କୋଭିଡ ଟିକା ପ୍ରତ୍ଯେକ ଲୋକଙ୍କୁ ଦିଆଯିବାର ନେଇ ସରକାର ବର୍ତ୍ତମାନ ପ୍ରାଥମିକତା ଦେଉଛନ୍ତି। ସେଥିପାଇଁ ନାନା ବିଜ୍ଞାପନ ଓ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ବର୍ତ୍ତମାନ ଜାରି ରହିଛି। ଲୋକେ ତଥାପି ସଚେତନ ହେଉନାହାଁନ୍ତି। ଟିକା ନନେବା ପାଇଁ ବର୍ତ୍ତମାନ ମଧ୍ୟ ଲୋକ ସ୍ୱାସ୍ଥ୍ୟ କର୍ମକର୍ତ୍ତାଙ୍କ ଠାରୁ ଲୁଚି ବୁଲୁଛନ୍ତି।
ଏମିତି ଏକ ଘଟଣା ବର୍ତ୍ତମାନ ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାରେ ଦେଖିବା ପାଇଁ ମିଳିଛି। ଏଠାରେ ଲୋକେ ଟିକା ନେବା ପାଇଁ ତଥାପି ଚାହୁଁନାହାଁନ୍ତି। ସରକାରୀ କର୍ମଚାରୀମାନେ ଲୋକମାନଙ୍କୁ ଟିକା ନେବା ପାଇଁ ସଚେତନ କରିଲେ ମଧ୍ୟ ତାହା ଆଦୌ ସମ୍ଭବ ହେଉନାହିଁ।
#WATCH | Ballia, Bihar: Atul Dubey, Block Development Officer, Reoti says, "A man climbed a tree as he didn't want to take the vaccine, but agreed to take the jab after he was convinced by our team."
(Source: Viral Video) pic.twitter.com/aI054zh9Y4
— ANI (@ANI) January 20, 2022
ଟିକାକୁ ନେଇ ଏମିତି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ କେହି ନ ହସି ରହିପାରିବେ ନାହିଁ। ଏଠାରେ ଜଣେ ବ୍ୟକ୍ତି ଟିକା ନନେବା ପାଇଁ ପାଖରେ ଥିବା ଏକ ଗଛକୁ ଚଢ଼ି ଯାଉଥିବାର ଭିଡିଓରେ ଦେଖାଯାଇଛି। ସ୍ୱାସ୍ଥ୍ୟ କର୍ମଚାରୀମାନେ ଯେତେ ବୁଝାଇଲେ ମଧ୍ୟ ସେ ଟିକା ନେବା ପାଇଁ ଆଦୌ ଚାହୁଁନାହାଁନ୍ତି। ବହୁ ସମୟ କସରତ କରିବା ପରେ ବ୍ୟକ୍ତିଜଣକ ଗଛରୁ ଓହ୍ଲାଇ ଟିକା ନେଉଛନ୍ତି।
ସେହିପରି ଅନ୍ୟ ଏକ ଭିଡିଓରୁ ଦେଖାଯାଇଛିଯେ ଜଣେ ନାବିକ ଟିକା ନନେବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ଠେଲାପେଲା କରୁଛନ୍ତି। ଟିକା ନେବେ ବୋଲି ଜିଦ ମଧ୍ୟ କରୁଛନ୍ତି। ବହୁ ଠେଲାପେଲା କରିବା ପରେ ସ୍ୱାସ୍ଥ୍ୟ କର୍ମୀ ବ୍ୟକ୍ତିଜଣଙ୍କୁ ଟିକା ଦେବାରେ ସଫଳ ମଧ୍ୟ ହେଉଛନ୍ତି। ଏହି ଭିଡ଼ିଓ ଭାଇରାଲ ହେବା ପରେ ବର୍ତ୍ତମାନ ଦେଶରେ ଟିକାର ସ୍ଥିତି କିପରି ରହିଛି ତାହା ସ୍ପଷ୍ଟ ଭାବରେ ଜଣାପଡୁଛି।