‘ନାଚ ମେରୀ ରାନୀ’ ଗୀତରେ ମାଆ – ପୁଅଙ୍କ ଜବରଦସ୍ତ ଡ୍ୟାନ୍ସ,ଲୋକମାନେ ବନିଗଲେ ଦିୱାନା,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ସିଙ୍ଗର ଗୁରୁ ରାନ୍ଧୱା ଆଉ ନୋରା ଫତେହିଙ୍କ ଗୀତ ‘ନାଚ ମେରୀ ରାନୀ’ରେ ଆଜିକାଲି ଏକ ମା-ପୁଅଙ୍କ ଯୋଡି ଇଣ୍ଟରନେଟରେ ଧୁମ୍ ମାଚାଉଛନ୍ତି | ମା-ପୁଅଙ୍କ ଡ୍ୟାନ୍ସ ଏତେ ଜବରଦସ୍ତ ଯେ ନୋରା ଫାତେହି ନିଜେ ମଧ୍ୟ ଏହାକୁ ଦେଖି ଆକର୍ଷିତ ହେଇଯିବେ | ଭିଡିଓରେ ଦୁହିଁଙ୍କର ଜୋସ ଦେଖିବା ଯୋଗ୍ୟ ଅଟେ | ଭିଡ଼ିଓରେ ପୁଅ ତ ପୁଅ ମାଆ ମଧ୍ୟ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି |

ମା-ପୁଅଙ୍କ ଯୋଡି ମଚେଇଛି ଧମାଲ୍ :-

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିବ ଯେ, ମା-ପୁଅଙ୍କ ଗୋଟେ ଯୋଡ଼ି ‘ନାଚ୍ ମେରୀ ରାନୀ’ ଗୀତରେ ଷ୍ଟେପ୍-ଟୁ ଷ୍ଟେପ୍ ଡ୍ୟାନ୍ସ କରୁଛନ୍ତି | ଏହି ଭିଡିଓଟି ଅତ୍ୟନ୍ତ ଜୀବନ୍ତ ଅଟେ | ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ମା-ପୁଅ ଯୋଡିଙ୍କୁ ଅତି ପସନ୍ଦ କରୁଛନ୍ତି | ଏହି ଭିଡିଓକୁ ମା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ lohi_ravi ରେ ସେୟାର କରିଛନ୍ତି | ଭିଡିଓଟି ଏତେ ଜବରଦସ୍ତ ଅଟେ କି ଏପର୍ଯ୍ୟନ୍ତ ଏହି ଭିଡ଼ିଓଟି 11 ମିଲିୟନରୁ ଅଧିକ ଭ୍ୟୁ ପାଇଛି|

ଭିଡିଓରେ ଆପଣ ଦେଖିପାରିବେ ଯେ ବ୍ଲାକ ସାର୍ଟ ପିନ୍ଧିଥିବା ପୁଅ ଗ୍ରୀନ ଶାଢ଼ୀ ପିନ୍ଧିଥିବା ମା ସହିତ ଜବରଦସ୍ତ ଡ୍ୟାନ୍ସ କରୁଛି | ଶାଢ଼ୀରେ ଯେଉଁପରି ଡ୍ୟାନ୍ସ ମା କରୁଛନ୍ତି, ତାହା ଦେଖି ଲୋକମାନେ ନିଜ ହୃଦୟ ହାରିଛନ୍ତି | ଆମେ ଆପଣଙ୍କୁ କହିରଖୁଛୁ ଯେ ଏହି ଉଭୟ ମା-ପୁଅଙ୍କ ଯୋଡି ପୂର୍ବରୁ ମଧ୍ୟ ଅନେକ ଗୀତରେ ଡ୍ୟାନ୍ସ କରିଛନ୍ତି | ମାଙ୍କ ଫିଟନେସ୍ ଦେଖି ଆପଣ ଭାବିପାରିବେ ନାହିଁ ଯେ ତାଙ୍କ ସାଥିରେ ନାଚୁଥିବା ଯୁବକ ତାଙ୍କ ପୁଅ ବୋଲି | ଦେଖନ୍ତୁ ଭିଡ଼ିଓ :-

ନୋରା ଫତେହିଙ୍କ ଗୀତ ମଚଉଛି ଧୁମ୍ :-

କହିରଖୁଛୁ ଯେ ଯେତେବେଳେ ବି ନୋରା ଫତେହିଙ୍କ ଗୀତ ଆସେ, ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ | ଲୋକମାନେ ତାଙ୍କ ଗୀତରେ ଡ୍ୟାନ୍ସ ଭିଡିଓ କରନ୍ତି ଆଉ ସୋସିଆଲ ମିଡିଆରେ ତାକୁ ସେୟାର କରନ୍ତି | ନିକଟରେ ଆସିଥିବା ତାଙ୍କ ଗୀତ ‘ନାଚ ମେରୀ ରାନୀ’ ମଧ୍ୟ ବହୁତ ଧୁମ୍ ମାଚାଉଛ | ଲୋକମାନେ ଏହି ଗୀତରେ ବହୁତ ରିଲସ୍ ତିଆରି କରୁଛନ୍ତି ଆଉ ଏହି ଗୀତର ଅନେକ ଡ୍ୟାମ୍ସ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି |

Leave A Reply

Your email address will not be published.