ଆପଣଙ୍କ SBI ଆକାଉଣ୍ଟରୁ ଟଙ୍କା କଟୁଛି କି? ଜାଣନ୍ତୁ ଏହା ପଛରେ କାରଣ

0

Get real time updates directly on you device, subscribe now.

ଭାରତୀୟ ଷ୍ଟେଟବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ କିଛି ଦିନ ହେବ ମେସେଜ ପଠାଉଛି। ଯେଉଁଥିରେ ଲେଖାଯାଉଛିକି ସେମାନଙ୍କ ଆକାଉଣ୍ଟରୁ ୧୪୭ ଟଙ୍କା ୫୦ ପଇସା ଲେଖାଏଁ କଟୁଛି। ଏହାକୁ ଦେଖିବା ପରେ ଅଧିକାଂଶ ଲୋକ ବୁଝି ପାରୁ ନାହାନ୍ତିକି, ସେମାନଙ୍କର ଆକାଉଣ୍ଟରୁ ଏତିକି ଟଙ୍କା କାହିଁକି ପାଇଁ କଟୁଛି। ଆପଣ ମଧ୍ୟ ଏହିପରି ସମସ୍ୟା ଭୋଗୁଛନ୍ତି କି। ତେବେ ଏହା ପଛରେ ଥିବା କାରଣ ବିଷୟରେ ଜାଣନ୍ତୁ। ତେବେ ଆସନ୍ତୁ ଜାଣିବା।

ବ୍ୟାଙ୍କରୁ ଆସୁଥିବା ମେସେଜରେ କେବଳ ଟଙ୍କା କଟୁଥିବାର କହୁଥିବା ସମୟରେ ଏହା ପଛରେ ଥିବା କାରଣ ସମ୍ପର୍କରେ କିଛି କୁହାଯାଇ ନଥାଏ। ଏହା ଆପଣ ସେତେବେଳେ ଜାଣିପାରିବେ ଯେତେବେଳେ ଆପଣ ବ୍ୟାଙ୍କର ଷ୍ଟେଟମେଣ୍ଟକୁ ଚେକ କରିବେ।

ଗତ କିଛିଦିନ ମଧ୍ୟରେ ଅନେକ ଲୋକ ମିଛ ଖବର ତଥା ଅନଲାଇନରେ ଫ୍ରଡ ସମ୍ପର୍କରେ ଅଭିଯୋଗ ଦେଇଛନ୍ତି। ଏଥିରେ ସେମାନେ ପ୍ରଶ୍ନ ପଚାରୁଛନ୍ତିକି କଣ ପାଇଁ ତାଙ୍କ ଆକାଉଣ୍ଟରୁ ଟଙ୍କା କଟୁଅଛି। ଲୋକମାନେ ଏଥିପାଇଁ ଟ୍ଵିଟରରେ ଏସବିଆଇକୁ ଟ୍ୟାଗ ମଧ୍ୟ କରୁଛନ୍ତି।

ପ୍ରକୃତରେ ବ୍ୟାଙ୍କ ତରଫରୁ ଏତିକି ଟଙ୍କା ଏଟିଏମ ଆନୁଆଲ ବା ବାର୍ଷିକ ଚାର୍ଜ ପାଇଁ କଟାଯାଇଥାଏ। ଏଥିରେ ଜିଏସଟି ମଧ୍ୟ ସାମିଲ ଅଛି। ଏହା ମୋଟ ୧୪୭ ଟଙ୍କା ୫୦ ପଇସା। ପୂର୍ବବର୍ଷ ଏପ୍ରିଲ ମାସରେ ବ୍ୟାଙ୍କ ଏହି ଚାର୍ଜରେ ପରିବର୍ତ୍ତନ କରିଥିଲା। ସେହି ସମୟରେ ଚାର୍ଜ ମଧ୍ୟ ବଢ଼ାଯାଇଥିଲା। ତେବେ ଡେବିଟ କାର୍ଡ ବାଷିର୍କ ଚାର୍ଜ ଅନୁସାରେ ୧୨୫ ଟଙ୍କା ଲେଖାଏଁ କଟୁଥିବା ସମୟରେ ଏହା ବଢ଼ି ବଢି ୧୪୭ ଟଙ୍କା ହୋଇଛି। ଏଥିରେ ଜିଏସଟି ମଧ୍ୟ ସାମିଲ ଅଛି।

ଏଥିପାଇଁ ଆପଣ ଏସବିଆଇରେ ମେସେଜ କରିପାରିବେ। ଆପଣ UNHAPPY ଲେଖି ୮୦୦୮ ୨୦୨୦୨୦କୁ ମେସେଜ ଲେଖି ପଠାନ୍ତୁ। ୧୦ ଦିନ ମଧ୍ୟରେ ଯଦି ସମସ୍ୟାର ସମାଧାନ ନହୁଏ ତେବେ ଆପଣ ନେଟଓ୍ଵାର୍କ ନୋଡାଲ ଅଫିସରଙ୍କୁ ଅଭିଯୋଗ କରିପାରିବେ। ଏହା ସହିତ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଚେୟାରମ୍ୟାନକୁ ମଧ୍ୟ ଏହି ଅଭିଯୋଗ କରିପାରିବେ।

Leave A Reply

Your email address will not be published.