ଅଲିମ୍ପିକ ପୂର୍ବରୁ ସୀମା ଟପିଗଲା ଚାଇନାର ଚାଲାକି, ଜିରୋ କୋଭିଡ ପଲିସି ପରେ ଏବେ ପ୍ରାଇଭେର୍ଟ ପାର୍ଟରୁ ହେଉଛି କରୋନା ଟେଷ୍ଟ
ବେଜିଂ ଶୀତକାଳୀନ ଅଲିମ୍ପିକ୍ସ ଆରମ୍ଭ ହେବାର ଦୁଇ ସପ୍ତାହ ପୂର୍ବରୁ ଚୀନରେ ବର୍ତ୍ତମାନ ଓମିକ୍ରନ ପ୍ରକାରର ବିସ୍ତାରକୁ ରୋକିବା ପାଇଁ ସମସ୍ତ ପ୍ରକାରର ପନ୍ଥାକୁ ଆପଣାଇବାରେ ଲାଗିଛି। ଖାସ କରି ଜିରୋ କୋଭିଡ ପଲିସି ପାଇଁ ଅନେକ ପ୍ରକାରର ପରିବର୍ତ୍ତନ କରିଛି। ତେବେ ଓମିକ୍ରନ ଭେରିଏଣ୍ଟକୁ ମାତ ଦେବାକୁ ବର୍ତ୍ତମାନ ନୂଆ ପଲିସିକୁ କାର୍ଯ୍ୟକାରୀ ହେଉଅଛି। ମଣିଷଙ୍କର ପ୍ରାଇଭେଟ ପାର୍ଟରୁ ନମୂନା ସଂଗ୍ରହ କରିବା ପାଇଁ ନିଷ୍ପତ୍ତି ହୋଇଛି।
ବେଜିଂର ଅଲିମ୍ପିକ୍ସ ପୂର୍ବରୁ ଚୀନରେ ମଳଦ୍ୱାର ମାଧ୍ୟମରେ ସ୍ୱାବକୁ ସଂଗ୍ରହ କରିବ। ଚାଇନାର ଗଣମାଧ୍ୟମ ଦି ବେଜିଂ ନ୍ୟୁଜ ଅନୁସାରେ, ବେଜିଂରେ ଥିବା ଏକ ଆପାର୍ଟମେଣ୍ଟରେ ଅତି କମରେ ୨୭ ଜଣଙ୍କର ନମୁନା ମଳଦ୍ୱାର ମାଧ୍ୟମରେ ସଂଗ୍ରହ କରାଯାଇଛି। ଯାହାକି ଏହି ଟେଷ୍ଟିଂ ଏକ ବିବାଦୀୟ ବୋଲି ବିବେଚନା କରାଯାଉଅଛି। କିନ୍ତୁ, ଏହା ଚୀନ ପାଇଁ କୌଣସି ପ୍ରକାର ପ୍ରଭାବ ପକାଉ ନାହିଁ।
ଚାଇନାର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜଣେ ୨୬ ବର୍ଷ ବୟସ୍କା ମହିଳା ଓମିକ୍ରନର ସଂକ୍ରମିତଙ୍କ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବା ପରେ ପ୍ରଥମେ ତାଙ୍କର ମଳଦ୍ୱାରରୁ କରୋନା ନମୁନା ନିଆଯାଇଥିଲା। ଏହା ପରେ ୨୬ ଜଣ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କର ନମୁନା ମଳଦ୍ୱାରରୁ ନିଆଯାଇଥିଲା। ସୂଚନା ଅନୁସାରେ, ମଳଦ୍ୱାରରୁ କରୋନା ପାଇଁ ନମୁନା ନେବା ଅତ୍ୟନ୍ତ ବିବାଦୀୟ ଘଟଣା ଅଟେ।
ଚାଇନାର ଖବରକାଗଜ ଅନୁସାରେ, ଆସନ୍ତା ମାସ ଫେବୃୟାରୀ ୪ ତାରିଖରୁ ଅଲିମ୍ପିକର ରାଜଧାନୀ ବେଜିଂରେ ଅନୁଷ୍ଠିତ ହେବ। କୋଭିଡ କଟକଣା ମଧ୍ୟରେ ଅଲିମ୍ପିକ ଗେମ୍ସର ଆୟୋଜନ କରି ଚୀନ ନିଜର ଶକ୍ତିକୁ ବିଶ୍ୱକୁ ଦେଖାଇବା ପାଇଁ ଚାହୁଁଛି। ଏହାରି ମଧ୍ୟରେ ନିଜର ସର୍ବୋଚ୍ଚତା ଦେଖାଇବା ପାଇଁ ଚୀନର ନାଗରିକମାନେ ନିଜର ଜୀବନକୁ ନର୍କ କରିଦେଉଛନ୍ତି, ଏହା ନିଃସନ୍ଦେହ ଅଟେ।