦ ବିବାହ କରାଯାଇ ପାରିବ|

ମନ୍ଦିର ଖୋଲାହେଲେ ବିବାହ କାର୍ଯ୍ୟରେ କୈାଣସି ପ୍ରତିବନ୍ଧକ ନାହିଁ|ଅଧିକାରିକ ସୂତ୍ରରୁ ଜଣାପଡିଛି ଯେ ତାମିଲନାଡୁରେ ୨୩ ଜାନୁଆରୀ ଦିନ କୋଭିଡ-୧୯ର ୩୦,୫୮୦ ନୂତନ ମାମଲା ସାମ୍ନାକୁ ଆସିଥିଲା|ରାଜ୍ୟରେ ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ରାତ୍ରିକାଳିନ କର୍ଫ୍ୟୁ ଜାରି ରହିଛି|

Leave A Reply

Your email address will not be published.