Surrogacy ଦ୍ୱାରା ମାଆ ହୋଇଗଲେ ପ୍ରିୟଙ୍କା ଚୋପ୍ରା, ଜାଣନ୍ତୁ କଣ ଏହି Surrogacy ଓ ଏଥିରେ କଣ ହୁଏ ?

0

Get real time updates directly on you device, subscribe now.

ବିଗତ ଦିନରେ ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ମାଆ ହୋଇଯାଇଛନ୍ତି। ସେ ଏହାର ସୂଚନା ନିଜର ଏକ ଇନ୍ସଟାଗ୍ରାମ ଆକାଉଣ୍ଟ ଜରିଆରେ ଦେଇଥିଲେ। ପ୍ରିୟଙ୍କା ପ୍ରାକୃତିକ ଉପାୟରେ ମାଆ ହୋଇନାହାଁନ୍ତି ସେ ଏଥିପାଇଁ ସରୋଗେସି ପ୍ରଣାଳୀ ଆପଣାଇଛନ୍ତି।

ଜଣାଇଦେଉଛୁ କି, ପ୍ରିୟଙ୍କା ଓ ନିକ 2018 ମସିହାରେ ବିବାହ କରିଥିଲେ ଓ ସେମାନେ ସରୋଗେସି ପ୍ରଣାଳୀ ଦ୍ୱାରା ମାତା-ପିତା ହେବାର ସୌଭାଗ୍ୟ ପାଇଥିଲେ।

ଏମିତିରେ ସରୋଗେସି ପ୍ରଣାଳୀ ଦ୍ୱାରା ମାଆ ହେବା କେବଳ ପ୍ରିୟଙ୍କା ଚୋପ୍ରା ଆପଣାଇ ନାହାଁନ୍ତି। ତାଙ୍କ ପୂର୍ବରୁ ମଧ୍ଯ ବହୁତ ସିନେ ଷ୍ଟାର ଏହା କରିସାରିଛନ୍ତି। ତାଙ୍କ ପୂର୍ବରୁ ପ୍ରୀତି ଜିନ୍ତା, ଶିଳ୍ପା ସେଟି, ଶାହରୁଖ ଖାନ, ଆମୀର ଖାନ, କରନ୍ ଜୌହର, ଏକତା କାପୂର ଓ ତୁଷାର କାପୂରଙ୍କ ଭଳି କେତେକ ଷ୍ଟାର ସରୋଗେସି ଦ୍ୱାରା ଷ୍ଟାର ହୋଇଯାଇଛନ୍ତି। ଆସନ୍ତୁ ଆଜି ଜାଣିବା ସରୋଗେସି କଣ ହୋଇଥାଏ ଓ ଏହାକୁ ନେଇ ଭାରତରେ ନିୟମ କଣ ରହିଛି।

ସରୋଗେସି କଣ?:-

ଜଣାଇଦେଉଛୁ କି, ପିଲାଙ୍କୁ ଜନ୍ମ ଦେବାପାଇଁ କୌଣସି ମହିଳା-ପୁରୁଷ ଯେତେବେଳେ ଅନ୍ୟ ମହିଳାଙ୍କ ଗର୍ଭ କୁ ଭଡ଼ାରେ ନେଇଥାନ୍ତି ସେତେବେଳେ ଏହି ପ୍ରକ୍ରିୟାକୁ ସରୋଗେସି କୁହାଯାଇଥାଏ। ସରୋଗେସିରେ ଏହି ମହିଳା ନିଜର କିମ୍ବା ଡୋନରଙ୍କ ଏଗ୍ସ ଜରିଆରେ କୌଣସି ଅନ୍ୟ କପଲଙ୍କ ପାଇଁ ପ୍ରେଗନାଣ୍ଟ ହୋଇଥାଆନ୍ତି।

ସେହିପରି ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ ଯେ, ସରୋଗେସି ଦ୍ୱାରା ପିଲା ଜନ୍ମଦେବା ପଛରେ ବହୁତ କାରଣ ରହିଛି। ଯେମିତିକି କୌଣସି କପଲଙ୍କୁ ମେଡ଼ିକାଲ ଜଡ଼ିତ କୌଣସି ସମସ୍ୟା ଥିଲେ ସେ ଏହି ଟେକନିକ ଦ୍ୱାରା ପିଲା ଜନ୍ମ ଦେଇପାରିବେ। ସେହିପରି ଆପଣଙ୍କୁ ଜଣାଇଦେଉଛୁ କି, ନିଜ ଗର୍ଭରେ ପିଲାକୁ ବଢ଼ାଉଥିବା ମହିଳାଙ୍କୁ ସରୋଗେଟର ମଦର କୁହାଯାଇଥାଏ।

ସରୋଗେଟର ଅର୍ଥ କଣ?:-

ଜଣାଇଦେଉଛୁ କି, କିଛି ମିଡ଼ିଆ ରିପୋର୍ଟସ ଅନୁସାରେ ଯେତେବେଳେ କୌଣସି ମହିଳାଙ୍କ ଗର୍ଭାଶୟରେ ପ୍ରାକୃତିକ ଟେକନିକ ଅଭାବ ରହିଥାଏ ଓ ତାଙ୍କର ଭ୍ରୁଣରେ ପରିପକ୍ଵତା ଆସିନଥାଏ, ଏହି ସ୍ଥିତିରେ ମହିଳା ମାତୃତ୍ବ ସୁଖରୁ ବଞ୍ଚିତ ରହିଥାନ୍ତି।

କିନ୍ତୁ ଏବେ ଆଇବିଏଫ ଟେକନିକ ସହାୟତା ଦ୍ୱାରା ଏମିତି ମହିଳାଙ୍କୁ ମଧ୍ୟ ମାତୃତ୍ବ ସୁଖ ମିଳିବା ସମ୍ଭବ ହେବ। ଯେତେବେଳେ ସେହି ମହିଳାଙ୍କ ଗର୍ଭାଶୟରୁ ବାହାରୁଥିବା ଅଣ୍ଡାକୁ ସୁରକ୍ଷିତ ରଖାଯାଇ ଅନ୍ୟ ଜଣେ ସୁସ୍ଥ ମହିଳାଙ୍କ ଗର୍ଭରେ ପ୍ରତ୍ୟାରୋପ କରି ଦିଆଯାଇଥାଏ ଓ ସେଠାରେ ଏହି ଅଣ୍ଡା ର ପୂର୍ଣ୍ଣ ବିକାଶ ହୋଇଥାଏ।

ସେହିପରି ଆପଣଙ୍କୁ ଜଣାଇଦେଉଛୁ କି, ସରୋଗେସି ଦୁଇ ପ୍ରକାରର ହୋଇଥାଏ। ପ୍ରଥମ ଟ୍ରାଡିସନାଲ ଉପାୟରେ ହୋଇଥାଏ। ଯେଉଁଥିରେ ପିତା କିମ୍ବା ଡୋନରଙ୍କ ସ୍ପର୍ମ ସରୋଗେଟ ମଦରଙ୍କ ଅଣ୍ଡାରେ ମ୍ୟାଚ କରାଯାଇଥାଏ ଓ ଏଥିରେ ସରୋଗେଟ ମଦର ହିଁ ବାୟୋଲଜିକାଲ ମଦର ଅଟନ୍ତି।

ସେହିପରି ଦ୍ଵିତୀୟ ପ୍ରକାର ଅନୁସାରେ, ଯେଉଁଥିରେ ସରୋଗେତ ମଦରଙ୍କ କୌଣସି ଏଗ୍ସ ବ୍ୟବହାର ହେବନାହିଁ। ଏମିତିରେ ସରୋଗେଟ ମଦର ପିଲାଟିର ବାୟୋଲଜିକାଲ ମାଆ ନୁହଁନ୍ତି ସେ କେବଳ ଜନ୍ମ ଦେଇଥାନ୍ତି।

ଏତିକି ଟଙ୍କା ଖର୍ଚ୍ଚ ହୋଇଥାଏ:-

ପ୍ରାପ୍ତ ସୂଚନା ମୁତାବିକ, ସରୋଗେସି ପ୍ରକ୍ରିୟା ଏକ ମହଙ୍ଗା ଉପାୟ ହୋଇଥାଏ ଓ ସରୋଗେସି ପ୍ରକ୍ରିୟାରେ ଖର୍ଚ୍ଚ ମୋଟ 15 ରୁ 20 ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ।

ଜାନୁଆର ମାନଙ୍କ ଠାରେ ଏହି ପ୍ରକ୍ରିୟା ହୋଇଥାଏ କି ? :-

ଉତ୍ତର ହେଉଛି ହଁ । ୟୁପି ସରକାର ଗାଈ ର ଏକ ଖାଆସ ଛୁଆକୁ ଜନ୍ମ ଦେବାପାଇଁ ସରୋଗେସିର ସହାୟତା ନେଇଥିଲେ। ଜଣାଇଦେଉଛୁ କି, ଗାଈ ର ଏହି ଖାଆସ ଚାରା ର ନାମ ଗଙ୍ଗାତିରି ଅଟେ ଓ ପଶୁଧନ ବିକାଶ ବିଭାଗ 290 ଗଙ୍ଗାତିରି ଗାଈ ମାନଙ୍କ ଗର୍ଭକୁ ଭଡାରେ ନେଇଥିଲେ। ଜଣାଇଦେଉଛୁ କି, ଜାନୁଆର ମାନଙ୍କ ଠାରେ ମଧ୍ୟ ଏହି ପ୍ରକ୍ରିୟା କାମ କରିଥାଏ।

ଏହା କୌଣସି ବିବାଦ ନୁହେଁ:-

ସୂଚନା ଅନୁଯାୟୀ ଜଣାଇଦେଉଛୁ କି, ଏହି ପ୍ରକ୍ରିୟା ବେଳେ କେତେକ ବିବାଦିତ ସ୍ଥିତି ଉପୁଜିଥାଏ। ଆଜ୍ଞା ହଁ କେତେଥର ସରୋଗେଟର ଭାବନାତ୍ମକ ହୋଇ ପିଲାକୁ ଦେବାପାଇଁ ମନା କରିଦେଇଥାନ୍ତି। ଏମିତିରେ ବିବାଦୀୟ ସ୍ଥିତି ଜନ୍ମ ହୋଇଯାଇଥାଏ। ଏହାବ୍ୟତୀତ କେତେକ ମୁଦ୍ଦା ରହିଥାଏ ଯାହାକି ବିବାଦୀୟ ସ୍ଥିତିକୁ ଜନ୍ମ ଦେଇଥାଏ।

ଯେମିତିକି ଏହାରି ଉପରେ ଜନ୍ମ ହେଉଥିବା ବିବାଦ ଗୁଡ଼ିକ ଉପରେ ଗତବର୍ଷ ଏକ ଫିଲ୍ମ ଏହାଉପରେ ଆସିଥିଲା ଯାହାର ନାମ ହେଉଛି ‘ମିମି’।

ଯେଉଁ ଫିଲ୍ମରେ ପଙ୍କଜ ତ୍ରିପାଠୀଙ୍କ ଉପଦେଶରେ କ୍ରିତି ସାନନ ସରୋଗେଟର ମଦର ହେଉଛନ୍ତି। ଏହାପରେ ଯାହା ପରିସ୍ଥିତି ଉପୁଜୁଛି ଆପଣ ‘ମିମି’ ଫିଲ୍ମ ଦେଖିବାପରେ ହିଁ ଜାଣିପାରିବେ। ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକସ ଓ ଜିଓ ସିନେମାରେ ମହଜୁଦ ରହିଛି।

Leave A Reply

Your email address will not be published.