PM Vaya Vandana Yojana : ସିନିୟର ସିଟୀଜେନଙ୍କ ପାଇଁ ଭଲ ଖବର ରହିଛି | ବର୍ତ୍ତମାନ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ସରକାର ‘ପିଏମ ଭୟ ବନ୍ଦନା ଯୋଜନା’ ର ଆରମ୍ଭ କରିଛନ୍ତି | ଏହା ଅଧୀନରେ ଆପଣ ବାର୍ଷିକ ୧,୧୧,୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ପାଇପାରିବେ |
କେବେ ପର୍ଯ୍ୟନ୍ତ ଅବଧି :-
ପ୍ରଧାନମନ୍ତ୍ରୀ ଭୟ ବନ୍ଦନା ଯୋଜନା ବୃଦ୍ଧଲୋକଙ୍କୁ ଟଙ୍କା ଜୀବନର ମହତ୍ୱପୂର୍ଣ୍ଣ ସମୟରେ ଆର୍ଥିକ ଭାବରେ ଆତ୍ମନିର୍ଭରଶୀଳ କରିବାପାଇଁ ଆରମ୍ଭ କରାଯାଇଛି | ଏହାର ଅବଧି ମାର୍ଚ୍ଚ ୩୧ ତାରିଖ ୨୦୨୦ ପର୍ଯ୍ୟନ୍ତ ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି |
କାହାକୁ ଲାଭ ମିଳିବ :-
ଏହି ଯୋଜନା ସହିତ ଯୋଡି ହେବାପାଇଁ ଅତି କମରେ ୬୦ ବର୍ଷ ହୋଇଥିବା ଆବଶ୍ୟକ | ଅର୍ଥାତ ୬୦ ବର୍ଷ କିମ୍ବା ଏହାଠାରୁ ଅଧିକ ବୟସର ନାଗରିକ ଏଥିରେ ବିନିଯୋଗ କରିପାରିବେ | ଏହା ଅଧୀନରେ ଅଧିକାଂଶ ବୟସର ସୀମା ସ୍ଥିର କରାଯାଇନାହିଁ |
LIC କୁ ମିଳିଛି ଦାୟିତ୍ୱ :-
ଏହି ଯୋଜନାରେ ଜଣେ ବ୍ୟକ୍ତି ଅଧିକାଂଶ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିପାରିବ | ଏହି ସ୍କିମର ପରିଚାଳନାର ଦାୟିତ୍ୱ ଜୀବନ ବୀମା ନିଗମକୁ ହସ୍ତାନ୍ତର କରାଯାଇଛି | ଏହି ଯୋଜନାରେ ପେନସନ ପାଇଁ ଆପଣଙ୍କୁ ଏକଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ ଏବଂ ତାପରେ ଆପଣ ମାସିକ, ତ୍ରୟମାସିକ, ଅଧା ବାର୍ଷିକ କିମ୍ବା ବାର୍ଷିକ ପେନସନର ବିକଳ୍ପ ବାଛିପାରିବେ |
ବର୍ଷକୁ କେତେ ପେନସନ ମିଳିବ :-
ଏହି ସ୍କିମ ଅଧୀନରେ ଆପଣଙ୍କୁ ମାସିକ ୧୦୦୦ ଟଙ୍କା ପେନସନ ପାଇଁ ଆପଣଙ୍କୁ ୧,୬୨,୧୬୨ ଟଙ୍କା ବିନିଯୋଗ କରିବାକୁ ପଡିବ | ଏହି ଯୋଜନା ଅଧୀନରେ ଅଧିକାଂଶ ମାସିକ ପେନସନ ୯,୨୫୦ ଟଙ୍କା, ତ୍ରୟମାସିକ ୨୭,୭୫୦ ଟଙ୍କା, ଅଧା ବାର୍ଷିକ ପେନସନ ୫୫,୫୦୦ ଟଙ୍କା ଏବଂ ବାର୍ଷିକ ପେନସନ ୧,୧୧,୦୦୦ ଟଙ୍କା ଦିଆଯାଇଥାଏ |
କିପରି ବିନିଯୋଗ କରିବେ :-
PMVVY ସ୍କିମର ସବୁ ସୂଚନା ପାଇଁ ଆପଣ 022-67819281 କିମ୍ବା 022-67819290 ରେ ଡାଏଲ କରିପାରିବେ | ଏହାବ୍ୟତୀତ ଆପଣ ଟୋଲ ଫ୍ରି ନମ୍ବର – 1800-227-717 ରେ ମଧ୍ୟ ଡାଏଲ କରିପାରିବେ |
ଜରୁରୀ ଡକ୍ୟୁମେଣ୍ଟ :-
ପ୍ରଧାନମନ୍ତ୍ରୀ ଭୟ ବନ୍ଦନା ଯୋଜନାରେ ବିନିଯୋଗ ପାଇଁ ଆପଣଙ୍କ ପାଖରେ ପ୍ୟାନ କାର୍ଡର କପି, ଆଡ୍ରେସ ଫ୍ରୁଫର କପି ଏବଂ ବ୍ୟାଙ୍କ ପାସବୁକର ପ୍ରଥମ ପେଜର କପି ରହିବା ବାଧ୍ୟମୂଳକ ଅଟେ |