ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୪୦୦୦ ଟଙ୍କା ଖାତାକୁ ଆସିନାହିଁ କି ? ତୁରନ୍ତ କରନ୍ତୁ ଏହି କାମ,ମିଳିବ…

0

Get real time updates directly on you device, subscribe now.

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିସାନ ଯୋଜନା ଅଧୀନରେ ଦଶମ କିସ୍ତି ଜାରି କରିଛନ୍ତି | ଏହାସହିତ କୃଷକମାନଙ୍କ ଖାତାକୁ ୨୦୦୦ ଟଙ୍କା ଆସିବା ଆରମ୍ଭ ହୋଇଯାଇଛି | କେନ୍ଦ୍ର ସରକାରଙ୍କ ସବୁଠାରୁ ମହତ୍ଵପୂର୍ଣ୍ଣ ଯୋଜନା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ସାହାଯ୍ୟରେ ୧୦ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାରେ ୨୦,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି | ଏହାସହିତ ଆପଣଙ୍କୁ କହିରଖୁଛୁ ଯେ ଦଶମ କିସ୍ତି ସହିତ ଯେଉଁ କୃଷକଙ୍କର ନବମ କିସ୍ତିର ପଇସା ଅଟକି ଯାଇଛି , ତାହା ମଧ୍ୟ ଆସୁଛି | ଅର୍ଥାତ କୃଷକଙ୍କ ଖାତାକୁ ଏକାବେଳେ ୪୦୦୦ ଟଙ୍କା ମଧ୍ୟ ଆସୁଛି |

କୃଷକମାନଙ୍କ ଖାତାକୁ ଆସୁଛି ୨୦୦୦ ଟଙ୍କା :-

PM-KISAN ଯୋଜନା କେବଳ ଦୁର୍ବଳକୃଷକ ପରିବାର ପାଇଁ ସପ୍ଲିମେଣ୍ଟାରୀ ଆୟ ସୁନିଶ୍ଚିତ କରେ ନାହିଁ ବରଂ ଅମଳ ଋତୁ ପୂର୍ବରୁ ସେମାନଙ୍କର ଅନ୍ୟାନ୍ୟ ଆବଶ୍ୟକତା ମଧ୍ୟ ପୂରଣ କରେ | ଏହା ଅଧୀନରେ ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯାଏ | ଏହା ଅଧୀନରେ ୧୦ କୋଟିରୁ ଅଧିକ କୃଷକ ପରିବାର ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର ଦ୍ୱାରା ଉପକୃତ ହେବେ | ଯଦି ଆପଣ ଏହି ଯୋଜନା ଅଧୀନରେ ଟଙ୍କା ପାଇ ନାହାଁନ୍ତି, ତେବେ ଆପଣ ତୁରନ୍ତ କେନ୍ଦ୍ର କୃଷି ମନ୍ତ୍ରଣାଳୟରେ ଅଭିଯୋଗ କରିପାରିବେ | ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା |

କେଉଁଠି ଏବଂ କିପରି କରିବେ ଅଭିଯୋଗ ?

ଯଦି ଆପଣଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଆସିନାହିଁ, ତେବେ ଆପଣଙ୍କୁ ସର୍ବପ୍ରଥମେ ନିଜ ଅଞ୍ଚଳର କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ | ଯଦି ଏହି ଲୋକମାନେ ଆପଣଙ୍କର କଥାକୁ ନ ଶୁଣନ୍ତି କିମ୍ବା ଏହାପରେ ମଧ୍ୟ ଖାତାକୁ ପଇସା ଆସେନାହିଁ, ତେବେ ଆପଣ ଏହାସହିତ ଜଡିତ ହେଲ୍ପଲାଇନରେ ମଧ୍ୟ ଫୋନ କରିପାରିବେ | ଏହି ଡେସ୍କ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଖୋଲା ରୁହେ | ଏହାବ୍ୟତୀତ ଆପଣ ଇ-ମେଲ [email protected] ରେ ମଧ୍ୟ ଯୋଗାଯୋଗ କରିପାରିବେ | ଯଦି ତଥାପି କାମ ନ ହୁଏ, ତେବେ 011-23381092 ନମ୍ବରରେ ଫୋନ କରନ୍ତୁ |

କୃଷି ମନ୍ତ୍ରଣାଳୟରେ କରନ୍ତୁ ଅଭିଯୋଗ :-

କୃଷି ମନ୍ତ୍ରଣାଳୟ ଅନୁଯାୟୀ, ଯଦି କୌଣସି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ Pradhan Mantri Kisan Samman Nidhi Scheme ର ପଇସା ପହଞ୍ଚିନାହିଁ, ତେବେ ଏହାର ସମାଧାନ ତୁରନ୍ତ କରାଯାଇପାରିବ | କୃଷକଙ୍କ ଖାତାକୁ ପଇସା ପହଞ୍ଚିନଥିଲେ କିମ୍ବା କୌଣସି ଟେକ୍ନିକାଲ ସମସ୍ୟା ରହିଥାଏ, ତେବେ ତାକୁ ଯେକୌଣସି ପରିସ୍ଥିତିରେ ଠିକ କରାଯିବ | ସରକାର ସବୁ ପ୍ରକାରରେ ଚେଷ୍ଟା କରୁଛନ୍ତି ଯେ ଏହି ଯୋଜନାର ଫାଇଦା ପ୍ରତ୍ୟେକ କୃଷକଙ୍କୁ ମିଳୁ |

ଏଠାରେ ମଧ୍ୟ କରିପାରିବେ ଯୋଗାଯୋଗ :-

ଆପଣ ଏହି ଯୋଜନାର ଷ୍ଟେଟସ ନିଜେ ମଧ୍ୟ ଚେକ କରିପାରିବେ ଏବଂ ଆବେଦନ ମଧ୍ୟ କରିପାରିବେ | ଯୋଜନାର ୱେଲଫାୟାର ସେକ୍ସନରେ ଯୋଗାଯୋଗ କରିପାରିବେ | ଦିଲ୍ଲୀରେ ଏହାର ଫୋନ ନମ୍ବର ହେଉଛି 011-23382401 ଏବଂ ମେଲ ଆଇଡି ହେଉଛି [email protected] |

ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିବାର ସୁବିଧା :-

PM କିସାନ ଟୋଲ ଫ୍ରି ନମ୍ବର : 18001155266

PM କିସାନ ହେଲ୍ପଲାଇନ ନମ୍ବର : 155261

PM କିସାନ ଲ୍ୟାଣ୍ଡଲାଇନ ନମ୍ବର : 011—23381092, 23382401

PM କିସାନର ନୂତନ ହେଲ୍ପଲାଇନ ନମ୍ବର : 011-24300606

PM କିସାନର ଆଉ ଏକ ହେଲ୍ପଲାଇନ ନମ୍ବର ହେଉଛି 0120-6025109 |

Leave A Reply

Your email address will not be published.