SBI ,PNB, BOB ଗ୍ରାହକଙ୍କ ପାଇଁ ଜରୁରୀ ଖବର ! ଫେବୃଆରୀ ୧ ବଦଳିଯିବ ଏହି ସବୁ ନିୟମ !

0

Get real time updates directly on you device, subscribe now.

ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ବରୋଦାର ଗ୍ରାହକ ତେବେ ଆପଣମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଯେଉଁଠାରେ ବ୍ୟାଙ୍କ ଅଫ ବରୋଦା ଗ୍ରାହକମାନଙ୍କ ପାଇଁ ଚେକ ଦ୍ୱାରା ଦେୟ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ କରିବା ପାଇଁ ଯାଉଛି। ଏହି ସମୟରେ, ଏସବିଆଇ ଏବଂ ପିଏନବି ଗ୍ରାହକମାନଙ୍କ ପାଇଁ ଟଙ୍କାର ନେଣଦେଣ ସମ୍ୱନ୍ଧରେ ଅନେକ ପରିବର୍ତ୍ତନ ହେବ। ତେବେ ଏହି ବିଷୟରେ ଆସନ୍ତୁ ବିସ୍ତୁତ ଜାଣିବା।

ବ୍ଯାଙ୍କ ଅଫ ବରୋଦା ଗ୍ରାହକମାନଙ୍କ ପାଇଁ ସୂଚନା:-

ବରୋଦା ବ୍ୟାଙ୍କ ଗ୍ରାହକମାନେ ଧ୍ୟାନ ଦିଅନ୍ତୁ। ଫେବୃଆରୀ ୧ ତାରିଖରୁ ଚେକ କ୍ଲିୟରାନ୍ସ ନିୟମ ସହ ଜଡିତ ନିୟମରେ ପରିବର୍ତ୍ତନ ଆସିବ।ବ୍ୟାଙ୍କ ଦେଇଥିବା ସୂଚନା ଅନୁସାରେ, ଫେବୃଆରୀ ୧ ତାରିଖରୁ ଚେକ ପେମେଣ୍ଟ ପାଇଁ କନଫର୍ମେସନ ବାଧ୍ୟତାମୂଳକ ହେବ। ଯଦି କୌଣସି କନଫର୍ମେସନ ନାହିଁ, ଚେକ ମଧ୍ୟ ଫେରସ୍ତ କରାଯାଇପାରିବ। ବ୍ୟାଙ୍କ ଗ୍ରାହକଙ୍କୁ ନିବେଦନ କରିଛିକି ଆମେ ପରାମର୍ଶ ଦେଉଛୁକି ଆପଣ CTS କ୍ଲିୟରାନ୍ସ ପାଇଁ ପଜିଟିଭ ପେ ସିଷ୍ଟମର ସୁବିଧା ଗୁଡିକର ଲାଭ ଉଠାନ୍ତୁ।

ଏସବିଆଇ ଗ୍ରାହକମାନଙ୍କ ଆଲର୍ଟ- ଫେବୃଆରୀ ୧ ତାରିଖରୁ ଅଧିକ ଚାର୍ଜ ହେବ:-

ଯଦି ଆପଣ ଜଣେ ଏସବିଆଇ ଗ୍ରାହକ ତେବେ ବର୍ତ୍ତମାନ ଟଙ୍କା ସ୍ଥାନାନ୍ତର କରିବା ଆପଣଙ୍କ ପାଇଁ ମହଙ୍ଗା ହେବାକୁ ଯାଉଛନ୍ତି। ୧ ଫେବ୍ରୁଆରୀ ତାରିଖରୁ ଅଧିକ ଚାର୍ଜ ଲାଗିବ। ଯଦି ଆପଣ ଏସବିଆଇର ଗ୍ରାହକ ତେବେ ବର୍ତ୍ତମାନ ଆପଣ ଟଙ୍କା ଟ୍ରାନ୍ସଫର କରିଲେ ଚାର୍ଜ ଦେବା ପାଇଁ ପଡିବ। ଏସବିଆଇ ୱେବସାଇଟ ଅନୁସାରେ, ବ୍ୟାଙ୍କ ଫେବ୍ରୁଆରୀ ୧ ତାରିଖ ୨୦୨୨ ମସିହାରୁ ଆଇଏମପିଏସ ଟ୍ରାଜାକ୍ସନରେ ଏକ ନୂଆ ସ୍ଲାବ ଯୋଡିଛି। ଯାହାକି ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଅଛି। ଆସନ୍ତା ମାସରୁ ୨ ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କା ମଧ୍ୟରେ ବ୍ୟାଙ୍କ ବ୍ରାଞ୍ଚରୁ ଆଇଏମପିଏସ ମାଧ୍ୟମରେ ଟଙ୍କା ପଠାଇବାର ଶୁଳ୍କ ୨୦ ଟଙ୍କା ସହିତ ଜିଏସଟି ମଧ୍ୟ ଲାଗୁହେବ।

ପିଏନବି ଗ୍ରାହକମାନଙ୍କ ପାଇଁ ସତର୍କତା:-

ଆସନ୍ତା ମାସରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ କରିବା ପାଇଁ ଯାଉଛି। ପିଏନବି ଅନୁସାରେ, ଫେବୃଆରୀ ମାସ ୧ ତାରିଖରୁ ଯଦି ଡେବିଟ ଆକାଉଣ୍ଟରେ ଟଙ୍କା ଅଭାବ ହେତୁ ଆପଣଙ୍କର କୌଣସି କିସ୍ତି କିମ୍ବା ବିନିଯୋଗ ବିଫଳ ହୁଏ, ତେବେ ଏଥିପାଇଁ ଆପଣଙ୍କୁ ୨୫୦ ଟଙ୍କା ଦେବାକୁ ପଡିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏଥିପାଇଁ ୧୦୦ଟଙ୍କା ଚାର୍ଜ ଲାଗୁଥିଲା। ଯଦି ଆପଣ ଡିମାଣ୍ଡ ଡ୍ରାଫ୍ଟକୁ କ୍ୟାନସେଲ କରିଦିଅନ୍ତି। ତେବେ ବର୍ତ୍ତମାନ ଆପଣଙ୍କୁ ୧୫୦ ଟଙ୍କା ଦେବା ପାଇଁ ପଡିବ। ବର୍ତ୍ତମାନ ଏଥିପାଇଁ ୧୦୦ଟଙ୍କା ଚାର୍ଜ ଲାଗୁ ହେଉଥିଲା।

Leave A Reply

Your email address will not be published.