ପାଞ୍ଚ ବର୍ଷ ହେଲା ଏହି ଖେଳାଳିଙ୍କୁ ଦଳରେ ସ୍ଥାନ ଦେଉନଥିଲେ ବିରାଟ କୋହଲି! ରୋହିତ ଶର୍ମା ଆସିବା ପରେ ପୁଣି ଚମକିଲା ଭାଗ୍ୟ…
ସାଉଥ ଆଫ୍ରିକା ବିପକ୍ଷରେ ହେଉଥିବା ପ୍ରଥମ ଦିନିକିଆରେ ଭାରତ ୩୧ ରନରେ ପରାଜିତ ହୋଇଛି। ପ୍ରଥମେ ଟେଷ୍ଟ ସିରିଜ ୨-୧ରେ ପରାସ୍ତ ହୋଇଥିବା ସମୟରେ ଶୁକ୍ରବାର ଦିନ ଭାରତୀୟ ଦଳ ଖେଳିବାକୁ ଥିବା ଦ୍ବିତୀୟ ଦିନିକିଆ ବହୁତ ଗୁରୁତ୍ବପୂର୍ଣ୍ଣ। ସିରିଜ ବରାବର କରିବାକୁ ପାଇଁ ହେଲେ ଦ୍ବିତୀୟ ଦିନିକିଆଟି ଭାରତ ନିଶ୍ଚିତ ଜିତିବା ଆବଶ୍ୟକ।
ଇତି ମଧ୍ୟରେ ପ୍ରାୟ ୫ ବର୍ଷ ପରେ ଭାରତୀୟ ଦଳକୁ ଫେରିଥିବା କ୍ରିକେଟର ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କୁ ଦିନିକିଆ ସିରିଜରେ ସାମିଲ କରାଇବାକୁ ସୁଯୋଗ ଦେଉନଥିଲେ ବୋଲି ବିଭିନ୍ନ ସମୟରେ ଶୁଣିବା ପାଇଁ ମିଳିଥାଏ। ସେ ହେଉଛନ୍ତି କ୍ୟାରମ ବଲର ସ୍ପେଶାଲିଷ୍ଟ ରବିଚନ୍ଦ୍ରନ ଅଶ୍ବିନ।
ସେ ୨୦୧୭ ମସିହାରେ ଶେଷଥର ପାଇଁ ଜୁନରେ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ। ସେ ଗତ ବର୍ଷେ ପାଖାପାଖି ହେଲା ଟେଷ୍ଟ କ୍ରିକେଟରେ କମାଲ କରୁଛନ୍ତି। ବର୍ତ୍ତମାନ ପୁଣିଥରେ ସୀମିତ ଓଭରରେ ମଧ୍ୟ ଆର ଅଶ୍ଵିନ ନିଜର ଦବଦବା ଦେଖାଇବା ଆରମ୍ଭ କରି ଦେଇଛନ୍ତି।
ଧୋନୀଙ୍କର ଅଧିନାୟକତ୍ବ ସମୟରେ ଲଗାତାର ଭାବରେ ଦଳରେ ସ୍ଥାନ ପାଉଥିବା ଅଶ୍ବିନ କୋହଲିଙ୍କ ସମୟରେ ବାଦ ପଡିଥିଲେ। କେବଳ ଦିନିକିଆ ନୁହେଁ ଟି-ଟ୍ବେଣ୍ଟିରୁ ମଧ୍ୟ ଅଶ୍ଵିନ ବାଦ ପଡିଥିଲେ। କିନ୍ତୁ ଲୋକେସ ରାହୁଲ ଏବଂ ରୋହିତ ଶର୍ମାଙ୍କର ଅଧିନାୟକତ୍ବ ସମୟରେ ଅଶ୍ବିନ ପୁଣିଥରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ସେ ଶେଷ ଥର ପାଇଁ ୨୦୧୭ ମସିହା ଜୁନ ୩୦ ତାରିଖରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏହି ଭେଟେରାନ ସ୍ପିନର ଦିନିକିଆ ମ୍ୟାଚ ଖେଳିଥିଲେ। ଅଶ୍ଵିନ ଶେଷ ମ୍ୟାଚରେ ୧୦ ଓଭର ବୋଲିଂ କରିଥିଲେ ୨୮ ରନଦେଇ ୩ଟି ଓ୍ବିକେଟ ନେଇଥିଲେ।
କୋହଲିଙ୍କ ସହିତ ଅଶ୍ବିନଙ୍କର ବିବାଦକୁ ନେଇ ଅନେକ ସମୟରେ ଚର୍ଚ୍ଚା ମଧ୍ୟ ହୋଇଥାଏ। ଏପରିକି ଡ୍ରେସିଂ ରୁମ ଭିତରେ ଉଭୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଥାଏ ବୋଲି ଖବର ମିଳିଥିଲା। ଏପରିକି କୋହଲି ଖରାପ ବ୍ୟବହାର କରୁଛନ୍ତି ବୋଲି ଅଶ୍ଵିନ ବିସିସିଆଇ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ସେ ପରେ ଏହାକୁ ଅବଶ୍ୟ ଖଣ୍ଡନ କରି ଦେଇଥିଲେ। ଆଇପିଏଲରେ ମଧ୍ୟ ଉଭୟଙ୍କ ମଧ୍ୟରେ ଥରେ ସାମ୍ନା-ସାମ୍ନୀ ହୋଇଥିବାର ସ୍ଥିତି ଦେଖିବା ପାଇଁ ମିଳିଥିଲା।