ପ୍ରତିଦିନ ୪୧ ହଜାର ଟଙ୍କା ରୋଜଗାର କରନ୍ତି ହିନ୍ଦୁସ୍ତାନର ଏହି ଝିଅ,ବାପା କହିଲେ – ମୋ ଝିଅ ପୁଅଙ୍କ ଠାରୁ ବି ଆଗରେ…ଜାଣନ୍ତୁ ଏହି ଦିବ୍ୟା ସୈନିଙ୍କ ବିଷୟରେ କିଛି

0

Get real time updates directly on you device, subscribe now.

ଭଲ ଶିକ୍ଷା ଆଉ ପରିବାରର ସାହସ ଦ୍ୱାରା ଭାରତର ଝିଅ ମାନେ ବହୁତ ନାମ ଅର୍ଜନ କରୁଛନ୍ତି | ହିନ୍ଦୁସ୍ତାନର ଗୋଟେ ଝିଅର ସଫଳତା ଦେଖି ତାଙ୍କ ପିତା ଏତେ ଖୁସି ଅଛନ୍ତି ଯେ ଏହା କହିବାକୁ ମଧ୍ୟ ପଛଉନାହାନ୍ତି ଯେ ମୋ ଝିଅ ପୁଅଙ୍କ ଠାରୁ ବି ଆଗରେ ଅଛି | ଆଗକୁ ଆପଣଙ୍କୁ ଭାରତର ଏହି ଝିଅଙ୍କ ବିଷୟରେ ବିସ୍ତାର ଭାବେ ଜଣେଇବୁ :-

ଭାରତର ଏହି ଝିଅଙ୍କର ନାମ ହେଉଛି ଦିବ୍ୟା ସୈନି | ଦିବ୍ୟା ସୈନି ରାଜସ୍ଥାନର ସିକରର ବାସିନ୍ଦା ଅଟନ୍ତି | ଦିବ୍ୟା ତାଙ୍କ ଦକ୍ଷତା ମାଧ୍ୟମରେ ବହୁତ ଟଙ୍କା ରୋଜଗାର କରୁଛନ୍ତି | ଦିବ୍ୟା ପ୍ରତିଦିନ 41 ହଜାର ଟଙ୍କା ରୋଜଗାର କରୁଛନ୍ତି | ତାହା ବି ମାତ୍ର 23 ବର୍ଷ ବୟସରେ |

ଦିବ୍ୟା ଙ୍କ ପିତା ବହୁତ ଖୁସି ଅଛନ୍ତି :-

ଦିବ୍ୟା ସୈନିଙ୍କ ପିତା ନିଜ ଝିଅଙ୍କର ପ୍ରଗତିରେ ଅତ୍ୟନ୍ତ ଖୁସି ଅଛନ୍ତି | ଗଣମାଧ୍ୟମ ସହ କଥାବାର୍ତ୍ତା କରି ଦିବ୍ୟାଙ୍କ ପିତା ସଭାର୍ମାଲ ସୈନି କହିଛନ୍ତି କି ଝିଅର ପ୍ରତିଭା ଆଉ କ୍ୟାରିୟର ସହିତ ଜଡିତ ଅନେକ ମଜାଦାର କଥା କହିଛନ୍ତି |

ବାର୍ଷିକ ପ୍ୟାକେଜ୍ 1.5 କୋଟି ଟଙ୍କା :-

ସଭାର୍ମାଲ କହିଛନ୍ତି ଯେ ଝିଅ ଦିବ୍ୟାଙ୍କର ଆମାଜନ କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ପଦରେ ଦେଢ଼-କୋଟି ଟଙ୍କାର ବାର୍ଷିକ ପ୍ୟାକେଜ ଭାବରେ ଚୟନ କରାଯାଇଛି | ଏହି ଅନୁଯାୟୀ, ଦିବ୍ୟାଙ୍କୁ ପ୍ରତି ମାସରେ 12 ଲକ୍ଷ ଆଉ ଦୈନିକ 41 ହଜାର ଟଙ୍କା ମିଳିବ | ଦିବ୍ୟା ଆମେରିକାର ସିଆଟେଲରେ ଆମାଜନଙ୍କ କାର୍ଯ୍ୟାଳୟରେ କାମ କରିବେ | 15 ଜୁଲାଇରେ ତାଙ୍କର 23 ତମ ଜନ୍ମଦିନ ପାଳନ କରିବା ପରେ ଦିବ୍ୟା ଆମେରିକା ଚାଲିଗଲେ |

ଦିବ୍ୟାଙ୍କର ଶିକ୍ଷା |

ସିକରରେ ନିଜ ସ୍କୁଲ ପାଠପଢା ସମାପ୍ତ କରିବା ପରେ ଦିବ୍ୟା ଏନଆଇଟି ପାଟନା ରୁ ବିଟେକ କରିଥିଲେ | ତାଙ୍କ ପିତା କହିଛନ୍ତି ଯେ ଦିବ୍ୟା ସୈନି ମାତ୍ର 12 ବର୍ଷ ବୟସରେ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହିପରି ହୋଇଥିଲା ଯେତେବେଳେ ଦିବ୍ୟା ସ୍କୁଲ ଯିବା ଆରମ୍ଭ କଲେ, ତାଙ୍କ ବଡ଼ ଭାଇ ନିଲୋଟପାଲ ସୈନି ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ | ଏଣୁ ଦିବ୍ୟା ନିଜ ଭାଇଙ୍କ ସହ ତୃତୀୟ ଶ୍ରେଣୀରେ ବସିବାକୁ ଜିଦ୍ ଧରିଥିଲେ । ତାଙ୍କୁ ଏଲକେଜି ରେ ବସେଇବାକୁ ଚାହିଁବାରୁ, ସେ ସ୍କୁଲ ଯିବା ବନ୍ଦ କରିଦେଲେ | ତାଙ୍କୁ ଘରେ ହିଁ ଶିକ୍ଷା ଦିଆଯାଉଥିଲା।

ତା’ପରେ ଛଅ ବର୍ଷ ବୟସରେ ଦିବ୍ୟାଙ୍କୁ ପରୀକ୍ଷା ଦେଇକରି ବିଦ୍ୟାଳୟରେ ଆଡମିଶନ କରାଗଲା । ତାହା ବି ଷଷ୍ଠ ଶ୍ରେଣୀରେ | ଏମିତିରେ, ମାତ୍ର 12 ବର୍ଷ ବୟସରେ, ଦିବ୍ୟା ଦ୍ୱାଦଶ ଶ୍ରେଣୀ ପାସ୍ କରିଥିଲେ | ଦଶମରେ ଦିବ୍ୟା 77.3 ପ୍ରତିଶତ ମାର୍କ, ଦ୍ୱାଦଶରେ 83.07 ପ୍ରତିଶତ ମାର୍କ ପାଇଛନ୍ତି | ଏହା ପରେ, ଦୁହେଁ ଭାଇ ଓ ଭଉଣୀ ପାଟନା ଏମଏନଆଇଟି ରେ ବି ଟେକ କରିଥିଲେ |

17 ବର୍ଷ ବୟସରେ ମିଳିଥିଲା ଚାକିରି |

ଦିବ୍ୟାଙ୍କୁ 17 ବର୍ଷ ବୟସରେ ହିଁ ଚାକିରି ମିଳିଯାଇଥିଲା | ବି.ଟେକ୍ କରିବା ପରେ, ମାତ୍ର 17 ବର୍ଷ ବୟସରେ, ଦିବ୍ୟାଙ୍କୁ ଆମାଜନ କମ୍ପାନୀରେ ବାର୍ଷିକ 29 ଲକ୍ଷ ପ୍ୟାକେଜରେ ସଫ୍ଟୱେୟାର ଡେଭଲପମେଣ୍ଟ ଇଞ୍ଜିନିୟର -1 ହିସାବରେ
ହାଇଦ୍ରାବାଦରେ ଚାକିରି ମିଳିଯାଇଥିଲା ।

ଏପଟେ ଭାଇଙ୍କ ଚାକିରି ମଧ୍ୟ ହାଇଦ୍ରାବାଦରେ ହୋଇଥିଲା | ଏହି ଦିନରେ ଉଭୟ ଭାଇଭଉଣୀ କରୋନା ମହାମାରୀ ହେତୁ ସିକରରେ ରହିକରି ୱର୍କ ଫର୍ମ ହୋମ କରୁଥିଲେ | ଏହିଠାରୁ, ଦିବ୍ୟାଙ୍କର ଆମେରିକା ପାଇଁ 1.5 କୋଟି ପ୍ୟାକେଜରେ ସେଇ କମ୍ପାନୀରେ ଚୟନ ହୋଇଗଲା |

ଦିବ୍ୟାଙ୍କ ଭାଇ ମଧ୍ୟ ପାଠ ପଢ଼ାରେ ବହୁତ ତତ୍ପର ଥିଲେ | ସାନୱାର୍ମାଲ କହିଛନ୍ତି ଯେ ଦିଲ୍ଲୀରେ ଗ୍ଲୋବାଲ ଫାଇବର ଚ୍ୟାଲେଞ୍ଜ ଦ୍ୱାରା ଆୟୋଜିତ କୋର୍ଥନ ଏବଂ ସାଇବର ଚ୍ୟାଲେଞ୍ଜରେ ନୀଲୋଟପାଲ ସୈନି ବ୍ରୋଞ୍ଜ ପଦକ ଜିତିଛନ୍ତି। ନିଲଟପାଲ ସୈନି ହାଇଦ୍ରାବାଦର ଡ଼ିଇଶା କମ୍ପାନୀର ଜଣେ ସିନିୟର ସଫ୍ଟୱେୟାର ଇଞ୍ଜିନିୟର ଅଟନ୍ତି ।

Leave A Reply

Your email address will not be published.