ବର୍ତ୍ତମାନ ସମୟରେ ଦେଶରେ ଓମିକ୍ରନ ଭେରିଏଣ୍ଟର ମାମଲା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଓମିକ୍ରନ ରୋଗୀଙ୍କର ସଂଖ୍ୟା ୩ ଲକ୍ଷକୁ ଅତିକ୍ରମ କରିଯାଇଛି। ଓମିକ୍ରନକୁ କମ କରିବାର ସବୁଠୁ ଭଲ ଉପାୟ ହେଉଛି ଟିକା ଗ୍ରହଣ କରିବା। ତେବେ ଟିକା ନେବା ପରେ ମଧ୍ୟ ଓମିକ୍ରନରୁ ନିଜକୁ ସୁରକ୍ଷା କରିହେଉନି। ତେବେ ଯଦି ଆପଣ ଓମିକ୍ରନରେ ସଂକ୍ରମିତ ହୋଇଯାନ୍ତି, ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ କ’ଣ ଖାଇବା ଉଚିତ ଓ କ’ଣ ଖାଇବା ଉଚିତ ନୁହେଁ। ଯଦି ଆପଣ ଓମିକ୍ରନରେ ସଂକ୍ରମିତ ହୁଅନ୍ତି ତେବେ କେଉଁ ଖାଦ୍ୟ ଖାଇବା ଉଚିତ ସେହି ବିଷୟରେ ଜାଣନ୍ତୁ।
ଦହି:-
ଓମିକ୍ରନରେ ସଂକ୍ରମିତ ହେଲେ ଦହିର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ। ଦହି ଖାଇବା ଦ୍ୱାରା ନରମ ଓ ଥଣ୍ଡା ହୋଇଥାଏ। ଯାହାଦ୍ୱାରା ଗଳାରେ ଆଦୌ କଷ୍ଟ ହୋଇନଥାଏ। ଏହାଛଡ଼ା ଦହି ପ୍ରୋଟିନରେ ଭରପୁର ଅଟେ। ସେଥିପାଇଁ ଭୋକ ମଧ୍ୟ କମ ଲାଗିଥାଏ। ତେବେ ଦହିର ସେବନ କେବଳ ମଧ୍ୟାହ୍ନ ସମୟରେ କରିବା ଉଚିତ।
ସୁପ:-
ଗଳାକୁ ଆରାମ ଦେବା ସହିତ ସଠିକ ପୋଷଣ ପାଇଁ ସବୁଠାରୁ ସହଜ ମିଲ ହେଉଛି ସୁପ। ସୁପରେ ବହୁତ ମାତ୍ରାରେ ଇଲୋକ୍ଟ୍ରୋଲାଇଟ ରହିଥାଏ। ଯାହାକୁ ସେବନ କରିବା ଦ୍ୱାରା ଦେହ ସମ୍ପୂର୍ଣ ରୂପରେ ଭଲ ରହିଥାଏ। ଯଦି ଆପଣଙ୍କୁ ଅଧିକ ଭୋକ ଲାଗୁଛି ତେବେ ଆପଣ ସୁପରେ ପରିବା ମଧ୍ୟ ପକାଇପାରିବେ। ଫଳରେ ଶରୀରକୁ ଅଧିକ ମାତ୍ରାରେ ପୋଷକ ତତ୍ତ୍ୱ ମିଳିବ ଯାହାକି ସଂକ୍ରମଣରୁ ରକ୍ଷା କରିବ।
ପତ୍ରଯୁକ୍ତ ପରିବା:-
ଆପଣ ଓମିକ୍ରନରେ ସଂକ୍ରମିତ ହେଲେ ପତ୍ରଯୁକ୍ତ ପରିବା ଖାନ୍ତୁ। ଏହା ଶରୀର ପାଇଁ ଅନେକ ପ୍ରକାର ଲାଭକାରୀ ହୋଇଥାଏ। ଏଥିପାଇଁ ଆପଣ ପାଳଙ୍ଗ, ସୋରିଷ, ବନ୍ଧାକୋବି, ଫୁଲକୋବି, ମେଥି ଶାଗର ସେବନ କରିବା ଉଚିତ। ଏହାକୁ ଖାଇବା ଦ୍ୱାରା ଆପଣଙ୍କର ଶରୀରକୁ ବହୁ ମାତ୍ରାରେ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ। ଏହା ଦ୍ଵାରା ଆପଣଙ୍କୁ ଓମିକ୍ରନ ସହିତ ଲଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ।