ସାରା ଦୁନିଆରେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନର ତୃତୀୟ ଲହର ଜାରି ରହିଛି। ଏମିତିରେ ଦେଶରେ ଲଗାତାର କରୋନାରୁ ବଞ୍ଚିବା ପାଇଁ କୋଭିଡ-19 ଗାଇଡ଼ ଲାଇନ ପାଳନ କରିବାକୁ ଅପିଲ କରାଯାଉଛି। ଏବେ ତ କରୋନା ଭାଇରସର ବୁସ୍ଟର ଡୋଜ ମଧ୍ୟ ଆସିସାରିଛି। ଯେଉଁଠି ସଂକ୍ରମଣକୁ ରୋକିବାରେ ସଫଳତା ମିଳିପାରୁଛି। ବର୍ତ୍ତମାନ ଭାରତ ସମେତ କେତେକ ରାଷ୍ଟ୍ରରେ କରୋନା ମାମଲା ଲଗାତାର ବଢ଼ିବାରେ ଲାଗିଛି। ଏମିତିରେ ଆପଣଙ୍କୁ ସଠିକ ମେଡ଼ିସିନ ଓ ଦବେଇ ର ଉଚିତ ଜ୍ଞାନ ରହିବା ଉଚିତ। ଏବେଏବେ ହୋଇଥିବା ଏକ ଗବେଷଣାରେ WHO ଦୁଇଟି ନୂଆ ଦବେଇ ବିଷୟରେ ସୂଚନା ଦେଇଛି। ଆସନ୍ତୁ ଜାଣିବା କରୋନା ଚିକିତ୍ସା ସମୟରେ ଆପଣଙ୍କୁ କେଉଁ ଦବା ଓ ମେଡ଼ିସିନ ନେବା ଉଚିତ ଓ କେଉଁଟି ନେବା ଅନୁଚିତ।
କେଉଁ ମେଡ଼ିସିନ ବ୍ୟବହାର କରିବା ଉଚିତ:-
WHO ଏ ନୂଆ ଗାଇଡ଼ ଲାଇନ ମୁତାବିକ, କରୋନାର ଚିକିତ୍ସା ସମୟରେ ବର୍ତ୍ତମାନ ବାରିସିଟିନିବ, କ୍ୟାସିରିବିମ୍ୟାବ-ଇମଦେବିମ୍ୟାବ, ଟୋସିଲିଜୁମ୍ୟାବ ବା ସରିଲୁମ୍ୟାବ, ରୁକସୋଲିଟିନିବ, ସୋତ୍ରୋବିମ୍ୟାବ ଭଳି ଡ୍ରଗ ସଂକ୍ରମିତ ବ୍ୟକ୍ତିଙ୍କୁ ଦିଆଯାଇପାରିବ। ଏଥିରେ ମଧ୍ୟ ଏକ୍ସପର୍ଟ ମାନେ ଖାଆସ ରୂପରେ ଟୋସିଲିଜୁମ୍ୟାବ, ବାରିସିଟିନିବ ବା ସରିଲୁମ୍ୟାବ ଓ ସିଷ୍ଟମ୍ୟାଟିକ କୋର୍ତିକାଷ୍ଟରଏଡ଼ ଭଳି ଦବେଇକୁ ଭଲ ମାନାଯାଇଛି। ସେହିପରି ସାତ୍ରବିମ୍ୟାବ, ରୁକସୋଲିଟିନିବ, ଟୋଫାସୋଟିନିବ ଏବଂ କ୍ୟାସିରିବିମ୍ୟାବ-ଇମଦେବିମ୍ୟାବ ଭଳି ମେଡ଼ିସିନକୁ ଅପ୍ସନାଲ କିମ୍ବା କୌଣସି ବିଶେଷ ପରିସ୍ଥିତିରେ ଦେବାକୁ କୁହାଯାଇଛି।
ଏହି ମେଡ଼ିସିନ ଦ୍ୱାରା ହୋଇପାରେ ଅଳ୍ପ ମାତ୍ରାରେ ଫାଇଦା:-
WHO ର ଦାବି ହେଉଛି ଏହି ମେଡ଼ିସିନ ଦ୍ୱାରା ହସ୍ପିଟାଲ ଯିବା କିମ୍ବା ଭେଣ୍ଟିଲେଟରକୁ ପହଞ୍ଚିବା ସମ୍ଭାବନା କମ ହୋଇଯାଏ। ସେହିପରି ଗମ୍ଭୀର ସ୍ଥିତି ଓ ମୃତ୍ୟୁର ଆଶଙ୍କା ମଧ୍ୟ କମ ହୋଇଯାଏ। WHO ଗାଇଡ଼ ଲାଇନରେ କିଛି ମେଡ଼ିସିନର ସେବନ ନକରିବାକୁ କୁହାଯାଇଛି। କରୋନାର ସବୁଠାରୁ ଦ୍ଵିତୀୟ ଲହର ସମୟରେ କେତେକ ଦେଶରେ ଏହି ମେଡ଼ିସିନର ବ୍ୟବହାର କରାଯାଉଛି।
କେଉଁ ମେଡ଼ିସିନ ଠାରୁ ଦୂରରେ ରହିବା ଉଚିତ:-
WHO ଯେଉଁ ମେଡ଼ିସିନର ବ୍ୟବହାର କରିବାକୁ ଉପଦେଶ ଦେଇନାହିଁ ସେଗୁଡ଼ିକ ହେଉଛି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ, ଆଇବରମେକ୍ଟିନ, ଲୋପିନାବିର/ରୋଟିନାବିର ଓ ରେମେଡିସିବିର ଭଳି ମେଡ଼ିସିନ ସାମିଲ ରହିଛି। ଏକ୍ସପର୍ଟଙ୍କ କହିବାହେଲା, ଏହି ମେଡ଼ିସିନ ଉପଯୋଗ ସ୍ଥିତିରେ ଗମ୍ଭୀର ହେବାରୁ ରୋକିବା ପାଇଁ ପ୍ରମାଣ କମ ମିଳିଛି। ଏମିତିରେ ଏଥିରେ କିଛି ମେଡ଼ିସିନକୁ କ୍ଲିନିକାଲ ଟ୍ରାୟଲ ପାଇଁ ପଠାଇବାର ସୂଚନା ମଧ୍ୟ ଦିଆଯାଇଛି।
ପିଲାମାନଙ୍କ ପାଇଁ କେଉଁ ମେଡ଼ିସିନ ଉଚିତ:-
WHO ମୁତାବିକ, କରୋନାର ପ୍ରଭାବିତ ପିଲାଙ୍କୁ କ୍ୟାସିରିବିମ୍ୟାବ- ଇମଦେବି ମ୍ୟାବ ମେଡ଼ିସିନ ଦିଆଯାଇପାରିବ। ପିଲାମାନଙ୍କ ଠାରେ କରୋନାର ଗମ୍ଭୀର ଅବସ୍ଥା ସାଧାରଣତଃ ଦେଖିବାକୁ ମିଳିନଥାଏ। ୟୁଏନ କହିଛନ୍ତି କି, ଯଦି କୌଣସି ପିଲାଠାରେ ଗମ୍ଭୀର ପରିସ୍ଥିତି ଦେଖାଯାଇଥାଏ ତାହେଲେ ଟୋସିଲୁମିଜିମ୍ୟାବ ମେଡ଼ିସିନର ବ୍ୟବହାର କରାଯାଇପାରିବ। ପଲିୟାରଟିକୁଲାର ଜୁଭେନାଇଲ ରୁମେଟାଇଡ଼ ଆର୍ଥରାଇଟିସ କିମ୍ବା କାଇମେରିକ ଆଣ୍ଟିଜେନ ରିସେପ୍ଟର ଟି ସେଲ ଦ୍ୱାରା ପ୍ରେରିତ ସାଇଟୋକାଇନ ରିଲିଜ ସିଣ୍ଡ୍ରୋମ କଣ୍ଡିସନ ହେବାପରେ ଏହାର ଉପଯୋଗ କରାଯାଇପାରିବ। ସେହିପରି ସରିଲୁମ୍ୟାବର ବ୍ୟବହାର ପିଲାଙ୍କ ପାଇଁ ଉପଯୁକ୍ତ ନୁହେଁ ବୋଲି କୁହାଯାଇଛି।