ବର୍ତ୍ତମାନ ଆପଣ ନିକଟସ୍ଥ ମେଡିକାଲ ଷ୍ଟୋରରୁ କିଣିପାରିବେ କରୋନା ଭ୍ୟାକସିନ୍, ସରକାର ନେଲେ ଏହି ବଡ ନିଷ୍ପତ୍ତି

0

Get real time updates directly on you device, subscribe now.

କରୋନା ଭାଇରସ ବିରୁଦ୍ଧରେ ତିଆରି ହୋଇଥିବା କୋଭାକ୍ସିନ୍ ଆଉ କୋଭିଶିଲ୍ଡ, ଶୀଘ୍ର ଆପଣଙ୍କର ସ୍ଥାନୀୟ ମେଡିକାଲ୍ ଷ୍ଟୋର୍‌ରେ ବିକ୍ରି ହେଉଥୁବାର ଦେଖିପାରିବେ | କେନ୍ଦ୍ର ସରକାରୀ କମିଟି SEC ଉଭୟ ଭ୍ୟାକସିନ୍ କୁ ବଜାରକୁ ଆଣିବାର ଅନୁମତି ଦେଇ ଦେଇଛନ୍ତି |

SEC ରେ ବୁଧବାର ଅନୁଷ୍ଠିତ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ :-

ସୂଚନା ଅନୁଯାୟୀ, ବୁଧବାର ଦିନ SEC ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା,ଏହି ବୈଠକରେ ଜଡିତ ବିଶେଷଜ୍ଞମାନେ ଭ୍ୟାକସିନ୍ ପରୀକ୍ଷଣ ସହ ଜଡିତ ଡକ୍ୟୁମେଣ୍ଟ ଗୁଡିକର ସମୀକ୍ଷା କରିଛନ୍ତି,ଆହୁରି ମଧ୍ୟ, ଗତ ଏକ ବର୍ଷ ମଧ୍ୟରେ ଉଭୟ ଟୀକାକରଣର ପ୍ରଭାବ ଆଉ ପାର୍ଶ୍ୱ ପ୍ରତିକ୍ରିୟା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା |

ଉଭୟ କମ୍ପାନୀକୁ ପ୍ରସ୍ତୁତ କରିବାକୁ ପଡିବ ସିଷ୍ଟମ୍ :-

ଦୀର୍ଘ ସମୟର ଆଲୋଚନା ପରେ ବିଶେଷଜ୍ଞ ମାନେ ଉଭୟ ଭ୍ୟାକସିନକୁ ଜରୁରୀକାଳୀନ ବ୍ୟବହାରରୁ ବାହାର କରି ବଜାରକୁ ଆଣିବାର ନିଷ୍ପତ୍ତି ଉପରେ ରାଜି ହୋଇଥିଲେ |କମିଟିର ଏହି ନିଷ୍ପତ୍ତି ପରେ, ବର୍ତ୍ତମାନ ଉଭୟ ସେରମ୍ ଇନଷ୍ଟିଚ୍ୟୁଟ୍ ଆଉ ଭରତ ବାୟୋଟେକକୁ ସାରା ଦେଶରେ ସେମାନଙ୍କ ବିତରଣ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ପଡିବ | ଏହା ପରେ ସେମାନେ ସମସ୍ତ ଡାକ୍ତରଖାନା ଏବଂ ମେଡିକାଲ ଷ୍ଟୋର ଗୁଡ଼ିକରେ ସେମାନଙ୍କର ଭ୍ୟାକସିନକୁ ବିତରଣ କରିବାକୁ ସମର୍ଥ ହେବେ |

ମେଡିକାଲ ଷ୍ଟୋରରୁ କିଣିପାରିବେ ଭ୍ୟାକସିନ

ଏହାର ଅର୍ଥ ହେଉଛି, ଯଦି କୌଣସି ବ୍ୟାକ୍ତି ଟୀକାକରଣର ମାତ୍ରା ପାଇ ନାହାଁନ୍ତି, ତେବେ ତାଙ୍କୁ ଆଉ ଡାକ୍ତରଖାନା ଯିବାକୁ ପଡିବ ନାହିଁ | ସେ ଯେକୌଣସି ନିକଟସ୍ଥ ମେଡିକାଲ ଷ୍ଟୋରରୁ ଟିକା ପାଇପାରିବେ ଏବଂ ଡାକ୍ତରଙ୍କ ଦ୍ଵାରା ଏହାକୁ ଲଗେଇପାରିବେ । ଏହାଦ୍ୱାରା ଦେଶରେ ଟୀକାକରଣର ଗତି ବୃଦ୍ଧି ପାଇବ ଏବଂ ସରକାରଙ୍କ ଉପରେ ଥିବା ବୋଝ ମଧ୍ୟ ହ୍ରାସ ପାଇବ। ବଜାରରେ ଏହି ଟିକାଗୁଡ଼ିକର ମୂଲ୍ୟ କେତେ ହେବ,ତାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ |

Leave A Reply

Your email address will not be published.