ନିଦରେ ୬୦ଟି ଗୋଲି ଖାଇ ଅର୍ଡର କଲା “ଶେଷ ଖାଇବା” ,କିନ୍ତୁ ତା ପରେ ଯାହା ହେଲା…ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବେଜିଂ:ନିବେଶରେ ଲଗାଇଥିବା ଲକ୍ଷ ଲକ୍ଷ ଟଙ୍କା ବୁଡିବା ପରେ ଜଣେ ବ୍ୟକ୍ତିଙ୍କୁ ଏତେ ନିରାଶ ଲାଗିଲା ଯେ ସେ ନିଶା ଗୋଲି ଖାଇ ଜୀବନ ହରାଇବାକୁ ନିଷ୍ପତ୍ତି ନେଲେ|ସେ ମରିବା ପୂର୍ବରୁ ଶେଷ ଥର ଭୋଜନ କରିବା ପାଇଁ ଫୁଡ ଡେଲିଭରି ଆପରେ ଅର୍ଡର ଦେଲା ଓ ପୁଣି ଏକ ଚମତ୍କାର ହୋଇଗଲା|

ଗ୍ଲୋବାଲ ଟାଇମ ମୁତାବକ ମଧ୍ୟ ଚୀନର ହେନାନ ପ୍ରାନ୍ତରେ ଜଣେ ବ୍ୟକ୍ତି ଇନଭେଣ୍ଟମେଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଲଗାଇଥିଲେ କିନ୍ତୁ ସବୁ ଟଙ୍କା ବୁଡିଗଲା|ସେ ଶୋଚନୀୟ ମାନସିକ ଅବସାଦଗ୍ରସ୍ତ ହେଲା|ସେ ନିଦର ୬୦ଟି ଗୋଲି ଖାଇଲା ଓ ଫୁଡ ଡେଲିଭରି ଆପରେ ଭୋଜନ ପାଇଁ ଫୋନ କଲା|ସେ ଡେଲିଭରି ମ୍ୟାନକୁ କହିଲା ଯେ ଏହା ତା ଜୀବନର ଶେଷ ଅର୍ଡର, ଏହାପରେ ସେ ଫୋନ କାଟିଦେଲା|

କୈଣସି ଅଘଟଣ ଆଶଙ୍କାରେ ଡେଲିଭରି ମ୍ୟାନ ପୋଲିସକୁ ସୂଚନା ଦେଲେ|ଏହାସହ ସେହି ନମ୍ବର ଓ ଠିକଣା ସମ୍ପର୍କରେ କହିଲା|ପୋଲିସ ଓ ଦମକଳବାହିନୀ ସୂଚନା ସ୍ଥାନରେ ପହଞ୍ଚିଥିଲେ କିନ୍ତୁ ସେ ବ୍ୟକ୍ତି କବାଟ ଖୋଲିବାକୁ ମନାକଲେ ଓ ଝରକାରୁ ବାହାରକୁ ଡେଇବାକୁ ଧମକ ଦେଇଥିଲେ|ପୋଲିସ ତାଙ୍କୁ ଶାନ୍ତ ହେବାକୁ ମନାଇଲା|ଏହି ସମୟରେ ଦମକଳ କର୍ମଚାରୀ ଚୁପଚାପ୍ ରୁମରେ ପସିଗଲେ ଓ ତାଙ୍କୁ ବଞ୍ଚାଇଥିଲେ|

ଠିକ ସମୟରେ ଆତ୍ମହତ୍ୟା କରିବାକୁ ଯାଉଥିବା ବ୍ୟକ୍ତିଙ୍କୁ ବଞ୍ଚାଇଥିବାରୁ ପୋଲିସ ଫୁଡ ଡେଲିଭରି ଲୋକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ|ପୋଲିସ କହିଲା ଯେ ନିବେଶରେ ବିଫଳତା ପାଇଁ ବ୍ୟକ୍ତି ବହୁ ନିରାଶ ଥିଲେ|ସେ ଏଥିପାଇଁ ଦୁଃଖ ପ୍ରକାଶ କଲା ଯେ ସେ ବାପା ମାଙ୍କ ବଡ କଷ୍ଟ ଉପାର୍ଜିତ ଧନକୁ ଉଡାଇ ଦେଇଥିଲେ|ଯେତେବେଳେ ପୋଲିସ ସୁଯୋଗରେ ପହଞ୍ଚିଲା ସେ ଦୁଃଖରେ ଚିଲାଉଥିଲା ଓ ଜୀବନ ଦେବାକୁ କହୁଥିଲା|କିନ୍ତୁ ଡେଲିଭରି ମେନର ବୁଦ୍ଧି ପାଇଁ ବଞ୍ଚିଗଲା|

Leave A Reply

Your email address will not be published.