ବୟଫ୍ରେଣ୍ଡର ଜୀବନ ବଞ୍ଚାଇବା ପାଇଁ ଗାର୍ଲଫ୍ରେଣ୍ଡ ଦେଲା ନିଜର ଗୋଟିଏ କିଡ଼ନୀ,କିନ୍ତୁ ୧୦ ମାସ ପରେ ବ୍ୟକ୍ତିଜଣକ ଦେଲା ଧୋକା,ଆଉ ତା ପରେ..ଜାଣନ୍ତୁ ପୁରା ଘଟଣା
ପ୍ରେମରେ ମଣିଷ ନିଜ ପାର୍ଟନର ପାଇଁ କିଛି ବି କରିପାରେ, ଯେକୌଣସି ସୀମା ପର୍ଯ୍ୟନ୍ତ ଯାଇପାରେ, କିନ୍ତୁ ଏଇଟା ଜରୁରୀ ନୁହେଁ ଯେ ଅନ୍ୟ ବ୍ୟକ୍ତି ମଧ୍ୟ ଆପଣଙ୍କୁ ସେତେ ଭଲ ପାଉଥିବ, ଯେତେ ଆପଣ ତାକୁ ଭଲ ପାଉଛନ୍ତି | ଏହି କଥାର ପ୍ରମାଣ ନିକଟରେ ଜଣେ ମହିଳା ଦେଇଛନ୍ତି, ଯିଏ ନିଜ ପାର୍ଟନର ସହିତ ଜଡିତ ଗୋଟିଏ ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ କହିଛନ୍ତି | ମହିଳା କହିଛନ୍ତି ଯେ ସେ ନିଜ ବୟଫ୍ରେଣ୍ଡର ଜୀବନ ବଞ୍ଚାଇବା ପାଇଁ ତାକୁ କିଡ଼ନୀ ଦାନ କରିଦେଇଥିଲେ |
ଦି ସନ ୱେବସାଇଟର ରିପୋର୍ଟ ଅନୁଯାୟୀ ଟିକଟକର କଲିନ ନିକଟରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ସେ ବହୁତ ଆଶ୍ଚର୍ଯ୍ୟଜନକ ଘଟଣାକୁ ପ୍ରକାଶ କରିଛନ୍ତି | କଲୀନ କହିଛନ୍ତି ଯେ ୬ ବର୍ଷ ପୂର୍ବେ ସେ ଜଣେ ଯୁବକଙ୍କ ସହିତ ସମ୍ପର୍କ ରଖିଥିଲେ | ତାକୁ ସେ ବହୁତ ଭଲ ମଧ୍ୟ ପାଉଥିଲେ, କିନ୍ତୁ ବ୍ୟକ୍ତିଙ୍କୁ ୧୭ ବର୍ଷ ବୟସରୁ କିଡ଼ନୀ ସହିତ ଜଡିତ ଗମ୍ଭୀର ସମସ୍ୟା ଥିଲା | ଏହି କାରଣରୁ ତାକୁ ଡାୟଲିସିସର ପ୍ରକ୍ରିୟା ଦେଇ ଜୀବନ ବିତାଇବାକୁ ପଡୁଥିଲା | ତାର କିଡ଼ନୀ କେବଳ ୫ ପ୍ରତିଶତ ପର୍ଯ୍ୟନ୍ତ କାମ କରୁଥିଲା |
ବୟଫ୍ରେଣ୍ଡକୁ ଦାନାରେ ଦେଇଦେଲେ ଗୋଟିଏ କିଡ଼ନୀ :-
କଲୀନ ନିଜ ବୟଫ୍ରେଣ୍ଡକୁ ନିଜ ଆଖି ସାମ୍ନାରେ ମରୁଥିବାର ଦେଖିପାରିନଥାନ୍ତେ, ତେଣୁ ସେ କିଛି ଚିନ୍ତା ନ କରି ନିଅ ବୟଫ୍ରେଣ୍ଡକୁ ଗୋଟିଏ କିଡ଼ନୀ ଦେବାକୁ ନିଷ୍ପତ୍ତି ନେଲେ | ସେ ନିଜର ଟେଷ୍ଟ କରାଇଲେ ଏବଂ ଦୁହିଁଙ୍କ ବ୍ଲଡ଼ ମ୍ୟାଚ କରିଗଲା ଏବଂ କିଡ଼ନୀ ଅପରେସନ ମଧ୍ୟ ସଫଳ ହେଇଗଲା | ଏତେ ବଡ଼ ସାହାଯ୍ୟ ପରେ ସାଧାରଣତଃ କୌଣସି ମଣିଷ ସାହାଯ୍ୟ କରିଥିବା ଲୋକର ସାରାଜୀବନ ପାଇଁ ଋଣୀ ହୋଇଯାଏ, କିନ୍ତୁ ବ୍ୟକ୍ତିଜଣକ ତାର ଠିକ ଓଲଟା ହିଁ କଲେ | ସେ କିଛି ମାସ ପରେ ହିଁ କଲୀନଙ୍କୁ ଧୋକା ଦେଇଦେଲା |
ଅପରେସନର ୧୦ ମାସ ପରେ ହିଁ ବ୍ୟକ୍ତି କଲା ବ୍ରେକଅପ :-
ସେ ଯୁବତୀଙ୍କୁ କହିଲା ଯେ ସେ ସାଙ୍ଗମାନଙ୍କ ସହିତ ପାର୍ଟି କରିବାପାଇଁ ଆମେରିକାର ଲାସ ବେଗାସ ଯାଉଛନ୍ତି, କିନ୍ତୁ ସେଠାରୁ ଫେରିବାପରେ ସେ ସ୍ୱୀକାର କଲା ଯେ ସେ କଲୀନଙ୍କୁ ଧୋକା ଦେଇଛନ୍ତି ଏବଂ ଅନ୍ୟ ମହିଳାଙ୍କ ସହିତ ତାଙ୍କର ସମ୍ପର୍କ ରହିଛି | ଏହି ଘଟଣା ପରେ ମଧ୍ୟ କଲୀନ ବୟଫ୍ରେଣ୍ଡକୁ ଆଉ ଗୋଟିଏ ସୁଯୋଗ ଦେଲେ, କିନ୍ତୁ ତାର ୩ ମାସ ପରେ ହିଁ ବ୍ୟକ୍ତିଜଣକ ଫୋନ କରି କଲୀନଙ୍କ ସହିତ ସମ୍ପର୍କ ଭାଙ୍ଗିଦେଲା |
କେବଳ ଏତିକି ନୁହେଁ, ସେ କଲୀନଙ୍କୁ କହିଲେ ଯେ ସେ କେବଳ ଏଥିପାଇଁ କିଡ଼ନୀ ଦେଲେ, ଯାହାଦ୍ୱାରା ସେ ଅନ୍ୟମାନଙ୍କ ନଜରରେ ଭଲ ହୋଇପାରିବେ | ଏମିତିରେ ତ କଲୀନ ବର୍ତ୍ତମାନ ଆଗକୁ ବଢ଼ିଯାଇଛନ୍ତି, କିନ୍ତୁ ତାଙ୍କୁ ଏପରି ସମ୍ପର୍କରେ ଫସି ଯାଇଥିବାର ଦୁଃଖ ରହିଛି | ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି ଏବଂ ବ୍ୟକ୍ତିଙ୍କୁ ସମାଲୋଚନା କରିଛନ୍ତି |