ପୂର୍ବତନ ସରପଞ୍ଚଙ୍କ ଅକଥନୀୟ ଅତ୍ୟାଚାର : ଗର୍ଭବତୀ ବନକର୍ମଚାରଙ୍କୁ ପୂର୍ବତନ ସରପଞ୍ଚଙ୍କର ଥାର୍ଡ ଡିଗ୍ରୀ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ପୂର୍ବତନ ସରପଞ୍ଚଙ୍କର ବନବିଭାଗର ଜଣେ ଗର୍ଭବତୀ କର୍ମଚାରୀଙ୍କ ଉପରେ ଅକଥନୀୟ ଅତ୍ୟାଚାର। ଗର୍ଭବତୀ ମହିଳାଙ୍କ ଉପରେ ସେ ଥାର୍ଡ ଡିଗ୍ରୀ ଆବେଦନ କରିଛନ୍ତି। ତଳେ ପକାଇ ଲାତ ଗୋଇଠା ମାରିବା ସହିତ ତାଙ୍କର ଚୁଟିକୁ ଧରି ଘୋଷାଡି ଆଣିଛନ୍ତି। କେବଳ ଏତିକିରେ ରାଗ ଶାନ୍ତ ନ ହେବାରୁ, ତଳେ ପକାଇ ତାଙ୍କ ଉପରେ ବସି ପଡିଛନ୍ତି ପୂର୍ବତନ ସରପଞ୍ଚ ଓ ତାଙ୍କ ସ୍ତ୍ରୀ। ମହାରାଷ୍ଟ୍ରର ସତାରା ଜିଲ୍ଲାରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ପୀଡିତା ମହିଳାଜଣଙ୍କ କିଛି ଶ୍ରମିକକୁ ନେଇ ଉକ୍ତ ଅଞ୍ଚଳର ପୂର୍ବତନ ସରପଞ୍ଚ ଏବଂ ତାଙ୍କର ପତ୍ନୀଙ୍କ ସହ ବିବାଦ ଲାଗି ରହିଥିଲା। ଯାହା ପରେ ପୂର୍ବତନ ସରପଞ୍ଚ ଏବଂ ତାଙ୍କର ପତ୍ନୀ ମହିଳା ବନ କର୍ମଚାରୀ ଏବଂ ତାଙ୍କର ସ୍ୱାମୀଙ୍କୁ ସର୍ବସମ୍ମୁଖରେ ଅତ୍ୟନ୍ତ ନିର୍ମମ ଭାବରେ ମାଡ ମାରିଥିଲେ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି।

ଭିଡିଓରେ ଅଭିଯୁକ୍ତ ପୂର୍ବତନ ସ୍ୱାମୀ-ସ୍ତ୍ରୀ ମିଶି ମହିଳା ବନକର୍ମଚାରୀଙ୍କୁ ମାଡ ମାରୁଥିବାର ନଜର ଆସିଛନ୍ତି। ପୀଡିତାଙ୍କର ସ୍ୱାମୀ ମଧ୍ୟ ବନ ବିଭାଗର କର୍ମଚାରୀ ଅଟନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ସେ ଆକ୍ସନ ମୋଡରେ ଆସିଛନ୍ତି ମହାରାଷ୍ଟ୍ରର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ। ପୋଲିସ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀକୁ ଗିରଫ କରିଛି ବୋଲି ସେ ସୂଚନା ଦେଇଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ, ବନବିଭାଗ ଅଧିନରେ ଥିବା ଜମି ଉପରେ ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ଅବୈଧ ରୂପରେ ଶ୍ରମିକଙ୍କୁ ନେଇ କାମ କରୁଥିଲେ। ଜାନୁଆରୀ ୧୭ ତାରିଖରେ ବନବିଭାଗ କର୍ମଚାରୀ ସିନ୍ଧୁ ସାନପ ଏବଂ ତାଙ୍କର ସ୍ୱାମୀ ମିଶି ସେଠାରେ କାମ କରୁଥିବା ଶ୍ରମିକଙ୍କୁ ଅଟକାଇ ଅନ୍ୟ ଏକ ସ୍ଥାନକୁ ପଠାଇଥିଲେ।

ଏହା ଜାଣିବା ପରେ ଅଭିଯୁକ୍ତ ରାମଚନ୍ଦ୍ର ଏବଂ ସ୍ତ୍ରୀ ପ୍ରତିଭା ବହୁତ ରାଗି ଯାଇଥିଲେ। ଦୁହେଁ ଫୋନ କରି ପୀଡିତା ବନବିଭାଗ କର୍ମଚାରୀଙ୍କୁ ମାଡ ମାରିବୁ ବୋଲି ଧମକ ମଧ୍ୟ ଦେଇଥିଲେ। ଜାନୁଆରୀ ୧୯ ତାରିଖ ଦିନ ଅଭିଯୁକ୍ତମାନେ ଗର୍ଭବତୀ ମହିଳାଙ୍କୁ ନିର୍ଧୁମ ମାଡ ମାରିଥିଲେ ବୋଲି ଅଭିଯୋଗ ମଧ୍ୟ ହୋଇଛି।

Leave A Reply

Your email address will not be published.