ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ପୁଣି ଏକ ନମ୍ବର ମୁଖ୍ୟମନ୍ତ୍ରୀ, କୋଭିଡର ମୁକାବିଲା କରିବାରେ ଓଡିଶା ସବୁଠୁ ଆଗରେ

0

Get real time updates directly on you device, subscribe now.

ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ। ଇଣ୍ଡିଆ ଟୁଡେର ଏକ ସର୍ଭେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ସ୍ଥାନ ପାଇଲେ। ସର୍ଭେର ରିପୋର୍ଟରେ ନବୀନ ପଟ୍ଟନାୟକ ଶୀର୍ଷରେ ରହିଛନ୍ତ।

୭୧.୧ ପ୍ରତିଶତ ଲୋକମାନଙ୍କର ପସନ୍ଦ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ରିପୋର୍ଟରେ କୋଭିଡ-୧୯ ପରିଚାଳନାରେ ରାଜ୍ୟ ସରକାରଙ୍କର ସଫଳତାକୁ ବହୁତ ପ୍ରଶଂସା କରାଯାଇଛି। ସେହିପରି ମହାମାରୀର ମୁକାବିଲାରେ ମଧ୍ୟ ଓଡ଼ିଶା ହେଉଛି ଏକ ନମ୍ବର। ଜନକଲ୍ୟାଣ ଯୋଜନା ଓ ଲୋକାଭିମୁଖୀ ଶାସନର ରୋଲ ମଡେଲ ହେଉଛନ୍ତି ନବୀନ ପଟ୍ଟନାୟକ।

ସାରା ରାଜ୍ୟରେ ବିକାଶ, ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନକୁ ପାଥେୟ କରି ଏହି ସର୍ଭେକୁ କରାଯାଇଛି। ନାରୀ ସଶକ୍ତିକରଣ, ସ୍ଥିରତା, ସୁଶାସନ, ଦୁର୍ନୀତି ଓ ଭ୍ରଷ୍ଟାଚାରମୁକ୍ତ ଓଡ଼ିଶା ଗଠନ କରିବାରେ ନବୀନ ଷ୍ଟେଟସ ମ୍ୟାନ ସାଜିଛନ୍ତି। ସଫଳ କୋଭିଡ ପରିଚାଳନା ପାଇଁ ଓଡ଼ିଶାକୁ ୭୬.୭ ପ୍ରତିଶତ ଲୋକଙ୍କର ସମର୍ଥନ ମିଳିଛି।

ଦ୍ୱିତୀୟରେ ଉତ୍ତରପ୍ରଦେଶ, ତୃତୀୟ ଆସାମ, ଚତୁର୍ଥରେ ତାମିଲନାଡୁ ଓ ପଞ୍ଚମରେ ମହାରାଷ୍ଟ୍ର ଅଛି। ଲୋକପ୍ରିୟତାରେ ମଧ୍ୟ ନବୀନଙ୍କ ପଛକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଛନ୍ତି। ୬୯.୯ ପ୍ରତିଶତ ଲୋକ ମମତା ବାନାର୍ଜୀଙ୍କୁ ପସନ୍ଦ କରିଛନ୍ତି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ତୃତୀୟ ସ୍ଥାନରେ ରହିଛନ୍ତି। ସୂଚନା ଅନୁସାରେ ପୂର୍ବରୁ ହୋଇଥିବା ଅନେକ ସର୍ଭେରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ସ୍ଥାନ ଅଳଙ୍କୃତ କରିଛନ୍ତି।

Leave A Reply

Your email address will not be published.